୨୭ ଯାଏଁ ଲାଗି ରହିବ ତାତି; ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ

୨୪, ୨୫ରେ ଉତ୍ତର ଓ ଉପକୂଳରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୬ ଓ ୨୭ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ ବୋଲି ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି।

୨୬ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୭ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଆଜି ବି ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଚାନ୍ଦବାଲିରେ ୪୦.୪, ବାଲେଶ୍ବରରେ ୪୦.୩, ଝାରସୁଗୁଡ଼ାରେ ୩୯.୫, ପାରାଦୀପରେ ୩୮.୮, ରାଉରକେଲାରେ ୩୭.୯ ଓ କେନ୍ଦୁଝରରେ ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଆମ୍ବ ତୋଟାରେ ବିଜୟ ସଂକଳ୍ପ ସମାବେଶ

ପାଟଣା ନିର୍ବାଚନ ମଣ୍ଡଳୀର ଅଧିନସ୍ଥ ଚମ୍ପୁଆ ବ୍ଲକ ଟାଙ୍ଗରବନ୍ତଳା ଗ୍ରାମ ଆମ୍ବ ବାଗାନରେ ଭାଜପା ପ୍ରାର୍ଥୀ ଅଖିଳ ନାୟକଙ୍କ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଆଖପାଖ ପଂଚାୟତର ବହୁ ଲୋକ ଏହି ସମାବେଶରେ ସାମିଲ ହୋଇଥିଲେ। ମୋଦିଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଓ ସଙ୍କଳ୍ପକୁ ଉଜାଗର କରିବା ସହ କ୍ଷମତାକୁ ଆସିଲେ ଅଞ୍ଚଳର ବହୁବିଧ ବିକାଶ କରିବେ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିରଜା ମିଶ୍ର, ରାଧାକାନ୍ତ ମହାନ୍ତ, ସୁବ୍ରତ ମହାନ୍ତି, କମଳା କାନ୍ତ ଦାଶ ସମେତ ବହୁ ଯୋଗ ଦେଇ ମୋଦି ସରକାରଙ୍କ ଉପଲବ୍ଧି ଓ ଗ୍ୟାରେଣ୍ଟି ବିଷୟରେ କହିଥିଲେ।

ମା ତାରିଣୀଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କଲେ ଜିଲ୍ଲାର ସମସ୍ତ କଂଗ୍ରେସ ପ୍ରାର୍ଥୀ

ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦୁଝର ବିଧାନସଭା ଓ ସାଂସଦୀୟ କ୍ଷେତ୍ରର ଜାତୀୟ କଂଗ୍ରେସ ପାର୍ଟିର ଦଳୀୟ ପ୍ରାର୍ଥୀମାନେ ମା’ ତାରିଣୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରି ପ୍ରଚାରର ଶୁଭାରମ୍ଭ କରିଛନ୍ତି।

ସାଂସଦ ପ୍ରାର୍ଥୀ ବିନୋଦ ବିହାରୀ ନାୟକ, ସଦର ବିଧାୟିକା ପ୍ରାର୍ଥୀନୀ ପ୍ରତିଭା ମଞ୍ଜରୀ ନାୟକ, ଚମ୍ପୁଆ ବିଧାନସଭା ପାର୍ଥୀ ଯଶବନ୍ତ ସିଂ ଲାଗୁରି, ତେଲକୋଇ ନିର୍ବାଚନ ମଣ୍ଡଳର ନିର୍ମଳ ନାୟକ ସମେତ ଜିଲ୍ଲା ସଭାପତି ମୋହନ ପରିଡ଼ା ଓ ଅନ୍ୟ ବରିଷ୍ଟ ନେତା ସମେତ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ଦଳ ତଥା ପ୍ରାର୍ଥୀଙ୍କ ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ।

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ORHDC ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ।

ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି ଭିଜିଲାନ୍ସକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ।ହାଇକୋର୍ଟ ରାୟକୁ ଚାଲେଂଜ କରି ସୁପ୍ରିମକୋର୍ଟ ଯାଇଥିଛନ୍ତି ମୋକିମ।

ପାରାଦୀପରେ ଜାହାଜ ଭିତରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଏସ୍‌କ୍ୟୁ ବର୍ଥରେ ଲାଗିଥିବା ଏକ ଜାହାଜରୁ ମୃତଦେହ ଉଦ୍ଧାର ହୋଇଛି।

ଜାହାଜ ହାଚ୍‌ରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଗାଁରେ ୫୦ ଟିକିଆ ହାତୀପଲଙ୍କ ଉତ୍ପାତ

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ନାଇକୁଡ଼ି ପଞ୍ଚାୟତରେ ୫୦ ଟିକିଆ ହାତୀପଲ ଗାଁରେ ଏକର ଏକର ଫସଲ ନଷ୍ଟ କରିଛନ୍ତି।

ହାତୀ ଘଉଡ଼େଇବାକୁ ବନବିଭାଗର ଉଦ୍ୟମ ଜାରି ରଖିଛି। ଲୋକେ ଭୟଭୀତ ଅଛନ୍ତି।

ବିଜେଡି ଛାଡ଼ିଲେ ରାସେଶ୍ବରୀ

ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି।

ମଙ୍ଗଳ ଆଳତି ପୂର୍ବରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଗଲା।

ଜୟଶଂକର ସିହ୍ନା ହେଲେ ବି.ଏସ.ପିର ଅତାବିରା ବିଧାୟକ ପ୍ରାର୍ଥୀ

ଆଜି ସୋମବାର ଅପରାହ୍ନ ୪ଟା ସମୟରେ ବି.ଏସ.ପି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀର ବି. ଏସ.ପି ପ୍ରାର୍ଥୀ ଭାବେ ଜୟଶଂକର ସିହ୍ନାଙ୍କ ନାମ ଘୋଷଣା କରାଯାଇଛି।

ଜୟଶଂକର ସିହ୍ନା ବରଗଡ ଜିଲ୍ଲା ତୋରା ଗ୍ରାମର ଅଟନ୍ତି। ସେ ଜଣେ ଉଚ୍ଚ ଶିକ୍ଷିତ ବ୍ଯକ୍ତି ଅଟନ୍ତି। ଆମ୍ବେଦକର ବିଚାର ଧାରାରେ ଜଡିତ। ଅତାବିରା ନିର୍ବାଚନ ମଣ୍ଡଳୀରେ ଏଥର ବି.ଏସ.ପି ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବାରୁ ଦଳୀୟ କର୍ମୀମାନେ ବହୁତ ଖୁସି ଅନୁଭବ କରୁଥିବା କହିଛନ୍ତି।

Nuakhai wishes