ବିଜେଡି ଛାଡ଼ିଲେ ରାସେଶ୍ବରୀ

ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ।

୩ ଦୁଷ୍କର୍ମୀଙ୍କୁ ୨୦ ବର୍ଷ ଲେଖାଁଏ ଜେଲ୍ ଦଣ୍ଡାଦେଶ

୩ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ।

୨୦୧୬ ମସିହାରେ ହୀରାକୁଦ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା।

ଆସିଷ୍ଟାଣ୍ଟ ପ୍ରଫେସର ଡ. ରଜତ କୁଜୁର ସସ୍‌ପେଣ୍ଡ୍‌

ସମ୍ବଲପୁର ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ଓ ସାଧାରଣ ପ୍ରଶାସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ. ରଜତ କୁଜୁରଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି।

ଦୁର୍ବ୍ୟବହାର ଓ ସୋସିଆଲ ମିଡିଆରେ ଆପତ୍ତିଜନ ପୋଷ୍ଟିଂ କରିଥିବା ନେଇ ଅଭିଯୋଗ ହୋଇଥିଲା।କୁଳପତିଙ୍କ ନିର୍ଦ୍ଦେଶରେ ତାଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ପିଜି ଡିପାର୍ଟମେଣ୍ଟକୁ ପ୍ରବେଶ ପାଇଁ ବାରଣ କରାଯାଇଛି।

କ୍ଷତାକ୍ତ ମୃତଦେହ: ହତ୍ୟା ସନ୍ଦେହ

ସମ୍ବଲପୁର ଶାସନ କେନାଲ ପାଖରେ କ୍ଷତାକ୍ତ ମୃତଦେହ ଠାବ ହୋଇଛି।

ମୃତକ ଶାନ୍ତିପଡ଼ାର। କ୍ଷତ ଚିହ୍ନ ଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଶାସନ ଥାନା ପୁଲିସ ଛାନଭିନ୍‌ କରୁଛି।

ରେଢ଼ାଖୋଲ ଏବଂ ସମ୍ବଲପୁର ପ୍ରାର୍ଥୀ ଅଦଳବଦଳ କଲା ବିଜେଡି

ରେଢ଼ାଖୋଲରୁ ପ୍ରାର୍ଥୀ ହେଲେ ପ୍ରସନ୍ନ ଆଚାର୍ଯ୍ୟ ଏବଂ
ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କଲା ଦଳ।

ପୂର୍ବରୁ ସମ୍ବଲପୁରରୁ ପ୍ରସନ୍ନଙ୍କୁ ପ୍ରାର୍ଥୀ କରିଥିଲା ଦଳ।

ଓଲଟିଲା ଅଟୋ; ଗୋଟିଏ ପରିବାରର ୧୦ ଆହତ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଘୋଡ଼ାବାନ୍ଧୁଣୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

୧୦ ଆହତଙ୍କ ମଧ୍ୟରୁ ୨ ଗୁରୁତର ଅଛନ୍ତି ସମସ୍ତଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବଲପୁରରେ ହନୁମାନ ଜୟନ୍ତୀରେ ବାହାରିବନି ଆଖଡ଼ା ଶୋଭାଯାତ୍ରା

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶାନ୍ତି ଓ ସମନ୍ବୟ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ବିଧି ଅନୁସାରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିବାକୁ ନିଷ୍ପତ୍ତି ହୋଇଛି।

ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କଲେ ଦୁର୍ବୃତ୍ତ

ସମ୍ବଲପୁର ସଦର ଥାନା କୁଲତା ନୂଆପଲ୍ଲିରେ ଏହି ଘଟଣା ଘଟିଛି।

ମୃତକ ଅଇଁଠାପାଲି ଥାନା ବହିଦାର ନୂଆପାଲିର ବୋଲି ସୂଚନା ମିଳିଛି। ମୃତ୍ୟୁର କାରଣ ଜଣାପଡ଼ିନି, ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ମା’ ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଧର୍ମେନ୍ଦ୍ର।

ସମ୍ବଲପୁରରୁ ବିପୁଳ କଫ୍‌ ସିରପ୍ ଜବତ

ସମ୍ବଲପୁରରୁ ୧୦ ହଜାର ୮୦୦ ବୋତଲ କଫ୍‌ ସିରପ୍‌ ଜବତ ସହ ୨୬ ଜଣକୁ ଗିରଫ କରିଛି ଟାଉନ ଥାନା ପୁଲିସ।

କୋଲକାତାରୁ ଆଣି ଚାଲାଣ କରୁଥିଲେ କହିଲେ ସମ୍ବଲପୁର ଏସପି। ଗିରଫ ଅଭିଯୁକ୍ତ ସମ୍ବଲପୁର, ବରଗଡ଼, ସୋନପୁର ଅଞ୍ଚଳର ବୋଲି ସୂଚନା ମିଳିଛି।

Nuakhai wishes