କରାପଲ୍ଲୀରେ ହନୁମାନ ଜୟନ୍ତୀ ପାଳିତ

କରାପଲ୍ଲୀ ହନୁମାନ ମନ୍ଦିରରେ ଆଜି ହନୁମାନ ଜୟନ୍ତୀ ପାଳନ ହୋଇଥିଲା।ଆଜି ଭୋର ସକାଳୁ ନିତିକାନ୍ତି ଭାବେ ପୂଜାର୍ଚ୍ଚନା କରାଯିବା ସହ ୧୦୮ ହନୁମାନ ଚାଳିସାପାଠ,ଘୃତଯଜ୍ଞ,ନାମଯଜ୍ଞ ଆୟୋଜନ କରାଯାଇଥିଲା।

ପୁରୋହିତ ଭାବେ ଲକ୍ଷ୍ମୀକାନ୍ତ ପାଢ଼ୀ,କର୍ତ୍ତା ଭାବେ ବିଦ୍ୟାଧର ଗୌଡ଼ ପତ୍ନୀ ସନ୍ଧ୍ୟାରାଣୀ ପୂଜାର୍ଚ୍ଚନାର ଦାୟିତ୍ୱ ତୁଲାଇ ଥିଲେ। ।

ସ୍ବାସ୍ଥ୍ୟ ଓ ଆରୋଗ୍ୟ ଦିବସ ପାଳିତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଭଞ୍ଜବିହାର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ଆଜି ସ୍ବାସ୍ଥ୍ୟ ଓ ଆରୋଗ୍ୟ ଦିବସ ପାଳନ ହୋଇଯାଇଛି ।

ଏହା ପ୍ରତିବର୍ଷ ଏପ୍ରିଲ୍ ୧୪ରେ ସାରା ଭାରତରେ ପାଳନ କରାଯାଇଥାଏ। ସ୍ବାସ୍ଥ୍ୟକେନ୍ଦ୍ରର ଡ଼ାକ୍ତର ରୁଚି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏଵଂ ଆୟୁଷ ଡ଼ାକ୍ତର ଡ଼ା କୃଷ୍ଣ ଶରଣ ପାଳ ତଥା ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ୫ ଗୋଟି ସ୍ବାସ୍ଥ୍ୟ ଉପକେନ୍ଦ୍ରର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏହି ଦିବସ ପାଳନ କରାଯାଇଥିଲା।

ଅନ୍ତରବାଟିଆରେ ୩୪ ତମ ମେରୁଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ଅନ୍ତରବାଟିଆରେ ଆଜି ଦକ୍ଷିଣକାଳୀ ମଣ୍ଡପ ଠାରେ ବହୁ ଆଡମ୍ବର ମେରୁ ଯାତ୍ରା ପାଳିତ ହୋଇଥିଲା।

ମଧ୍ୟାହ୍ନରେ ଧୂଳି ଦଣ୍ଡ ଅପରାହ୍ନରେ ପାଣିଦଣ୍ଡ ପରେ ମେରୁ ଦଣ୍ଡ ପାଳିତ ହୋଇଥିଲା। ମେରୁ ମଣ୍ତପରେ କର୍ତ୍ତା ଭାବେ ରାଘବ ଦାସ ଓ ପୁରୋହିତ ବନୋଜ କୁମାର ଶତପଥୀ ପୁଜା ଅର୍ଚ୍ଚନାର ଦାୟିତ୍ବ ତୁଲାଇଥିଲେ। ମେରୁ ମଣ୍ଡପ ଆଣିବା ପୂର୍ବରୁ ପାଟ ଭୁକ୍ତା ପ୍ରଶାନ୍ତ ଦାସଙ୍କୁ ଝଯାଙ୍ଗି ପତ୍ର ବଟା,ଚନ୍ଦନ ଓ କର୍ପୁର ଲେପ ଦେଇ ମେରୁ ମଣ୍ଡପକୁ ଆଣି ହୋମ କୁଣ୍ଡରେ ଝୁଲାଇଥିଲେ।

ଡ. ବି ଆର୍ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳିତ

ଗଞ୍ଜାମ ଜିଲ୍ଲା ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ଆଜି ପୋଲସରା ବ୍ଳକ ଅନ୍ତର୍ଗତ ହାତିଓଟ ଠାରେ ସମ୍ବିଧାନ ପ୍ରଣେତା ଡ.ବି ଆର୍ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳିତ ହୋଇଯାଇଛି।

ହନୁମାନ ଜୟନ୍ତୀରେ ରଙ୍ଗେଇଲୁଣ୍ଡାରେ ପଣା ବଣ୍ଟନ

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଗ୍ରାମରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତିରେ ଗ୍ରାମର ହନୁମାନଙ୍କ ପ୍ରତିମୂର୍ତ୍ତି ଠାରେ ନାମ ସଙ୍କୀର୍ତ୍ତନ ସହ ଯୁବକ ସଂଘ ପକ୍ଷରୁ ପଣା ବଣ୍ଟନ କରାଯାଇଛି।

ମଦ ଜବତ ,ଦୁଇ ଗିରଫ

ଗୋପାଳପୁର ଥାନା ପକ୍ଷରୁ ମଦ ଧରପଗଡ କରାଯିବା ସହ ବେଆଇନ ଭାବେ ଦେଶୀ ମହୁଲି ମଦ ବିକ୍ରି କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିବା ସେମାନଙ୍କ ଠାରୁ ୮୫ ଲିଟର ମଦ ଜବତ କରି ଆଜି କୋର୍ଟ ଚାଲାଣ କରାଯାଇଛି।

ଗିରଫ ଅଭିଯୁକ୍ତ ଦୁଇଜଣ ହେଲା ଗୋପାଳପୁର ଥାନା ଅନ୍ତର୍ଗତ ଭେଙ୍କଟରାୟପୁରର ଶଙ୍କର ସେଠୀ ଓ ଶିବ ନାୟକ ବୋଲି ପୁଲିସ ସୂଚନା ଦେଇଛି।

Nuakhai wishes