ତେଲ ଟ୍ୟାଙ୍କରରେ ଲାଗିଗଲା ନିଆଁ, ଆୟତ୍ତ ହେଲା

କେରଳରୁ କଲିକତା ଯାଉଥିବା ଏକ ନଡ଼ିଆ ତେଲ ଟ୍ୟାଙ୍କରରେ ଆଜି ପୂର୍ବାହ୍ନରେ ଜାତୀୟ ରାଜପଥର ପିତାପଲ୍ଲୀ ନିକଟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା l

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିବା ବେଳେ କେହି ଆହତ ହୋଇନାହାନ୍ତି l

୫୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ଖୋର୍ଦ୍ଧା- ଜଟଣୀ ବାଇପାସ ମୁକୁନ୍ଦପ୍ରସାଦରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି ୫୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତି ମଧ୍ୟରୁ ଜଣେ ଗଜପତିର ସୁଧୀର ଲିମା ଓ ଅନ୍ୟ ଜଣେ ପୁରୀର ଏସ କେ ଆକାଶ ।

ଆଜି ଚିଲିକା ବୁଲିବେ ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି

ବିଧାନସଭାରୁ ଓଟିଡିସିର ୪ଟି ସ୍ବତନ୍ତ୍ର ବସ ଦ୍ବାରା ଚିଲିକା ଗସ୍ତରେ ବାହାରିଛନ୍ତି ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି।

ସମସ୍ତେ କାଲିଜାଇ ଯାଇ ମା’ଙ୍କ ଦର୍ଶନ କରିବା ସହ ନୌସେନା ଦ୍ବାରା ଚିଲିକାରେ ହେବାକୁ ଥିବା ସମରାଭ୍ୟାସ ଦେଖିବେ। ଏହା ପରେ ସନ୍ଧ୍ୟାରେ ଭୁବନେଶ୍ବରକୁ ଫେରିବା କାର୍ଯ୍ୟକ୍ରମ ରହିଛି।

କଣ୍ଠଶିଳ୍ପୀ ଅମ୍ରିତା ପାଇବେ ଉପେନ୍ଦ୍ର କୁମାର ପାହାଡସିଂହ ସମ୍ମାନ

ଆସନ୍ତା ଏପ୍ରିଲ ୧୬ ତାରିଖରୁ ଭୁବନେଶ୍ଵର ଭଞ୍ଜକଳା ମଣ୍ଡପରେ ଅଷ୍ଟମ ଆଉଟରିଚ ରେଡିଓ ମେଳା-୨୦୨୨ ଆରମ୍ଭ ହେବାକୁ ଯାଉଥିବା ହେଲେ ଚଳିତବର୍ଷ ପ୍ରଥମ କରି ଉପେନ୍ଦ୍ର କୁମାର ପାହାଡସିଂହ ସ୍ମୃତି ସମ୍ମାନ ପ୍ରଦାନ କରାଯିବ ଓ ଏହି ସମ୍ମାନ ପାଇବେ କଣ୍ଠଶିଳ୍ପୀ ଅମ୍ରିତା ନାୟକ ।

ଜୀ ଟିଭିର ଅମୁଲ ସାରେଗାମାପା-୨୦୧୬ରେ ଜଣେ ପ୍ରତିଯୋଗୀ ଭାବେ ସେ ଭାଗ ନେବା ସହ ବିଭିନ୍ନ ଭାଷାରେ ଗୀତ ଗାଇ ଜଣେ ଆଗ ଧାଡିର ଗାୟିକା ଭାବରେ ସ୍ଵତନ୍ତ୍ର ସେ ପରିଚୟ ସୃଷ୍ଟି କରିଛନ୍ତି।

୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ବର୍ତ୍ତମାନ ନିର୍ମିତ ହେଉଥିବା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯିବ ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ।

ଏହାର ଲୋଗୋ ଆଜି ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ହେବ।ତେବେ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ହେବ ।

ଦଳିତ ସମାଜ ପକ୍ଷରୁ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳୀ

ଆଜି ଭାରତ ରତ୍ନ ବାବା ସାହେବ ଡ଼ା.ବି.ଆର୍. ଆମ୍ବେଦକରଙ୍କ ୧୩୨ ତମ ଜନ୍ମତିଥି ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ମହା ସମାରୋହରେ ପାଳନ କରାଯାଇଅଛି।

ଏହି ଅବସରରେ ଏ.ଜି.ଛକ ଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପରିଷଦ ପରିବାର ପକ୍ଷରୁ ପୁଷ୍ପ ମାଲ୍ଯ ଅର୍ପଣ କରାଯିବା ସହିତ ପରିଷଦ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।

ଦୁଇ ବର୍ଷ ପରେ ଅନ୍ଧାରୁଆରେ ପାଳିତ ହେଲା ଝାମୁଯାତ୍ରା

ଚନ୍ଦକା ନିକଟବର୍ତ୍ତୀ ଅନ୍ଧାରୁଆ ଗ୍ରାମରେ ଓଡ଼ିଆ ଲୋକ ସଂସ୍କୃତି ଓ ପରମ୍ପରାକୁ ଅତୁଟ ରଖି ପ୍ରତିବର୍ଷ ପରି ବାର୍ଷିକ ଚୈତ୍ର ପର୍ବ ଓ ପଣା ସଂକ୍ରାନ୍ତିରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି।

ହର ଗୌରୀଙ୍କ ଉପାସନା କରି ଝାମୁଆ ମାନେ ମାସେ ହେବ ହବିଷ୍ୟାନ୍ନ ଭୋଜନ କରୁଥିଲେ । ଆଜି ଝାମୁ ଯାତ୍ରାର ଶେଷ ପର୍ଯ୍ୟାୟରେ ଜଳନ୍ତା ଅଙ୍ଗାର ଉପରେ ଦଣ୍ଡୁଆମାନେ ଚାଲିଥିବା ବେଳେ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଯାତ୍ରା ଶେଷ ହୋଇଥିଲା।

Nuakhai wishes