ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଜଣେ ମୃତ

ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ବନମାଳ ଗାଁରେ ଏହି ଦୁର୍ଘଟଣା ଘଟିଛି।

ମୃତକଙ୍କ ପରିଚୟ ମିଳିନ ଥିବାବେଳେ ଘଟଣାସ୍ଥଳରେ ବେଲପଡ଼ା ପୁଲିସ ପହଞ୍ଚିଛି।

ବିଜେପିରୁ ଇସ୍ତଫା ଦେଲେ ପ୍ରଭାସ ପାଣିଗ୍ରାହୀ

ବଲାଙ୍ଗିର ଜିଲ୍ଲା ପୂର୍ବତନ ବିଜେପି ସଭାପତି ପ୍ରଭାସ ପାଣିଗ୍ରାହୀ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ନିକଟକୁ ପଠାଇଛନ୍ତି।

ଦଳରେ ୩୫ ବର୍ଷର କାର୍ଯ୍ୟକାଳ ମନେ ରହିବ କହିଛନ୍ତି ପ୍ରଭାସ।

ବଲାଙ୍ଗିରରେ ସକାଳ ସାଢ଼େ ୬ଟାରୁ ଦିନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ

ପ୍ରବଳ ଖରା ପାଇଁ ଏହି ସମୟ ନିର୍ଦ୍ଧାରଣ କରିଛି ବଲାଙ୍ଗିର ପ୍ରଶାସନ।

ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସାଢ଼େ ୧୦ ଯାଏଁ ଚାଲିବ।

ନିର୍ବାଚନ ୨୦୨୪: ବଲାଙ୍ଗୀର ସଦରରେ ଲଢ଼େଇ ପାଇଁ ପ୍ରସ୍ତୁତ ୩ ଦଳ

ବିଜୁ ଜନତା ଦଳ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଶ୍ରୀଯୁକ୍ତ ଗୋପାଳଜୀ ପାଣିଗ୍ରାହୀ।

ରାଷ୍ଟ୍ରୀୟ କଂଗ୍ରେସ ଦଳ ଶ୍ରୀଯୁକ୍ତ ସୌମେନ୍ଦ୍ର ମିଶ୍ରଙ୍କୁ ମଇଦାନକୁ ଓହ୍ଲାଇଛି। ୩ ଦଳର ପ୍ରାର୍ଥୀ ଘୋଷଣା ପରେ ଏବେ ବଲାଙ୍ଗୀର ସଦରରେ ସୁପର ଫାଇଟ୍ ଦେଖିବାକୁ ମିଳିବ।

ହୋଲି ରଙ୍ଗରେ କଣ୍ଟାବାଞ୍ଜି ସହରର ୨୦ରୁ ଅଧିକ ଅସୁସ୍ଥ ଅଭିଯୋଗ

ହୋଲି ଖେଳି ଗାଧୋଇବା ପରେ ଦେହରେ ଦାଗ ସହ ଯନ୍ତ୍ରଣା ଅନୁଭବ କରିବାରୁ ଭୀମଭୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଅପମିଶ୍ରିତ କେମିକାଲ ରଙ୍ଗ ଯୋଗୁଁ ଏପରି ହୋଇଥିବା ସନ୍ଦେହ କରାଯାଉଛି।

ବାଇକ୍‌କୁ ଧକ୍କା ଦେଲା ଓଏସଆରଟିସି ବସ୍‌, ୨ ମୃତ

ବଲାଙ୍ଗିର ଜିଲ୍ଲା ଏନଏଚ୍‌ ୫୭ ଭଦ୍ରାପାଲି ଛକ ନିକଟରେ ଦୁର୍ଘଟଣା ଘଟିଛି।

ମୃତ ୨ ବାଇକ୍‌ ଆରୋହୀ ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ବସ୍‌ ଡ୍ରାଇଭରକୁ ଅଟକ ରଖି ପୁଇଁତଳା ଥାନା ପୁଲିସ ତଦନ୍ତ କରୁଛି।

୨ କଏଦୀ ଫେରାର୍ ଘଟଣାରେ ୱାର୍ଡେନ ନିଲମ୍ବିତ

ଟିଟିଲାଗଡ଼ ଜେଲ୍‌ରୁ ୨ କଏଦୀ ଚମ୍ପଟ ମାରିବା ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ୱାର୍ଡେନ ଦାନୀ ଦୋରାଙ୍କୁ ସସ୍‌ପେଣ୍ଡ କଲେ ଜେଲ୍ ଡିଆଇଜି।

ଗତକାଲି ଟିଟିଲାଗଡ଼ ଜେଲ୍ ଯାଇ ତଦନ୍ତ କରିଥିଲେ ଜେଲ୍ ଡିଆଇଜି।

୨୫୬ ଗ୍ରାମ ବ୍ରାଉନସୁଗାର ଜବତ ସହ ବେପାରୀ ଗିରଫ

କଟକ ଚାଉଳିଆଗଞ୍ଜ ଅଞ୍ଚଳରୁ ବ୍ରାଉନସୁଗାର ଜବତ ସହ ୨ ବେପାରୀକୁ ଗିରଫ କରିଛି ପୁଲିସ।

ସ୍କର୍ପିଓ ସହ ନଗଦ ୨ ଲକ୍ଷ ଟଙ୍କା ଜବତ ହୋଇଛି।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ। ଗିରଫ ୨ ଅଭିଯୁକ୍ତ ପଶ୍ଟିମବଙ୍ଗ ମୁର୍ସିଦାବାଦ ଅଞ୍ଚଳର ବୋଲି ସୂଚନା ମିଳିଛି।

Nuakhai wishes