ବାଗବରରେ ପୃଥିବୀ ଦିବସ ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ପୃଥିବୀ ଦିବସ ପାଳିତ ହୋଇଯାଇଛି।

ଏଥିରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ତିକୁଡା ଝରିଆ ଠାରେ ଆଜି ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ବିଜେଡି ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ କର୍ମୀ ସାମିଲ ହୋଇଥିଲେ।

ବୀରମହାରାଜପୁରରେ ପୃଥିବୀ ଦିବସ ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ପୃଥିବୀ ଦିବସ ପାଳିତ ହୋଇଯାଇଛି।

ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀ ଉପସ୍ଥିତ ଥିଲେ।

ବୁଠିପଦରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପୂର୍ଣ୍ଣାହୁତି

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁଠିପଦର ଗ୍ରାମରେ ତୃତୀୟ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ଗ୍ରାମର ସମସ୍ତ ଜନସାଧାରଣ ସାମିଲ ହୋଇଥିଲେ।

ବୀରମହାରାଜପୁରରେ ବନ୍ଧୁ ମିଳନ ଉତ୍ସବ

ସୋନପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ନାରାୟଣ ଲୁହାଙ୍କ ସର୍ମଥକମାନଙ୍କୁ ନେଇ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ନିର୍ବାଚନ ମଣ୍ଡଳୀ ବହୁ ଜନସାଧାରଣ ସାମିଲ ହୋଇଥିଲେ।

ଅଷ୍ଟ ପ୍ରହରୀ ନାମ ଯଜ୍ଞ ଉଦଯାପିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଟେଭାପଦର ଗ୍ରାମରେ ଅନୁଷ୍ଠିତ ହୋଇଥିବା ଅଷ୍ଟ ପ୍ରହରୀ ନାମ ଯଜ୍ଞ ଆଜି ଉଦଯାପିତ ହୋଇଯାଇଛି।

ଏଥିରେ ଅଞ୍ଚଳର ବହୁ ସଂର୍କୀତ୍ତନ ଦଳ ଯୋଗଦେଇ ଥିଲେ। ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ କଳସ ଶୋଭା ଯାତ୍ରା

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁଠିପଦର ଗ୍ରାମରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅବସରରେ ରୀତିନୀତି ଅନୁସାରେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜକ ମୁରଲୀ ପୁଝାରୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ପୁରନ୍ଦର ପଧାନ ଓ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ତୁଲାଇଥିଲେ।

ଅମୃତ ଧାରା ଅଚଳ, ମରାମତି ଦାବି

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ସୁନାରିବେର୍ଣି ସ୍ଥିତ ବାବା ସ୍ବପ୍ନଶ୍ଵର ଶୈବପୀଠ ଠାରେ ଥିବା ଦୀର୍ଘ ଦିନ ହେବ ଅମୃତ ଧାରା ଅଚଳ ଅବସ୍ଥାରେ ପଡ଼ିରହିଛି।

ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜର ରହିଛି। ତୁରନ୍ତ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।

ସୁବଳୟାରେ କୈବର୍ତ୍ତ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା କଲ୍ୟାଣ ମଣ୍ଡପ ଠାରେ କୈବର୍ତ୍ତ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସେଠୀ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

ବୀରମହାରାଜପୁରରେ ବିଜେପି କାର୍ଯ୍ୟାଳୟ ଉଦଘାଟନ

ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଚମ୍ପାପୁର ଠାରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି।

ଏଥିରେ ସ୍ଥାନୀୟ ବିଜେପିର କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।

Nuakhai wishes