କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା

ଏନ୍ଏଏସି ରାଙ୍କରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଛି।

କିଛି ଦିନ ତଳେ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲା ନାକ୍।

ସୁବଳୟାରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ +୨ ଓ +୩ କଲେଜ ପିଲାଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।

ଏଥିରେ +୩ ଦଳ ବିଜେତା ଓ +୨ ଦଳ ଉପବିଜେତା ଘୋଷିତ ହୋଇଥିଲେ। ଏଥିରେ +୨ କଲେଜର ଅଧ୍ୟକ୍ଷ ଭୋଲାନଥ କର୍ମୀ ଓ +୩ କଲେଜର ଅଧ୍ୟକ୍ଷ ବଳଦେବ ପୁଝାରୀ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ଦିଲ୍ଲିପ ମେହେର ଓ ରାଜେଶ ଦାସ ଅମ୍ପାୟର ଦାୟିତ୍ୱ ତୁଲାଇଥିଲେ। ଅଧ୍ୟାପକ ରମାକାନ୍ତ ପୁରୋହିତ ଧାରା ବିବରଣୀ ପ୍ରଦାନ କରିଥିଲେ।

ପରିବାର ଲୋକଙ୍କୁ ଘରେ ତାଲା ଠୁଙ୍କି ଟଙ୍କା, ସୁନା ଲୁଟିଲେ ଡକାୟତ

ଭୁବନେଶ୍ୱର ନନ୍ଦନକାନନ ଥାନା ମାରୁତିବିହାର ଅଞ୍ଚଳରେ ଡକାୟତି ହୋଇଛି।

ଗତକାଲି ବିଳମ୍ବିତ ରାତିରେ ୭/୮ ଜଣ ଡକାୟତ ଘରେ ପଶିଥିଲେ।ପରିବାର ଲୋକଙ୍କୁ ଭୟଭୀତ କରି ଗୋଟିଏ ଘରେ ପୂରାଇ ଦେଇଥିଲେ।ଘର ଲୋକଙ୍କୁ ତାଲା ଠୁଙ୍କି ଟଙ୍କା, ସୁନା ଗହଣା ନେଇ ଚମ୍ପଟ ମାରିଲେ।

ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟ ଗିରଫ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।

ଆୟଠାରୁ ୨୦୮% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି।ଗିରଫ ଅଧୀକ୍ଷକଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

ବୀରମହାରାଜପୁର ହାଇସ୍କୁଲରେ ବ୍ୟାଡମିଣ୍ଟନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବାଳକ ହାଇସ୍କୁଲ ଠାରେ ବିଦ୍ୟାଳୟ ଛାତ୍ରଙ୍କ ମଧ୍ୟରେ ବ୍ୟାଡମିଣ୍ଟନ (ସିଙ୍ଗଲ)ର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବିଦ୍ୟାଳୟର ପୁରାତନ ଛାତ୍ର ତଥା କ୍ରୀଡାବିତ୍ ବୃନ୍ଦାବନ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ କିଶୋର ମୋହନ ଡାଙ୍ଗ ଓ କୃତିବାସ ଶତପଥୀ ପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଉଭୟ ବିଜେତା ସୌମ୍ୟରଞ୍ଜନ ମଲ୍ଲିକ ଓ ଉପବିଜେତା କାଳୀଚରଣ ସିଂ ଙ୍କୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ ।

୨୯ରେ ସବୁ ସବ୍‌କଲେକ୍ଟର ଅଫିସ ଘେରିବ ବିଜେପି କୃଷକ ମୋର୍ଚ୍ଚା

ଘେରାଉ ନେଇ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ସୂଚନା ଦେଇଛନ୍ତି।

ଏହା ସହ ୫ ଦଫା ଦାବି ପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ।

ମହୁମାଛି ଆକ୍ରମଣରେ ୨ ଶିଶୁ ସମେତ ୪ ଗୁରୁତର

ଢେଙ୍କାନାଳ ଜିଲ୍ଲା କନ୍ଦରସିଂଗା ରାମେଶ୍ୱର ମନ୍ଦିରରୁ ଫେରିବା ବେଳେ ମହୁମାଛି ଆକ୍ରମଣ କରିଥିଲେ।

ଜଗନ୍ନାଥପୁର ପଞ୍ଚାୟତ ପିପଳ ଗାଁର ଗୋଟିଏ ପରିବାରର ୪ ଗୁରୁତର ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ୪ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି।

ମାଟି ତଳୁ ଜଣଙ୍କ ମୃତଦେହ ଠାବ କଲା ପୁଲିସ

ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ମୁରୁମଡିହି ଜଙ୍ଗଲରେ ଅଧା ପୋତା ମୃତଦେହ ଠାବ ହୋଇଛି।

ମୃତଦେହଟି ମହିଳା କି ପୁରୁଷ ଜଣାପଡ଼ିନି, ଉପରକୁ ପାଦ ଦିଶୁଛି। କେହି ହତ୍ୟା କରି ପୋତି ଦେଇଥିବା ପୋଲିସ ଅନୁମାନ କରୁଛି। କାଲିଠୁ ଜଣେ ସ୍ଥାନୀୟ ମହିଳା ନିଖୋଜ ଥିବାରୁ ବଢ଼ିଲା ସନ୍ଦେହ।

ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ କଳସ ଶୋଭା ଯାତ୍ରା

ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ରଥିପଡା ଠାରେ ପଞ୍ଚୁକ ଅବସରରେ ୪୧ ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ଆଜି କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଆସନ୍ତା କାଲି ସକାଳ ଠାରୁ ଅଧିବାସ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ୪ ମୃତ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଯୋଡ଼ାମ୍ବ ଯାଉଥିବା ଟିପ୍ପର ଭାରସାମ୍ୟ ହରାଇ ହନ୍ତାଳଗୁଡ଼ା ଘାଟିରେ ଓଲଟିଲା।

୧୦ରୁ ଅଧିକ ଶ୍ରମିକଙ୍କୁ ନେଇ ଯାଉଥିଲା ସିମେଣ୍ଟ ବୋଝେଇ ଟିପ୍ପର। ଆଉ ୨ ଶ୍ରମିକ ଟିପ୍ପର ତଳେ ଚାପି ହୋଇଥିବା ଆଶଙ୍କା କରାଯାଉଛି।

Exit mobile version