ଆଜି ବିଜେଡିରେ ମିଶିବେ ମନ୍ମଥ ରାଉତରାୟ

ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ମିଶିବେ।

ମନ୍ମଥ ୧୮ ବର୍ଷ ଧରି ଏୟାର ଇଣ୍ଡିଆର କ୍ୟାପଟେନ ଥିଲେ।

ସିସୋର ଠକେଇ: ଇଡିରେ ପ୍ରଶାନ୍ତ ଦାସ

ସିସୋର ଚିଟଫଣ୍ଡ ଠକେଇ ମାମଲାରେ ପ୍ରଶାନ୍ତ ଦାସ ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି।

୫୭୮ କୋଟି ଟଙ୍କା ଠକେଇର ପଲିଟିକାଲ ଲିଙ୍କ୍‌ ନେଇ ଜେରା କରୁଛି ଇଡି।

ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ମାମଲା: ଅନ୍ତ ଘଟାଇଲେ ହାଇକୋର୍ଟ

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାର ସମ୍ପର୍କିତ ମାମଲାର ଶୁଣାଣି କରି ଅନ୍ତ ଘଟାଇଲେ ହାଇକୋର୍ଟ।

ECI ବିଚାର ପାଇଁ ଗ୍ରହଣ କରିଥିବାରୁ ହସ୍ତକ୍ଷେପ କରିବାକୁ ମନାକଲେ କୋର୍ଟ। ଇସିଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନହେଲେ ପୁଣି ଆସିପାରିବେ କହିଛନ୍ତି ହାଇକୋର୍ଟ। ବିଜେପି ନେତା ଯତୀନ ମହାନ୍ତିଙ୍କ ପକ୍ଷରୁ ହୋଇଥିଲା ଆବେଦନ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ଯୁବକଙ୍କ ମୃତ୍ୟୁ

ଭୁବନେଶ୍ବର ବାଲିପାଟଣା ମହଲାସାହିରୁ କାଲି ସଂଧ୍ୟାରେ ଉଦ୍ଧାର ଯୁବକଙ୍କ ଆଜି ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି।

ସଂପର୍କୀୟ ଭାଇ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ପରିବାର। ମୃତକଙ୍କ ପତ୍ନୀଙ୍କୁ ଅଶ୍ଳୀଳ ମେସେଜ ଦେଉଥିଲେ, ବିରୋଧ ଯୋଗୁଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଇଡିରେ ହାଜର ହେଲେ ଗୁପ୍ତା ବ୍ରଦର୍ସ

ବଡ଼ ଭାଇ ଦୀପକ ଗୁପ୍ତା ଓ ସାନ ଭାଇ ଚମ୍ପକ ଗୁପ୍ତା ଇଡିରେ ହାଜର ହୋଇଛନ୍ତି।

୧୮ଶହ କୋଟି ଦୁର୍ନୀତି ନେଇ ଘନଘନ ଜେରା କରୁଛି ଇଡି। ୨ ସପ୍ତାହ ତଳେ ଓଡ଼ିଶାର ୧୨ଟି ସ୍ଥାନରେ ରେଡ୍ କରିଥିଲା ଇଡି।

କାଲି ଓଡ଼ିଶା ଆସିବେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା

ସେ ନବରଙ୍ଗପୁରରେ ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେବେ।

ବିଜୟ ଶର୍ମା ସଂକଳ୍ପ ପତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ।

ମେଣ୍ଟ ନେଇ କୌଣସି ଦ୍ବନ୍ଦ୍ବ ନାହିଁ: ଜୁଏଲ

ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ବିଜେପି ସାଂସଦ ଜୁଏଲ ଓରାମ କହିଛନ୍ତି, ମେଣ୍ଟ ନେଇ କୌଣସି ଦ୍ବନ୍ଦ୍ବ ନାହିଁ।

ତାଲିକା କେନ୍ଦ୍ରକୁ ପଠାଯାଇଛି, ଯାହା କେନ୍ଦ୍ର ନିଷ୍ପତ୍ତି ନେବ, ସେହି ଅନୁସାରେ ହେବ କହିଛନ୍ତି ଜୁଏଲ।

ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ

ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ନିଷ୍ପତ୍ତି ନେବ ସଂସଦୀୟ ବୋର୍ଡ।

ଜେଲ୍‌ରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି

ଖୋର୍ଦ୍ଧା ଜେଲ୍‌ରେ କଏଦୀଙ୍କ ଠାରୁ ମୋବାଇଲ ମିଳିବା ଘଟଣାରେ ପୁଲିସ ଇନଫର୍ମର ସନ୍ଦେହରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଛନ୍ତି।

ଗଣ୍ଡଗୋଳ କରିଥିବା ୭ ଜଣଙ୍କ ନାଁରେ ଟାଉନ ଥାନାରେ ଏତଲା ଦେଇଛନ୍ତି।

୨୦୧୮ ନିରାକାରପୁର ହତ୍ୟା ମାମଲାରେ ହତ୍ୟାକାରୀକୁ ଆଜୀବନ ସଜା

ଦୋଷୀ କୃତିବାସ ପାଇକରାୟକୁ ଆଜୀବନ ସଜା ଶୁଣାଇଲେ ଖୋର୍ଦ୍ଧା ADJ-1।

VLWଙ୍କୁ ଆକ୍ରମଣ ବେଳେ ଅଟକାଇବାରୁ ଜଣଙ୍କୁ ଛୁରି ଭୁସି ହତ୍ୟା କରିଥିଲା।

Nuakhai wishes