ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି, ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନେତୃତ୍ୱ ନେଉଛନ୍ତି।
ମହିଳାମାନଙ୍କ ଆତ୍ମବିଶ୍ୱାସ ବଢ଼ିଛି। ତେଣୁ ଦେଶର ବିକାଶ ପାଇଁ ମହିଳାଙ୍କୁ ସଶକ୍ତ କରିବାକୁ ପଡ଼ିବ।ସମାବର୍ତ୍ତନ ଉତ୍ସବ କେବଳ ପ୍ରମାଣପତ୍ରର ଉତ୍ସବ ନୁହେଁ, ଏହା ସାଧନାର ପର୍ବ, ସ୍ୱପ୍ନ ପୂରଣ କରିବାର ମୁହୂର୍ତ୍ତ କହିଛନ୍ତି ରାଷ୍ଟ୍ରପତି।