ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା; କନ୍ଧମାଳରୁ ପୁଣି ଲଢ଼ିବେ ଅଚ୍ୟୁତ ସାମନ୍ତ

ପୁରୀରୁ ଅରୂପ ପଟ୍ଟନାୟକ, ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କଟକରୁ ସଂତୃପ୍ତ ମିଶ୍ର ଏବଂ ଯାଜପୁରରୁ ଶର୍ମିଷ୍ଠା ସେଠୀ ପ୍ରାର୍ଥୀ ହୋଇଛନ୍ତି।

୮ ସଂସଦୀୟ କ୍ଷେତ୍ର ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା; ସମ୍ବଲପୁରରୁ ଲଢ଼ିବେ ପ୍ରଣବ ପ୍ରକାଶ ଦାସ

ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିବା ବେଳେ ଭୁବନେଶ୍ବରରୁ ମନ୍ମଥ ରାଉତରାୟ, କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଂଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ଆସିକାରୁ ରଂଜିତା ସାହୁ ନିର୍ବାଚନ ଲଢ଼ିବେ।

ହିଂଜିଳିରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଛତ୍ରପୁରରୁ ସୁବାସ ବେହେରା, ସୋରଡ଼ାରୁ ସଂଘମିତ୍ରା ସ୍ବାଇଁ, ଗୋପାଳପୁରରୁ ବିକ୍ରମ ପଣ୍ଡା, ଦିଗପହଣ୍ଡିରୁ ବିପ୍ଳବ ପାତ୍ର, ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ, ଭଂଜନଗରରୁ ବିକ୍ରମ ଆରୁଖ, ପୋଲସରାରୁ ଶ୍ରୀକାନ୍ତ ସାହୁ, କୋରାପୁଟରୁ ରଘୁରାମ ପୋଡ଼ାଲ, ମାଲକାନଗିରିରୁ ମାନସ ମାଡ଼କାମୀ, ଘସିପୁରାରୁ ବଦ୍ରିନାରାୟଣ ପାତ୍ର, ପାଟଣାରୁ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି।

ପୁରୀରୁ ଲଢ଼ିବେ ସୁନୀଲ ମହାନ୍ତି, ଜଟଣୀରୁ ବିଭୂତି ବଳବନ୍ତରାୟ

ବଡମ୍ବାରୁ ଦେବୀ ମିଶ୍ର, ବାଙ୍କୀରୁ ଦେବୀ ରଂଜନ ତ୍ରିପାଠୀ, ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଚୌଦ୍ବାର କଟକରୁ ସୌଭିକ ବିଶ୍ବାଳ, ନିଆଳିରୁ ପ୍ରମୋଦ ମଲ୍ଲିକ, କଟକ ସଦରରୁ ଚନ୍ଦ୍ରସାରଥି ବେହେରା ପାଟକୁରାରୁ ଅରବିନ୍ଦ ମହାପାତ୍ର, ଆଳିରୁ ପ୍ରତାପ ଦେବ, ରାଜନଗରରୁ ଧ୍ରୁବ ସାହୁ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ବ୍ରହ୍ମଗିରିରୁ ଉମା ସାମନ୍ତରାୟ, ସତ୍ୟବାଦୀରୁ ସଂଜୟ ଦାସବର୍ମା, ପିପିଲିରୁ ରୁଦ୍ର ମହାରଥୀ, ରଣପୁରରୁ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲାରୁ ରମେଶ ବେହେରା, ନୟାଗଡ଼ରୁ ଅରୁଣ ସାହୁଙ୍କୁ ମଇଦାନରେ ଓହ୍ଲାଇଛି ବିଜେଡି।

ବଲାଙ୍ଗିରରୁ କଳିକେଶ ସିଂହଦେଓ, ଟିଟିଲାଗଡ଼ରୁ ଟୁକୁନି ସାହୁ ପ୍ରାର୍ଥୀ

ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ, ଉମରକୋଟରୁ ନବୀନା ନାଏକ, ଝରିଗାଁରୁ ରମେଶ ମାଝୀ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଡାବୁଗାଁରୁ ମନୋହର ରନ୍ଧାରୀ, ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣାରୁ ଲତିକା ନାଏକ, ଜି. ଉଦୟଗିରିରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହିଧର ରଣା, ବୌଦ୍ଧରୁ ପ୍ରଦୀପ ଅମାତ ନିର୍ବାଚନ ଲଢ଼ିବେ।

