ପଟାସ ଜଙ୍ଗଲରେ ନିଆଁ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ରାଜନଗର ଗ୍ରାମର ଦେଓଗାଁ ଗ୍ରାମ୍ୟ ପଟାସ ଜଙ୍ଗଲରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ବହୁ ଗଛ ଜଳିପଡି ନଷ୍ଟ ହୋଇଯାଇଥିବା ବେଳେ ଜଙ୍ଗଲ ନିଆଁ ଗାଁ ମୁହାଁ ହେଉଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିଲେ ।

ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ସାରା ଗାଁ ଧୂଆଁମୟ ହୋଇପଡିଥିଲା। ସ୍ଥାନୀୟ ଲୋକେ ପାଣି ବୋହି ନିଆଁ ଲିଭାଇ କୁ ଚେଷ୍ଟା କରିଥିବା ବେଳେ ନିଆଁ ଲିଭା କାର୍ଯ୍ୟରେ ଗୋଟିଏ ଦମକଳ ଗାଡି ନିୟୋଜିତ ହୋଇଥିଲା। ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହଛି।

ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ମେଡିକାଲରେ ଭର୍ତ୍ତି

ଚଳିତ ବର୍ଷ ୧୬ ଜିଲ୍ଲାରୁ ଅଂଶୁଘାତଜନିତ ସୂଚନା ଆସିଥିବା ବେଳେ ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ସୁନ୍ଦରଗଡ଼ରୁ ସର୍ବାଧିକ ୪୧, ଖୋର୍ଦ୍ଧାରୁ ୧୨, ଅନୁଗୁଳରୁ ୯, ଝାରସୁଗୁଡାରୁ ୭, ସମ୍ବଲପୁରରୁ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ସାଢ଼େ ୨ରେ ୪୩ ଡିଗ୍ରୀ ଟପିଲା ଭୁବନେଶ୍ୱର ତାପମାତ୍ରା

ଚଳିତ ସିଜିନର ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି।

୪୩.୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ ବାଲେଶ୍ୱରରେ ୪୦.୭, ଚାନ୍ଦବାଲିରେ ୪୦.୪, କେନ୍ଦୁଝରରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଆଜିର ଟିକେଟ ଘୋଷଣାରେ ୨ଟି ଆସନରେ ବିଧାୟକଙ୍କ ପତ୍ନୀଙ୍କୁ ଟିକେଟ

ବାଙ୍ଗିରିପୋଷିରେ ବିଧାୟକ ସୁଦାମ ମାରାଣ୍ଡିଙ୍କ ସ୍ତ୍ରୀ ରଂଜିତା ମାରାଣ୍ଡିଙ୍କୁ ଟିକେଟ୍ ଦେଇଛି ବିଜେଡି। ଦଳ ସୁଦାମ ମାରାଣ୍ଡିଙ୍କୁ ମୟୂରଭଞ୍ଜର ସାଂସଦ ପ୍ରାର୍ଥୀ କରିଛି।

ରଘୁନାଥପଲ୍ଲୀରେ ସ୍ବାମୀ ସୁବ୍ରତ ତରାଇଙ୍କ ବଦଳରେ ସ୍ତ୍ରୀ ଅର୍ଚ୍ଚନା ରେଖା ବେହେରାଙ୍କୁ ଟିକେଟ୍ ଦିଆଯାଇଛି।

ଅଙ୍ଗନବାଡ଼ି କେନ୍ଦ୍ରରୁ ଦିଦିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ବର ହଂସୀପାଟଣା ଅଙ୍ଗନବାଡ଼ି କେନ୍ଦ୍ରରୁ ମୃତଦେହ ଉଦ୍ଧାର ହୋଇଛି।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ କିଛି ଦିନ ତଳେ ତାଙ୍କ ସାନପୁଅ ଆତ୍ମହତ୍ୟା କରିଥିଲେ।

ପ୍ରଚାର ବେଳେ ଅସୁସ୍ଥ ହୋଇପଡିଲେ ପୁରୀ ପ୍ରାର୍ଥୀ ଅରୂପ ପଟ୍ଟନାୟକ।

ପ୍ରଚାର ଗାଡିରେ ଠିଆ ହୋଇ ପ୍ରଚାର କରୁଥିବା ବେଳେ ହଠାତ୍ ଲେଉଟି ପଡିଥିଲେ ଅରୂପ।

ବିଜେଡି କର୍ମୀମାନେ ସଙ୍ଗେ ସଙ୍ଗେ ତାଙ୍କୁ ପିପିଲି ହସ୍ପିଟାଲକୁ ନେଇଥିଲେ। ସେ ଏବେ ସୁସ୍ଥ ଥିବା ସୂଚନା ମିଳିଛି।

ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ରାହୁଲ ଗାନ୍ଧି ଏପ୍ରିଲ ୨୮ରେ ସାଲେପୁର ଆସିବେ ବୋଲି ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।

ପୁଣି ମେ ୩/୪ରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧି।ରାୟଗଡ଼ା ଆସିବା ନେଇ ସପ୍ତଗିରି ଉଲାକା ସୂଚନା ଦେଇଛନ୍ତି।

ବାଗବରରେ ପୃଥିବୀ ଦିବସ ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ପୃଥିବୀ ଦିବସ ପାଳିତ ହୋଇଯାଇଛି।

ଏଥିରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ତିକୁଡା ଝରିଆ ଠାରେ ଆଜି ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବିଜେଡି ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମୀ ସାମିଲ ହୋଇଥିଲେ।

ବୀରମହାରାଜପୁରରେ ପୃଥିବୀ ଦିବସ ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ପୃଥିବୀ ଦିବସ ପାଳିତ ହୋଇଯାଇଛି।

ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀ ଉପସ୍ଥିତ ଥିଲେ।

Exit mobile version