ବିଦ୍ୟୁତ ଆଘାତରେ ବାପା ମୃତ, ପୁଅ ଗୁରୁତର

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଡ଼ପଡ଼ା ଗାଁ ନିକଟ ବିଲରେ ବିଦ୍ୟୁତ୍‌ ତାର ଲାଗି ଏହି ଅଘଟଣ ଘଟିଛି।

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅଛି। ଗୁରୁତର ଅବସ୍ଥାରେ ପୁଅକୁ ଆଡ଼ପଡା ମେଡିକାଲରେ ଭର୍ତ୍ତି କରାଯାଇଛି।

ତାଲା ଭାଙ୍ଗି ମନ୍ଦିରରୁ ଦାନବାକ୍ସ ଲୁଟି ନେଲେ ଦୁର୍ବୃତ୍ତ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ନରସିଂହଗଡ଼ ସ୍ବପ୍ନେଶ୍ବରୀ ମନ୍ଦିରରୁ ଚୋରି ହୋଇଛି।

କେତେ ଟଙ୍କା ଚୋରି ହୋଇଛି ଜଣାପଡ଼ିନି।ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

ଛାତ ସେଣ୍ଟ୍ରିଂ ପଡ଼ି ଜଣେ ଶ୍ରମିକ ମୃତ, ୪ ଆହତ

ବ୍ରହ୍ମପୁର ଗୋଳନ୍ଥରା ଥାନା ସୋରଳ ଗାଁରେ ଏହି ଘଟଣା ଘଟିଛି।

୪ ଆହାତଙ୍କୁ ଉଦ୍ଧାର ପରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଛାତ ସେଣ୍ଟ୍ରିଂ ଖୋଲିବା ବେଳେ ଶ୍ରମିକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା।

ରାସ୍ତାକଡ଼ ଗଛକୁ ପିଟିଲା ବସ୍‌; ୧୦ରୁ ଅଧିକ ଆହତ

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଜି. ନୂଆଗାଁ ଛକରେ ଏହି ଦୁର୍ଘଟଣା ଘଟିଛି।

ଆହତଙ୍କ ମଧ୍ୟରୁ ୩ ଗୁରୁତର ଥିବାବେଳେ ସମସ୍ତଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭଞ୍ଜନଗରରୁ ବେଲଗୁଣ୍ଠା ଆସିବା ବେଳେ ଦୁର୍ଘଟଣା ଘଟିଥିଲା।

ଘରେ ପଶି ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ତନ୍ଦରାସାହିରେ ଏହି ଘଟଣା ଘଟିଛି।

ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। କିଏ ଓ କାହିଁକି ହତ୍ୟା କଲା ଅସ୍ପଷ୍ଟ ରହିଛି।

ପିକଅପ୍‌ ଭ୍ୟାନ ଓଲଟି ୨ ଦଣ୍ଡୁଆ ମୃତ, ୧୫ ଗୁରୁତର

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଦୁର୍ଘଟଣା ଘଟିଛି।

୧୫ ଆହତଙ୍କ ମଧ୍ୟରୁ ୧୧ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପିକଅପ୍‌ ଭ୍ୟାନରେ ଡ୍ରାଇଭରଙ୍କ ସହ ୨୨ ଜଣ ଦଣ୍ଡୁଆ ଥିଲେ।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ବ ଦେଲା ବିଜେଡି

ରାଜ୍ୟ ଉପସଭାପତି ସହ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ନିଯୁକ୍ତି କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

ପ୍ରେସ ରିଲିଜ୍ ଜାରି କରି ଏହି ସୂଚନା ଦେଇଛି ବିଜେଡି।

ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ

୩୦୮୦ କୋଟି ଟଙ୍କାରେ ଗୋପାଳପୁର ପୋର୍ଟ ଲିମିଟେଡ୍ ସହ ଚୁକ୍ତି କଲା ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିଃ।

SP ଗ୍ରୁପ୍‌ର ୫୬% ଓ OSLର ୩୯% ଅଂଶଧନ କିଣିବା ନେଇ ଚୁକ୍ତି ହୋଇଛି।

ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ

ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ତାଙ୍କ ଇସ୍ତଫା ପତ୍ର‌ ଦଳର ସଭାପତିଙ୍କ ନିକଟକୁ ପଠାଇଲେ।

୨୦୦୯ ଓ ୨୦୧୪ରେ ବିଜେଡିରୁ ଦୁଇଥର ଜିତିଥିଲେ ପୂର୍ଣ୍ଣଚନ୍ଦ୍ର।

Nuakhai wishes