ବଡ଼ଚଣାରୁ ପ୍ରାର୍ଥୀ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ବିଜେଡି ଆଜି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବଡ଼ଚଣା ବିଧାନସଭା ଆସନରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି ଦଳ।

ନଦୀରେ ବୁଡ଼ି ୨ ଯୁବକ ନିଖୋଜ

ଯାଜପୁର ଯୋକଡ଼ିଆ ପାଟିଆ ନଈରେ ବୁଡ଼ି ନିଖୋଜ ଅଛନ୍ତି ୨ ଯୁବକ।

ନିଖୋଜ ୨ ଯୁବକ ଯାଜପୁର ରୋଡ୍‌ ସପାଗଡ଼ିଆ ଅଞ୍ଚଳର। ସ୍ଥାନୀୟ ଲୋକ ଓ ମତ୍ସ୍ୟଜୀବୀଙ୍କ ଦ୍ଵାରା ଖୋଜାଖୋଜି ଜାରି ରହିଛି।

ଏସସିବିରୁ ଫେରାର୍ କଏଦୀର ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର କାଳିଆପାଣି ଥାନା ଗିରିଙ୍ଗାମାଳି ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।

ମୃତ କଏଦୀ କାଳିଆପାଣି ଥାନା ପନାସିଆର ଶୁକ୍ରା ମୁଣ୍ଡା ବୋଲି ସୂଚନା ମିଳିଛି। ହତ୍ୟା ମାମଲାରେ ଆଠଗଡ଼ ଜେଲ୍‌ରେ ଆଜୀବନ ସଜା କାଟୁଥିଲା। ଟିବି ରୋଗରେ ଆକ୍ରାନ୍ତ ହେବାରୁ ଏସସିବିରେ ଭର୍ତ୍ତି ହୋଇଥିଲା। ଗତକାଲି ମେଡିକାଲରୁ ଚମ୍ପଟ ମାରିଥିଲା।

ଯାଜପୁରରୁ ୨ ଠକଙ୍କୁ ଗିରଫ କଲା ଶହିଦନଗର ପୁଲିସ

ଏହି ୨ଠକ୍ OLXରେ ଘର ଭଡ଼ା ପାଇଁ ବିଜ୍ଞାପନ ଦେଉଥିଲେ ଏବଂ ବିଭିନ୍ନ ଘରର ଫଟୋ ଲୋକଙ୍କ ପାଖକୁ ପଠାଉଥିଲେ।

ଘର ଦେବା ନାଁରେ ଆଗୁଆ ୭ରୁ ୧୫ ହଜାର ଟଙ୍କା ନେଉଥିଲେ। ଠକଙ୍କ ନାଁରେ କମିଶନରେଟ ପୁଲିସରେ ଅଭିଯୋଗ ହୋଇଥିଲେ।

ଟିପ୍ପର ଧକ୍କାରେ ବାଇକ୍‌ ଆରୋହୀ ବାପାପୁଅ ମୃତ

ଯାଜପୁର ସଦର ଥାନା ବରୁହାଁ ଛକ ନିକଟରେ ବାଇକ୍‌କୁ ଧକ୍କା ଦେଲା ଟିପ୍ପର।

ଘଟଣାସ୍ଥଳରେ ବାପା ଓ ମେଡିକାଲରେ ପୁଅର ମୃତ୍ୟୁ ଘଟିଛି। ମୃତକ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗାଁ ହୋଇଥିବା ସୂଚନା ମିଳିଛି।

ଆତ୍ମସମର୍ପଣ କଲେ ୟୁଟ୍ୟୁବର ମୋନାଲିସା ଭଦ୍ର

ଯାଜପୁରର ମୋନାଲିସା ଭଦ୍ର ଓ ତାଙ୍କ ସ୍ବାମୀ ଉଭୟେ ବନବିଭାଗ ପାଖରେ ଆତ୍ମସମର୍ପଣ କରିଛନ୍ତି।

ବେଆଇନ ଭାବେ ବନ୍ୟଜନ୍ତୁଙ୍କୁ ରଖି ଭିଡିଓ ପୋଷ୍ଟ ଅଭିଯୋଗ ରହିଛି।

ଭାରସାମ୍ୟ ହରାଇ ଟ୍ରକ ପଛକୁ ପିଟିଲା ବାଇକ, ୩ ମୃତ

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଜିନ୍ଦଲ ମୁଖ୍ୟ ଗେଟ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

୩ ମୃତକ ସ୍ଥାନୀୟ ଅଞ୍ଚଳର। ଦୁର୍ଘଟଣା ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

କ୍ରସରରେ କାମ ବେଳେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ରାହାଡପୁର ସ୍ଥିତ ଏକ କ୍ରସରରେ ଏହି ଘଟଣା ଘଟିଛି।

କ୍ରସର ମେସିନ ଚକା ଖୋଲିବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି। ଗୁରୁତର ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି।

ଯୁବକର କଟୁରୀ ଚୋଟରେ ବୃଦ୍ଧ ମୃତ

ଯାଜପୁର ଜିଲ୍ଲା ସଦର ଥାନା ଜମଧର ଗାଁରେ ରାସ୍ତାରେ ଯାଉଥିବା ବେଳେ ବୃଦ୍ଧଙ୍କୁ ଅଟକାଇ ହାଣିଲା ଯୁବକ।

ଅଭିଯୁକ୍ତ ଯୁବକକୁ ଅଟକ ରଖିଲା ସଦର ଥାନା ପୁଲିସ। ଯୁବକ ଜଣଙ୍କ ମାନସିକ ବିକାରଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

ଓଡ଼ିଶାର ବିକାଶ ପାଇଁ ଆମେ ଗୁରୁତ୍ୱ ଦେଇଆସୁଛୁ: ମୋଦି

ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ।

ଓଡ଼ିଶାରେ ଆଜି ବିକାଶର ନୂଆ ଧାରା ଆରମ୍ଭ ହୋଇଛି।ଵଓଡ଼ିଶା ଓ ଦେଶର ବିକାଶ ପାଇଁ ବିଜୁ ବାବୁଙ୍କ ଯୋଗଦାନ ସ୍ମରଣୀୟ କହିଛନ୍ତି ମୋଦି।

Nuakhai wishes