ଯାଜପୁରରୁ ସୁଜାତା ସାହୁ ଓ ସୁକିନ୍ଦାରୁ ପ୍ରୀତିରଂଜନ ଘଡ଼ାଇ ପ୍ରାର୍ଥୀ

ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ ପର୍ଜଙ୍ଗରୁ ନୃସିଂହ ସାହୁ, ପାଲଲହଡ଼ାରୁ ମୁକେଶ ପାଲ, ଛେଣ୍ଡିପଦାରୁ ସୁଶାନ୍ତ ବେହେରା, ଲୋଇସିଂହାରୁ ନିହାର ବେହେରା, ପାଟଣାଗଡ଼ରୁ ସରୋଜ ମେହେର ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ।

ଚାନ୍ଦବାଲିରୁ ବ୍ୟୋମକେଶ ରାୟ,ବିଂଝାରପୁର ପ୍ରମିଳା ମଲ୍ଲିକ ପ୍ରାର୍ଥୀ

ବିଜେପୁର ରିତା ସାହୁ, ଅତାବିରା ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂହ, ଜଳେଶ୍ବରରୁ ଅଶ୍ବିନୀ ପାତ୍ର, ବସ୍ତା ସୁବାସିନୀ ଜେନା, ଭଣ୍ଡାରୀପୋଖରୀରୁ ସଂଜୀବ ମଲ୍ଲିକ, ଭଦ୍ରକ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତରାୟ, ଧାମନଗର ସଂଜୟ ଦାସ ନିର୍ବାଚନ ଲଢ଼ିବେ।

ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ସୋନପୁରରୁ ନିରଞ୍ଜନ ପୂଜାରୀ, ପାଟଣାଗଡ଼ରୁ ସରୋଜ ମେହର, ବଲାଙ୍ଗୀରରୁ କଳିକେଶ ସିଂଦେଓ, ଭବାନୀପାଟଣାରୁ ପୁଷ୍ପେନ୍ଦ୍ର ସିଂଦେଓ, ବାଙ୍କୀରୁ ଦେବୀ ରଂଜନ ତ୍ରିପାଠୀ, ପାଟକୁରାରୁ ଅରବିନ୍ଦ ମହାପାତ୍ର, ବିଷମକଟକରୁ ଜଗନ୍ନାଥ ସାରକା, ଗୁଣପୁରରୁ ରଘୁନାଥ ଗମାଙ୍ଗ, ରାୟଗଡ଼ାରୁ ଅନସୂୟା ମାଝୀ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ଏସସିବିରୁ ମୃତଦେହକୁ ନେବାକୁ ଦୁଇ ପକ୍ଷ ଟଣାଓଟରା

କନଷ୍ଟେବଲଙ୍କର ଦୁର୍ଘଟଣାରେ ମୃତ୍ୟୁ ପରେ ଶବ ପାଇଁ ମୃତକଙ୍କ ପ୍ରଥମ ସ୍ତ୍ରୀ ଓ ବାପା ମାଆଙ୍କ ମଧ୍ୟରେ ଟଣାଓଟରା ହୋଇଛି।

ଶବ ବ୍ୟବଚ୍ଛେଦ ଗୃହ ଆଗରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ମୃତକ ଖୋର୍ଦ୍ଧାର। ସେ ଫୁଲନଖରା ଟ୍ରାଫିକ ଥାନାରେ କନଷ୍ଟେବଲ ଥିଲେ। ପ୍ରଥମ ସ୍ତ୍ରୀଙ୍କ ସହ ମୃତକଙ୍କର ଛାଡ଼ପତ୍ର ମାମଲା ବିଚାରାଧୀନ ରହିଛି।

ବିଜେଡିରେ ଯୋଗଦେଲେ ମନ୍ମଥ ରାଉତରାୟ

ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ମିଶିଛନ୍ତି।

ଏକ ରାଲିରେ ଶଙ୍ଖ ଭବନ ଆସି ସାମିଲ ହୋଇଛନ୍ତି ମନ୍ମଥ।

Nuakhai wishes