ପୁରୀ ମହାନଗର ନିଗମ ଗଠନ ନେଇ ପ୍ରକାଶ ପାଇଲା ଚୂଡ଼ାନ୍ତ ବିଜ୍ଞପ୍ତି

ଗୋଟିଏ ମହାନଗର ନିଗମ ଓ ୫ ପୌରପାଳିକା ନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବୌଦ୍ଧଗଡ଼, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର ଓ ଆସିକା ପୌରପାଳିକା ହେବ।

ଶ୍ରୀମନ୍ଦିର ଦୋଳବେଦୀ ନିକଟ ସମ୍ମୁଖ ଦ୍ବାରରେ ଠେଲାପେଲା

ଦୋଳବେଦୀକୁ ଚଳନ୍ତି ପ୍ରତିମା ବିଜେ ସମୟରେ ଅଘଟଣ ଘଟିଛି। ୨-୩ ଜଣ ମହିଳା ତଳେ ପଡ଼ି ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।ଆହତ ମହିଳାଙ୍କୁ ହସ୍ପିଟାଲ ନେଇଥିଲା ପୋଲିସ। ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି।

ପିପିଲି ଚାନ୍ଦୁଆ ବଜାର ନିର୍ମାଣ ପାଇଁ ନିଷ୍ପତ୍ତି

ପିପିଲି ଟୋଲ୍ ପ୍ଲାଜା ନିକଟରେ ନିର୍ମାଣ ହେବ ଚାନ୍ଦୁଆ ବଜାର। ପୁରୁଣା ହସ୍ତଶିଳ୍ପକୁ ବିକଶିତ କରିବ ପିପିଲି ଚାନ୍ଦୁଆ ବଜାର। ପୁରୀରେ ନିର୍ମାଣ ହେବ ସାମୁଦ୍ରିକ ଆକ୍ବାରିୟମ।

ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି

ଗଣତି ମଣତି SOP ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।SOP ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ବାରା ପ୍ରସ୍ତୁତ କରାଯାଇଛି।ସରକାରଙ୍କ ଅନୁମୋଦନ ପରେ ଗଣତି ମଣତି ଆରମ୍ଭ କରାଯିବ। ୧୯୭୮ ମସିହାର ତାଲିକା ସହିତ ମେଳକ କରାଯିବ ଏବଂ ସମ୍ପୂର୍ଣ୍ଣ ଅଳଙ୍କାର ଆଦିର ଫଟୋଗ୍ରାଫ ସହିତ ଡିଜିଟାଲ୍ କାଟାଲଗ୍ କରାଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ।

ବୋର୍‌ୱେଲରେ ପଡ଼ି ଶିଶୁକନ୍ୟା ମୃତ

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ନୂଆ ଵିଲ୍ଡିଂ କାମ ବେଳେ ବୋର୍‌ୱେଲରେ ପଡ଼ି ଚାଲିଗଲା ଦେଢ଼ ବର୍ଷ ଶିଶୁକନ୍ୟାର ଜୀବନ।

ମାମୁ ଘରକୁ ଆସିଥିବା ଶିଶୁକନ୍ୟା ଖେଳିବା ବେଳେ ବୋରୱେଲ୍‌ରେ ଖସିପଡ଼ିଲା।

ଆଜି ବନକଲାଗି: ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ପ୍ରାୟ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ନୀତି ଆରମ୍ଭ ହେବ।

ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ରାଷ୍ଟ୍ରପତି ୫ ଜିଲ୍ଲାରେ ୬ ଦିନ ବିତାଇବେ। ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜରେ କାର୍ଯ୍ୟକ୍ରମ ରହିଛି।

ଯାଜପୁରରେ ମା’ ବିରଜାଙ୍କ ଦର୍ଶନ କରିବା ସହ ନାଭିଗୟାରେ ପିଣ୍ଡଦାନ
ଓ ପୁରୀ ଶ୍ବେତଗଙ୍ଗାରେ ପିଣ୍ଡଦାନ ସହ ମହାପ୍ରଭୁଙ୍କୁ ଦର୍ଶନ କରିବେ।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍‌ ଫୋର୍ସ

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀ ପୋଲିସ ପକ୍ଷରୁ ଆଗୁଆ ପ୍ରସ୍ତୁତି କରାଯାଇଛି। ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା ସହ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ବିଭିନ୍ନ ଜାଗାରେ ୬ ଜଣ କମାଣ୍ଡାଣ୍ଟ ରାଙ୍କର ଅଫିସର୍‌ ହେବେ ନିୟୋଜିତ।

୩ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତକୁ ଶୃଙ୍ଖଳିତ କରିବାକୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଏସପି ସୂଚନା ଦେଇଛନ୍ତି।

ପୁରୀ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ୍

ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ପ୍ରସଙ୍ଗରେ ଅଦାଲତ ଅବମାନନା ମାମଲାରେ କାହିଁକି ଦଣ୍ଡିତ କରାଯିବନି ଜବାବ ତଲବ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇନଥିବା ଅଭିଯୋଗରେ ଜବାବ ତଲବ କରିଛନ୍ତି। ୩ ସପ୍ତାହ ମଧ୍ୟରେ ଜବାବ ଦଖଲ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୯୮୭ ମସିହାରେ ଅଭୟାରଣ୍ୟ ପାଇଁ ଜାରି ହୋଇଥିଲା ବିଜ୍ଞପ୍ତି। ବିଜ୍ଞପ୍ତିର ୩୯ ବର୍ଷ ପରେ ଵି ହୋଇନାହିଁ ଜମି ଅଧିଗ୍ରହଣ।ଜମି ମାଲିକଙ୍କୁ କ୍ଷତିପୂରଣ ଦିଆଯାଇନି କି ଜମି ଛାଡ଼ ହୋଇନି, ୨୦୨୪ ଡିସେମ୍ବର ସୁଦ୍ଧା ଚୂଡ଼ାନ୍ତ ନିଷ୍ପତି ନେବାକୁ କୋର୍ଟ ମହଲତ ଦେଇଥିଲେ।

Nuakhai wishes