ଭୁବନେଶ୍ୱରରେ ଆଜି ପେଟ୍ରୋଲ-ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୧୨ ଟଙ୍କା ୫୦ ପଇସା ଥିବାବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୧୦୨ ଟଙ୍କା ୨୪ ପଇସା ହୋଇଛି।

ରେଡ଼ିଓ ମେଳାର ଦ୍ୱିତୀୟ ସନ୍ଧ୍ୟା ଆରମ୍ଭ

ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଆଜି ଅଷ୍ଟମ ଆଉଟରିଚ ରେଡ଼ିଓ ମେଳାର ଦ୍ୱିତୀୟ ସନ୍ଧ୍ୟା ଆରମ୍ଭ ହୋଇଯାଇଛି ।

ଏଠାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ଆର.ଜେ ମାନଙ୍କୁ ଦେଖିବାକୁ ମିଳିଥିଲା ।

ତେଲ ଟ୍ୟାଙ୍କରରେ ଲାଗିଗଲା ନିଆଁ, ଆୟତ୍ତ ହେଲା

କେରଳରୁ କଲିକତା ଯାଉଥିବା ଏକ ନଡ଼ିଆ ତେଲ ଟ୍ୟାଙ୍କରରେ ଆଜି ପୂର୍ବାହ୍ନରେ ଜାତୀୟ ରାଜପଥର ପିତାପଲ୍ଲୀ ନିକଟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା l

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିବା ବେଳେ କେହି ଆହତ ହୋଇନାହାନ୍ତି l

୫୨ କେଜି ଗଞ୍ଜେଇ ଜବତ, ୨ ଗିରଫ

ଖୋର୍ଦ୍ଧା- ଜଟଣୀ ବାଇପାସ ମୁକୁନ୍ଦପ୍ରସାଦରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି ୫୨ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତି ମଧ୍ୟରୁ ଜଣେ ଗଜପତିର ସୁଧୀର ଲିମା ଓ ଅନ୍ୟ ଜଣେ ପୁରୀର ଏସ କେ ଆକାଶ ।

ଆଜି ଚିଲିକା ବୁଲିବେ ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି

ବିଧାନସଭାରୁ ଓଟିଡିସିର ୪ଟି ସ୍ବତନ୍ତ୍ର ବସ ଦ୍ବାରା ଚିଲିକା ଗସ୍ତରେ ବାହାରିଛନ୍ତି ସମସ୍ତ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି।

ସମସ୍ତେ କାଲିଜାଇ ଯାଇ ମା’ଙ୍କ ଦର୍ଶନ କରିବା ସହ ନୌସେନା ଦ୍ବାରା ଚିଲିକାରେ ହେବାକୁ ଥିବା ସମରାଭ୍ୟାସ ଦେଖିବେ। ଏହା ପରେ ସନ୍ଧ୍ୟାରେ ଭୁବନେଶ୍ବରକୁ ଫେରିବା କାର୍ଯ୍ୟକ୍ରମ ରହିଛି।

Nuakhai wishes