ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା; ହିନ୍ଦୋଳରୁ ଲଢ଼ିବେ ମହେଶ ସାହୁ

ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, କାକଟପୁରରୁ ତୁଷାରକାନ୍ତି ବେହେରା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି ଓ ବରୀରୁ ବିଶ୍ବରଂଜନ ମଲ୍ଲିକ ନିର୍ବାଚନ ଲଢ଼ିବେ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନ ଶିକ୍ଷକ

ବରଗଡ଼ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବାଳମୁକୁନ୍ଦ ପ୍ରଧାନ ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ ପାଇଁ ୧୪ ହଜାର ଲାଞ୍ଚ ନେଉଥିଲେ।

ରାଜ୍ୟ ବିଜେପିର ମୋଦି ଗ୍ୟାରେଣ୍ଟି ସଂକଳ୍ପପତ୍ର ଲୋକାର୍ପିତ

ବିଜେପି କାର୍ଯ୍ୟାଳୟରେ ଓଡ଼ିଆ ସଂକଳ୍ପପତ୍ର ଲୋକାର୍ପଣ କଲେ ସଭାପତି ମନମୋହନ ସାମଲ।

ଓଡ଼ିଆ ସଂସ୍କରଣକୁ ଘରେ ଘରେ ପହଞ୍ଚାଇବାକୁ ଲକ୍ଷ୍ୟ ବୋଲି କହିଲେ।

୩ ଦୁଷ୍କର୍ମୀଙ୍କୁ ୨୦ ବର୍ଷ ଲେଖାଁଏ ଜେଲ୍ ଦଣ୍ଡାଦେଶ

୩ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ।

୨୦୧୬ ମସିହାରେ ହୀରାକୁଦ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା।

ବୁଠିପଦରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପୂର୍ଣ୍ଣାହୁତି

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁଠିପଦର ଗ୍ରାମରେ ତୃତୀୟ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ଗ୍ରାମର ସମସ୍ତ ଜନସାଧାରଣ ସାମିଲ ହୋଇଥିଲେ।

ବିଜେଡିରୁ ଇସ୍ତଫା ଦେଲେ ଗୀତାଞ୍ଜଳି ସେଠୀ

କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ନିଜ ଇସ୍ତଫାପତ୍ର ଦଳର ସଭାପତିଙ୍କୁ ପଠାଇଛନ୍ତି।

କେନ୍ଦ୍ରାପଡ଼ାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜେଡି ଛାଡ଼ିଥିବା କହିଲେ। ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ବୋଲି ସୂଚନା ମିଳିଛି।

ଏଲଏଲବି ଷଷ୍ଠ ସେମିଷ୍ଟର ପେପର-୧ ପରୀକ୍ଷା ବାତିଲ

ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନ ୨୮ କଲେଜର ଆଜିର ପରୀକ୍ଷା ବାତିଲ ନେଇ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ ହୋଇଛି।

ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ସ୍କୁଲ କିରାଣୀ ନିଲମ୍ବିତ

ରାଜନୈତିକ ରାଲିରେ ସାମିଲ ଅଭିଯୋଗରେ ବୌଦ୍ଧ କଣ୍ଟାମାଳ ଲମ୍ବସରୀ ବିଦ୍ୟାଳୟର କନିଷ୍ଠ କିରାଣୀଙ୍କୁ ନିଲମ୍ବିତ କରିଛନ୍ତି ନିର୍ବାଚନ ଅଧିକାରୀ।

ବୀରମହାରାଜପୁରରେ ବନ୍ଧୁ ମିଳନ ଉତ୍ସବ

ସୋନପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ନାରାୟଣ ଲୁହାଙ୍କ ସର୍ମଥକମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ନିର୍ବାଚନ ମଣ୍ଡଳୀ ବହୁ ଜନସାଧାରଣ ସାମିଲ ହୋଇଥିଲେ।

ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉଦଯାପିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଟେଭାପଦର ଗ୍ରାମରେ ଅନୁଷ୍ଠିତ ହୋଇଥିବା ଅଷ୍ଟ ପ୍ରହରୀ ନାମ ଯଜ୍ଞ ଆଜି ଉଦଯାପିତ ହୋଇଯାଇଛି।

ଏଥିରେ ଅଞ୍ଚଳର ବହୁ ସଂର୍କୀତ୍ତନ ଦଳ ଯୋଗଦେଇ ଥିଲେ। ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

Nuakhai wishes