ପିକଅପ୍‌ ଭ୍ୟାନ ଓଲଟି ୨ ଦଣ୍ଡୁଆ ମୃତ, ୧୫ ଗୁରୁତର

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଦୁର୍ଘଟଣା ଘଟିଛି।

୧୫ ଆହତଙ୍କ ମଧ୍ୟରୁ ୧୧ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ପିକଅପ୍‌ ଭ୍ୟାନରେ ଡ୍ରାଇଭରଙ୍କ ସହ ୨୨ ଜଣ ଦଣ୍ଡୁଆ ଥିଲେ।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ନୂଆ ଦାୟିତ୍ବ ଦେଲା ବିଜେଡି

ରାଜ୍ୟ ଉପସଭାପତି ସହ ବିଜେଡି ଇସ୍ତାହାର କମିଟି ଅଧ୍ୟକ୍ଷ ନିଯୁକ୍ତି କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

ପ୍ରେସ ରିଲିଜ୍ ଜାରି କରି ଏହି ସୂଚନା ଦେଇଛି ବିଜେଡି।

ଗୋପାଳପୁର ବନ୍ଦରକୁ ହାତକୁ ନେଲା ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ

୩୦୮୦ କୋଟି ଟଙ୍କାରେ ଗୋପାଳପୁର ପୋର୍ଟ ଲିମିଟେଡ୍ ସହ ଚୁକ୍ତି କଲା ଆଦାନୀ ପୋର୍ଟ୍ସ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ୍ ଲିଃ।

SP ଗ୍ରୁପ୍‌ର ୫୬% ଓ OSLର ୩୯% ଅଂଶଧନ କିଣିବା ନେଇ ଚୁକ୍ତି ହୋଇଛି।

ବିଜେଡି ଛାଡ଼ିଲେ ଖଲ୍ଲିକୋଟର ପୂର୍ବତନ ବିଧାୟକ

ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ତାଙ୍କ ଇସ୍ତଫା ପତ୍ର‌ ଦଳର ସଭାପତିଙ୍କ ନିକଟକୁ ପଠାଇଲେ।

୨୦୦୯ ଓ ୨୦୧୪ରେ ବିଜେଡିରୁ ଦୁଇଥର ଜିତିଥିଲେ ପୂର୍ଣ୍ଣଚନ୍ଦ୍ର।

୯ ବର୍ଷୀୟ ନାବାଳିକାର ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଓଡ଼ିଆ ଆଲପୁର ଗାଁରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି।

ଘରେ ବାପା ଓ ସାନ ଭାଇ ଥିବାବେଳେ ମୃତ୍ୟୁକୁ ନେଇ ସନ୍ଦେହ କରାଯାଉଛି। ବାପାକୁ ଅଟକ ରଖି ଖଲ୍ଲିକୋଟ ପୁଲିସ ପଚରାଉଚରା କରିଛି।

ଗାଁ ଦାଣ୍ଡରେ ଯୁବକଙ୍କୁ ଆକ୍ରମଣ

ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ରାଳବ ଗାଁରେ ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ ହୋଇଛି।

ଆକ୍ରମଣ ସହ ଘରେ ଥିବା ଯୁବକଙ୍କ ବାଇକ୍‌ ଜାଳିଦେଇଛନ୍ତି ଦୁର୍ବୃତ୍ତ। ଯୁବକଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ବ୍ରହ୍ମପୁରରେ ଗଡ଼ିଲା ‘ମୋ ବସ୍’

ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍‌ ସେବା ମିଳିବ।

କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇବା ଲକ୍ଷ୍ୟ ରହିଛି କହିଛନ୍ତି ନବୀନ।

ବ୍ରହ୍ମପୁରରେ ଗଡ଼ିଲା ‘ମୋ ବସ୍’

ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍‌ ସେବା ମିଳିବ।

କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇବା ଲକ୍ଷ୍ୟ ରହିଛି କହିଛନ୍ତି ନବୀନ।

ନାରୀ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି କହିଛନ୍ତି, ଆଜି ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନେତୃତ୍ୱ ନେଉଛନ୍ତି।

ମହିଳାମାନଙ୍କ ଆତ୍ମବିଶ୍ୱାସ ବଢ଼ିଛି। ତେଣୁ ଦେଶର ବିକାଶ ପାଇଁ ମହିଳାଙ୍କୁ ସଶକ୍ତ କରିବାକୁ ପଡ଼ିବ।ସମାବର୍ତ୍ତନ ଉତ୍ସବ କେବଳ ପ୍ରମାଣପତ୍ରର ଉତ୍ସବ ନୁହେଁ, ଏହା ସାଧନାର ପର୍ବ, ସ୍ୱପ୍ନ ପୂରଣ କରିବାର ମୁହୂର୍ତ୍ତ କହିଛନ୍ତି ରାଷ୍ଟ୍ରପତି।

Nuakhai wishes