ବୋଲେରୋ ଧକ୍କାରେ ତଳେ ପଡ଼ିବା ପରେ ଯୁବକଙ୍କୁ ଘୋଷାଡ଼ି ନେଲା ହାଇୱା

ଧର୍ମଗଡ଼ ଥାନା ବଳଢ଼ିଆମାଳ ଛକ ନିକଟରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି।

NH ୨୦ ଜୟପୁର-ଭବାନୀପାଟଣା ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି ଲୋକେ। ଉଭୟ ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖି ପୁଲିସ ତଦନ୍ତ ଜାରି ରଖିଛି।

ଜିଲ୍ଲା ମୁଖ୍ୟ କାରାଗାରରୁ ୨ ବନ୍ଦୀ ଚମ୍ପଟ୍‌

୨ ବିଚାରାଧୀନ ବନ୍ଦୀ ଫେରାର ନେଇ ଜେଲ୍‌ ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି।

୨ ବନ୍ଦୀଙ୍କ ମଧ୍ୟରୁ ଜଣେ ନୂଆପଡ଼ାର, ଅନ୍ୟଜଣେ ଧର୍ମଗଡ଼ର ବୋଲି ସୂଚନା ମିଳିଛି। ୨ ଜଣ ପୋକ୍ସୋ ଆକ୍ଟରେ ଗିରଫ ହୋଇ ଜେଲ୍‌ରେ ଥିଲେ।

ନର୍ଲା ରେଳ ଷ୍ଟେସନ ନିକଟରୁ ବାଘଛାଲ ଜବତ

ଘଟଣାରେ ଦୁଇ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍।

ଗିରଫ ୨ ଅଭିଯୁକ୍ତ ଚକ୍ରା ବେନାଲ ଓ ପୂର୍ଣ୍ଣଚନ୍ଦ୍ର ବାଗ।୩ ଲକ୍ଷ ଟଙ୍କାରେ ଡିଲ କରୁଥିବା ତଦନ୍ତରୁ ଜଣାପଡ଼ିଛି।

ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ୨ ମୃତ

କଳାହାଣ୍ଡି ଜିଲ୍ଲା ପଲମ ଫାଣ୍ଡି ଆଲିମ ଗାଁ ନିକଟ ରାସ୍ତାରେ ଦୁର୍ଘଟଣା ଘଟିଛି।

ଘଟଣାସ୍ଥଳରେ ଜଣେ ଓ କେସିଙ୍ଗା ମେଡିକାଲ୍‌ରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି।

୪୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲେଟେର ତ୍ରିଶକ୍ତି ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଦ୍ରୋଣାଚାର୍ଯ୍ୟ ତାଣ୍ଡିଙ୍କୁ ଧରିଲା ଭିଜିଲାନ୍ସ।

5T କାମର ବିଲ୍‌ କରାଇବାକୁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ।

ଅଟୋ ଓଲଟି ୬ ମହିଳା ଗୁରୁତର

ଭବାନୀପାଟଣା ଏମ୍‌. ରାମପୁର ଥାନା ମୋହନଗିରି ନିକଟ ଜାମୁଲି ଘାଟିରେ ଏହି ଘଟଣା ଘଟିଛି।

ଭାରସାମ୍ୟ ହରାଇ ଅଟୋ ଓଲଟି ୬ ମହିଳା ଗୁରୁତର ଅଛନ୍ତି। ବିବାହ ଭୋଜିକୁ ଯିବାବେଳେ ଦୁର୍ଘଟଣା ଘଟିଛି। ସବୁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିଲରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ତେତେଲପଡ଼ା ଗାଁ ବିଲରୁ ମୃତଦେହ ଉଦ୍ଧାର ହୋଇଛି।

ମୃତକ ତେତେଲପଡ଼ା ଗାଁର ବୋଲି ସୂଚନା ମିଳିଛି। ସୋମବାର ଠାରୁ ନିଖୋଜ ଥିଲେ। ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି ।

ବ୍ୟାରେଜ କାମ ବେଳେ ଧସିଲା ମାଟି ଅତଡ଼ା, ଜଣେ ମୃତ

କଳାହାଣ୍ଡି ଜିଲ୍ଲା ଏମ.ରାମପୁର ଥାନା ସାନ୍ଦୁଲ ବ୍ୟାରେଜ୍‌ କାମ ବେଳେ ଅଘଟଣ ଘଟିଛି।

ମାଟି ଅତଡ଼ା ଧସି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ଅଛନ୍ତି।

ଏମ୍‌.ରାମପୁରକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ

କଳାହାଣ୍ଡିର ଏମ୍‌.ରାମପୁରକୁ ଏନଏସି ମାନ୍ୟତା ଦାବିରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା ଦେଇଛି ବ୍ୟବସାୟୀ ସଂଘ।

ଫଳରେ ଦୋକାନ ବଜାର ବନ୍ଦ ରହିଛି।

ପରଲୋକରେ କଳାହାଣ୍ଡିର ବିଶିଷ୍ଟ ଶିଳ୍ପପତି

ଡିଡି ବିଲ୍ଡରର ନିର୍ଦେଶକ ତ୍ରିଲୋଚନ ଅଗ୍ରୱାଲଙ୍କ ୬୬ ବର୍ଷ ବୟସରେ ହୃତଘାତରେ ପରଲୋକ ଘଟିଛି।

ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଥିଲେ ତ୍ରିଲୋଚନ।

Nuakhai wishes