କୋଟିଆ ଗସ୍ତରେ ମୁଖ୍ୟ ସଚିବ ପ୍ରଦୀପ ଜେନା ଓ କୃଷି ସଚିବ ଅରବିନ୍ଦ ପାଢ଼ୀ

କୋଟିଆରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସ୍କୁଲ, ମା’ ଗୃହ, ହସ୍ପିଟାଲ, ବାରାକ, ଜଗନ୍ନାଥ ମନ୍ଦିର ବୁଲି ଦେଖିଲେ।

ଗସ୍ତ ବେଳେ ଜିଲ୍ଲାପାଳଙ୍କ ସହ ଡିଆଇଜି, ଏସ୍‌ପି, ଡିଏସପି ଉପସ୍ଥିତ ଅଛନ୍ତି।

ନଦୀରୁ ମାଛ ଧରିବା ବେଳେ ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ

କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଚିନ୍ତାଗୁଡ଼ା ଗାଁରେ ଏହି ଘଟଣା ଘଟିଛି।

ବିଦ୍ୟୁତ୍‌ ତା’ର ବିଛାଇ ମାଛ ଧରିବା କାଳ ହୋଇଛି।

ଭାରସାମ୍ୟ ହରାଇ ଓଲଟିଲା ଅଟୋ; ଜଣେ ମୃତ

ଅଟୋରେ ୧୬ ଜଣ ଯାତ୍ରୀ ଥିବା ବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ଗୁରୁତରଙ୍କୁ କୋରାପୁଟ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ସମସ୍ତ ମୃତାହତ ଦଶମନ୍ତପୁର ଥାନା ବରଗଛ ଗାଁର ବୋଲି ସୂଚନା ମିଳିଛି।

ବ୍ରିଜ ତଳୁ ଦୁର୍ଘଟଣାଗ୍ରସ୍ତ କାର୍ ଜବତ କଲା ପୁଲିସ

କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା କଟଲାପଦର ବ୍ରିଜ ତଳୁ କାର୍‌ ଜବତ କରିଛି ପୁଲିସ।

କାର୍‌ରେ କେହି ନଥିବା ବେଳେ ଗାଡ଼ିରୁ ୪ଟି ନମ୍ବର ପ୍ଲେଟ୍‌ ଜବତ ହୋଇଛି।
ସମ୍ପୃକ୍ତ କାର୍‌ରେ ଗଂଜେଇ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି; ୧୨ ଆହତ

କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଖଟଲାପଦର ବ୍ରିଜରୁ ଖସିଲା ପିକ୍ ଅପ୍ ଭ୍ୟାନ୍।

୧୨ ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନ ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମସ୍ତ ଗୁରୁତର ଆହତ ଦଳପୁର ଅଞ୍ଚଳର।

ପିଲା ଚୋରି ସନ୍ଦେହରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

କୋରାପୁଟ ଜିଲ୍ଲା ବନ୍ଧୁଗାଁ ସୁନପାଲମୁଣ୍ଡା ଗାଁରେ ପିଲା ଚୋରି ଗୁଜବରୁ ଏହି ଘଟଣା ଘଟିଛି।

ଆକ୍ରମଣର ଶିକାର ୨ ଯୁବକ ଆନ୍ଧ୍ରପ୍ରଦେଶ ପାର୍ବତୀପୁରମର। ଗାଁରେ ଉତ୍ତେଜନା ପରେ ପହଞ୍ଚିଲା ବନ୍ଧୁଗାଁ ପୁଲିସ ପହଞ୍ଚିଛି।

ମାଟିତଳୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ତଳଗୁମାଣ୍ଡି ଗାଁ ଜଙ୍ଗଲରେ ପୂର୍ବତନ ସରପଞ୍ଚଙ୍କୁ ପୋତି ଦେଇଥିଲେ।

ପୂର୍ବତନ ସରପଞ୍ଚଙ୍କୁ କିଏ ମାରିଛି ଅସ୍ପଷ୍ଟ ରହିଛି।

ନାଲ୍‌କୋ ସମ୍ପ୍ରସାରଣ କାମ ବେଳେ ରଡ୍‌ ପଡ଼ି ୨ ମୃତ

ରଡ୍‌ ବାଇଣ୍ଡିଂ ଚାଲିଥିଲା ବେଳେ ଦୁର୍ଘଟଣା ଘଟିଛି। ଏଥିରେ ୨ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ଘଟଣାସ୍ଥଳରେ ଦାମନଯୋଡ଼ି ଥାନା ପୁଲିସ ଓ ସିଆଇଏସ୍‌ଏଫ୍‌ ପହଞ୍ଚି ତଦନ୍ତ କରୁଛି।

ଘରୋଇ ସ୍କୁଲ ବସ୍ ଓଲଟି ଜଣେ ମହିଳା ମୃତ, ୮ ଆହତ

କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ମନ୍ତ୍ରୀଆମ୍ବ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି।

ବସ୍‌ରେ କୌଣସି ଛାତ୍ରଛାତ୍ରୀ ନଥିଲେ, କେବଳ ସ୍କୁଲ ଷ୍ଟାଫ୍ ଥିଲେ। ସ୍କୁଲର ଜଣେ କର୍ମଚାରୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଘରକୁ ଯାଉଥିଲେ।

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

କୋରାପୁଟ ଜିଲ୍ଲା ସଦର ଥାନା ବାରିଣିପୁଟ ଘରୋଇ ହସ୍ପିଟାଲରେ ରୋଗୀର ମୃତ୍ୟୁ ଘଟିଛି।

୧୫ ତାରିଖରେ ଅସ୍ତ୍ରୋପଚାର ପରେ ଆଜି ସକାଳେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ସହ ଅଭିଯୋଗ କଲେ ପରିବାର।

Nuakhai wishes