ଆଣ୍ଠେଇ ଆଣ୍ଠେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଲେ ଗାଁ ସାଥି

ଲୋୟର ପିଏମ୍‌ଜିରେ ଗାଁ ସାଥିମାନେ ଏହି ଅଭିନବ ଆନ୍ଦୋଳନ କରିଛନ୍ତି।

୨ ଦଫା ଦାବିରେ ୬ ଦିନ ହେବ ଗାଁ ସାଥି ଆନ୍ଦୋଳ କରୁଛନ୍ତି। ଦାବି ପୂରଣ ନହେବାରୁ ରାସ୍ତାରେ ଝାଡୁ ମାରିବା ସହ ଆଣ୍ଠେଇଲେ।

ରାଜ୍ୟରେ କେନ୍ଦ୍ରୀୟ ମେଡିକାଲ୍ ଟିମ୍‌

ରାଜ୍ୟରେ ସ୍କ୍ରବ ଟାଇଫସ୍‌କୁ ନେଇ କେନ୍ଦ୍ରୀୟ ମେଡିକାଲ୍ ଟିମ୍‌ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗଠିତ ୪ ଜଣିଆ ଟିମ୍‌ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।ସୁନ୍ଦରଗଡ଼, ବରଗଡ଼ ସମେତ ପାଖ ଜିଲ୍ଲାରେ ବଢୁଛି ସ୍କ୍ରବ ଟାଇଫସ୍ ସଂଖ୍ୟା।

ପୂର୍ବତନ ମେୟରଙ୍କ କାର୍‌କୁ ବୋମାମାଡ଼ କଲେ ୨ ଦୁର୍ବୃତ୍ତ

ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାଶଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି।

ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ହୋଇଥିବା ବୋମାମାଡ଼ରେ କାର୍‌ କାଚ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ମେୟର।

ରାସ୍ତା ତଳକୁ ଖସିଲା ବସ୍‌

ଗଜପତି ଜିଲ୍ଲା ମୋହନା ହିକିରିକୁପା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

ବସ୍‌ଟି ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିଲା। ବସ୍‌ରେ ଥିବା ୩୫ ଯାତ୍ରୀ ଅଳ୍କକେ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣା ପରେ ଅନ୍ୟବସ୍‌ରେ ନିଜ ଗନ୍ତବ୍ୟସ୍ଥଳ ଗଲେ ଯାତ୍ରୀ।

ଖୁଣ୍ଟା ପଡାରେ ଭାଗବତ ଜନ୍ମ ଉତ୍ସବ ପାଳିତ

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଖୁଣ୍ଟାପଡ଼ାର ଗ୍ରାମରେ ଶୁକ୍ରବାର ପବିତ୍ର ଭାଗବତ ଜନ୍ମ ଉତ୍ସଵ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଶିକ୍ଷାବିତ ଜୟଦେବ ପଣ୍ଡା ଯୋଗ ଦେଇ ପରମ ଶାସ୍ତ୍ର ଭାଗବତର ସୃଷ୍ଟି ଏବଂ ତାହାର ନିତ୍ୟପଠନ ଓ ଶ୍ରବଣ ଦ୍ଵାରା ବ୍ୟକ୍ତିଗତ, ପାରିବାରିକ ଏବଂ ସାମାଜିକ ଜୀବନ ଶୃଙ୍ଖଳିତ ଏବଂ ଶାନ୍ତିମୟ ହୋଇଥାଏ ବୋଲି କହିଥିଲେ ।

ଏହି ଅବସରରେ ଶ୍ରୀମଦ୍ ଭାଗବତ ପାରାୟଣ ସୁଜିତ୍ କୁମାର ପଣ୍ଡାଙ୍କ ଦ୍ଵାରା ହୋଇଥିଲା। ଭୀମସେନ ନାୟକ , ବେଣୁଧର ନାୟକ , ସୂତ ନାୟକ ,ରଶ୍ମି ରାଣୀ ଷଡଙ୍ଗୀ,ସୁଶୀଳା ନାୟକ, ପ୍ରମୁଖ ସହଯୋଗରେ ଦେବ ନୀତି ସମ୍ପନ୍ନ ହୋଇଥିଲା।

ଲଛିପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ବିଶ୍ଵ ହୃଦ୍ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ୍ ଲଛିପୂର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଶ୍ଵ ହୃଦ୍ ଦିବସ ଫାର୍ମାସିଷ୍ଟ ପ୍ରସାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି।

ସୁସ୍ଥ ହୃଦପିଣ୍ଡ ପାଇଁ ସୁସ୍ଥ ଜୀବନ ଶୈଳୀ ଆପଣାଇବାକୁ ସଭାରେ ଶ୍ରୀ ପ୍ରଶାନ୍ତ କୁମାର ସାହୁ ପରାମର୍ଶ ଦେଇଥିଲେ। ଉଚ ରକ୍ତ ଚାପ, ଧୁମ ପାନ, ମଧୁମେହ, ମୋଟାପଣ,ମାତ୍ରାଧିକ କୋଲେଷ୍ଟ୍ର ଓ ମଦ୍ୟପାନ କଲେ ହୃଦଘାତର ଆଶଙ୍କା ବଢ଼ି ଯାଇଥାଏ।

ରତ୍ନଭଣ୍ଡାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ କମିଟି

ରତ୍ନଭଣ୍ଡାର ମରାମତି ସମ୍ପର୍କିତ ମାମଲାର ଶୁଣାଣି କରି ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ।

୨ ମାସ ଭିତରେ କମିଟି ଗଠନ ସଂପର୍କରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ଶିଳାନ୍ୟାସ ପୂର୍ବରୁ ଫଳକ ଭାଙ୍ଗିଦେଲେ ଦୁର୍ବୃତ୍ତ

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ନିପାଣିଆରେ ଏହି ଘଟଣା ଘଟିଛି।

ଶିଳାନ୍ୟାସ କାର୍ଯ୍ୟକ୍ରମକୁ ନ ଯାଇ ଅଧା ବାଟରୁ ଫେରିଗଲେ ମନ୍ତ୍ରୀ।ନିପାଣିଆରେ ଏକ ରାସ୍ତାର ଶିଳାନ୍ୟାସ କାର୍ଯ୍ୟକ୍ରମ ଥିଲା।

ସେପ୍ଟେମ୍ବରରେ ଭଲ ବର୍ଷିବା ସତ୍ତ୍ୱେ ରାଜ୍ୟରେ ନିଅଣ୍ଟିଆ ବର୍ଷା

୩ଟି ଜିଲ୍ଲା ସହ ସାରା ରାଜ୍ୟରେ ୩% ନିଅଣ୍ଟିଆ ବର୍ଷା ହୋଇଛି। ଜୁନ୍‌ ୧ରୁ ସେପ୍ଟେମ୍ବର ୨୯ ମଧ୍ୟରେ ୧୧୪୪.୩ ମିମି ବର୍ଷା ହେବା କଥା, ଏହି ସମୟ ମଧ୍ୟରେ ୧୧୦୫.୪ ମିମି ବର୍ଷା ହୋଇଛି। ଯାହା ୩% ନିଅଣ୍ଟିଆ।

ନବରଙ୍ଗପୁର, ପୁରୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।କେବଳ ୨ଟି ଜିଲ୍ଲା ଝାରସୁଗୁଡ଼ା ଏବଂ ବୌଦ୍ଧରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି। ବାକି ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

Nuakhai wishes