କୋର୍ଟ ପରିସରରେ ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟ ପରିସରରେ ଜଣେ ମହିଳା ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିବା ବେଳେ ଉପସ୍ଥିତ ପୁଲିସ
ମହିଳାଙ୍କୁ କାବୁ କରିଛନ୍ତି।

ମହିଳା ଜଣକ କିଏ ଏବଂ କାହିଁକି ଏଭଳି ପଦକ୍ଷେପ ନେଉଥିଲେ ଅସ୍ପଷ୍ଟ ହୋଇନାହିଁ।

ସୂଚନା କମିଶନର ବହିଷ୍କାର ଦାବିରେ ତୋଷାଳୀ ଭବନରେ ବିକ୍ଷୋଭ

ସୂଚନା କମିଶନର ବିକ୍ରମ ସେନାପତିଙ୍କ ବହିଷ୍କାର ଦାବିରେ ଆଜି ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନରେ ବିକ୍ଷୋଭ ଓ ଧାରଣା ଦେଇଛନ୍ତି ବିଭିନ୍ନ ଜିଲ୍ଲାର ସୂଚନା ଅଧିକାର କର୍ମୀ।

କମିଶନର ସେନାପତିଙ୍କ ସୂଚନା ଦେବାରେ ମନମାନି, ଖରାପ ବ୍ଯବହାର,ଅବହେଳା ଓ ବିଳମ୍ବ ପ୍ରତିବାଦରେ ଓଡିଶାର ବିଭିନ୍ନ ଜିଲ୍ଲାର ସୂଚନା ଅଧିକାର କର୍ମୀ ସୂଚନା କମିଶନର ସେନାପତିଙ୍କ ବିରୁଦ୍ଧରେ ବିକ୍ଷୋଭ କରି ଦାବିପତ୍ର ଦେଇଥିଲେ।

ପଦ୍ମପୁର ପ୍ରଚାର କରୁଛନ୍ତି ସାଂସଦ ଅପରାଜିତା

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପଦ୍ମପର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭେଉଁରିଆରେ ପ୍ରଚାର କରିଛନ୍ତି।

ଏହି ସମୟରେ ସାଂସଦ ସୁରେଶ ପୂଜାରୀ ଓ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଉପସ୍ଥିତ ଥିଲେ।

ପଦ୍ମପୁର ଝାରବନ୍ଧରେ ମୁଖ୍ୟମନ୍ତ୍ରୀ

ପଦ୍ମପୁର ଝାରବନ୍ଧରେ ଆଜି ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ।

ଗାନ୍ଧି ମୂର୍ତ୍ତି ତଳେ ବିଜେପି ସଦସ୍ୟଙ୍କ ଧାରଣା

ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାର ପ୍ରଶ୍ନକାଳ ଭଳି ଶୂନ୍ୟକାଳରେ ମଧ୍ୟ ବିଜେପି ସଦସ୍ୟ ହଟ୍ଟଗୋଳ କରିଛନ୍ତି।

ଶୂନ୍ୟକାଳରେ କକ୍ଷତ୍ୟାଗ କରି ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେପି ସଦସ୍ୟ।

ଡିସେମ୍ବର ୫ରୁ ଏଫ୍ଆଇଏଚ ବିଶ୍ୱକପ୍ ହକି ଟ୍ରଫି ଟୁର୍ ଆରମ୍ଭ

ଭୁବନେଶ୍ୱରରୁ କୋଲକାତା ଦେଇ ୨୧ ଦିନିଆ ଟୁର୍ କରିବା ସମୟରେ ୧୨ଟି ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଂଚଳ ବୁଲିବ ଟ୍ରଫି।

୨୧ ଦିନିଆ ଟୁର୍ ସାରି ଡିସେମ୍ବର ୨୫ରେ ଟ୍ରଫି ଓଡ଼ିଶାରେ ପହଞ୍ଚିବ ବୋଲି ସୂଚନା ଦେଇଛି ହକି ଇଣ୍ଡିଆ।

ଇଡିରେ ହାଜର ହେଲେ ଜମି ବ୍ୟବସାୟୀ ପ୍ରଭାତ

ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହୋଇଛନ୍ତି ଜମି ବ୍ୟବସାୟୀ ପ୍ରଭାତ ରଂଜନ ପତି।

ଅର୍ଚ୍ଚନା-ଖଗେଶ୍ୱର କିଣିଥିବା ଜମି ବାବଦରେ ସମନ ପରେ ସେ ହାଜର ହୋଇଛନ୍ତି।

ଜିଲ୍ଲା ସ୍ତରୀୟ ସର୍ଗି ଫୁଲ ୨୦୨୨ ଉଦଘାଟିତ

କେନ୍ଦୁଝର ଜିଲ୍ଲା ନରଣପୁରସ୍ଥିତ ଆଦିବାସୀ ଉନ୍ନୟନ ବିଭାଗ ଅଧିନରେ ଚାଲିଥିବା ଦୁଇ ଦିନିଆ ସର୍ଗିଫୁଲ ୨୦୨୨ ଉଦଘାଟିତ ହୋଇ ଯାଇଛି।

ସରକାରୀ ଉଚ୍ଚ ବିଦ୍ୟାଳୟ , ନରଣପୁର ପରିସରରେ ଏହାକୁ ଅତିରିକ୍ତ ଜିଲ୍ଲାପାଳ ସୁଷମା ବିଲୁଙ୍ଗ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାଧ୍ୟାପକ ଡକ୍ଟର ବିମ୍ବାଧର ବେହେରା, ସମ୍ମାନିତ ଅତିଥି ଭାବେ ପିଏ ଆଟିଦିଏ ତପନ କୁମାର ନାଏକ ,ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ, ଏ ଏଫ୍ ଓ ପ୍ରଭାତ କୁମାର ରାଉତ ସମେତ ଯୋଗ ଦେଇଥିଲେ। ବିଭିନ୍ନ ସ୍କୁଲର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଛି। ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି।

ସମନ୍ୱୟ ଶିଶୁ ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି କର୍ମୀଙ୍କ ଧାରଣା

ଆଜି ବରଗଡ଼ ସହରାଞ୍ଚଳ ସମନ୍ୱୟ ଶିଶୁ ଓ ମହିଳା ବିକାଶ
କାର୍ଯ୍ୟାଲୟ ସମ୍ମୁଖରେ ବିଭିନ୍ନ ପ୍ରକାରର ସମସ୍ୟା ନେଇ ଧାରଣା ପ୍ରଦର୍ଶନ କରିଛନ୍ତି ବରଗଡ଼ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି ଓ ସହାୟକ କର୍ମୀ।

ନବନିର୍ମିତ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ଆଜି ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଅନ୍ତର୍ଗତ ଭେଡେନ ଗ୍ରାମରେ
ନବନିର୍ମିତ ବାବା ଧବଳେଶ୍ଵର ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଅଛି।

Nuakhai wishes