ମେଣ୍ଟ ନେଇ କୌଣସି ଦ୍ବନ୍ଦ୍ବ ନାହିଁ: ଜୁଏଲ

ମେଣ୍ଟ ଚର୍ଚ୍ଚା ପ୍ରସଙ୍ଗରେ ବିଜେପି ସାଂସଦ ଜୁଏଲ ଓରାମ କହିଛନ୍ତି, ମେଣ୍ଟ ନେଇ କୌଣସି ଦ୍ବନ୍ଦ୍ବ ନାହିଁ।

ତାଲିକା କେନ୍ଦ୍ରକୁ ପଠାଯାଇଛି, ଯାହା କେନ୍ଦ୍ର ନିଷ୍ପତ୍ତି ନେବ, ସେହି ଅନୁସାରେ ହେବ କହିଛନ୍ତି ଜୁଏଲ।

ପୁଣି ଦିଲ୍ଲୀ ଗଲେ ମନମୋହନ ସାମଲ

ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲୀ ଗଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ନିଷ୍ପତ୍ତି ନେବ ସଂସଦୀୟ ବୋର୍ଡ।

ଜେଲ୍‌ରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି

ଖୋର୍ଦ୍ଧା ଜେଲ୍‌ରେ କଏଦୀଙ୍କ ଠାରୁ ମୋବାଇଲ ମିଳିବା ଘଟଣାରେ ପୁଲିସ ଇନଫର୍ମର ସନ୍ଦେହରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଛନ୍ତି।

ଗଣ୍ଡଗୋଳ କରିଥିବା ୭ ଜଣଙ୍କ ନାଁରେ ଟାଉନ ଥାନାରେ ଏତଲା ଦେଇଛନ୍ତି।

୨୦୧୮ ନିରାକାରପୁର ହତ୍ୟା ମାମଲାରେ ହତ୍ୟାକାରୀକୁ ଆଜୀବନ ସଜା

ଦୋଷୀ କୃତିବାସ ପାଇକରାୟକୁ ଆଜୀବନ ସଜା ଶୁଣାଇଲେ ଖୋର୍ଦ୍ଧା ADJ-1।

VLWଙ୍କୁ ଆକ୍ରମଣ ବେଳେ ଅଟକାଇବାରୁ ଜଣଙ୍କୁ ଛୁରି ଭୁସି ହତ୍ୟା କରିଥିଲା।

ଗୁରୁଜଙ୍ଗ ମହୋତ୍ସବ ପଡ଼ିଆରୁ ୨୬୨ ଗ୍ରାମ ବ୍ରାଉନସୁଗର ଜବତ

ଖୋର୍ଦ୍ଧା ସବ୍‌ଜେଲ୍‌ରୁ ଅପରେଟ୍‌ ହେଉଥିବା ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇଛନ୍ତି।

ବ୍ରାଉନସୁଗର ଜବତ୍ ଘଟଣାରେ ଜଣେ ମହିଳା ସମେତ ୬ ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ। ଜେଲ୍‌ରୁ ଗୋଟିଏ ମୋବାଇଲ୍ ସମେତ ମୋଟ୍ ୬ଟି ମୋବାଇଲ୍ ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ।

ପ୍ରଶାସନ ଉପସ୍ଥିତିରେ ବିଷ ପିଇ ମହିଳା ଗୁରୁତର

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ପୋଚାଖାଲ ଗାଁରେ ସରକାରୀ ଜମିରେ ଥିବା ଜବରଦଖଲ ଘର ଉଚ୍ଛେଦ ବେଳେ ଏହି ଘଟଣା ଘଟିଛି।

ବହୁ ନିବେଦନ ପରେ ଉଚ୍ଛେଦ ବନ୍ଦ ନହେବାରୁ ବିଷ ପିଇଲେ ମହିଳା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ସ୍କୁଟି ଆରୋହୀ ମହିଳାଙ୍କୁ ଚାପି ଦେଲା ହାଇୱା

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବଡ଼ ବେରଣା ଛକରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତାରୋକ ହୋଇଛି।

ଜଙ୍ଗଲରୁ ଦନ୍ତାହାତୀର ମୃତଦେହ ଠାବ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବର୍ବରା ସେକସନ୍‌ ବିଘ୍ନପୁଟ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଠାବ ହୋଇଛି।

ହାତୀ ମୃତ୍ୟର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚିଛି।

ଜାତୀୟ ରାଜପଥରେ ବସ୍‌କୁ ଧକ୍କା ଦେଲା ଟ୍ରକ୍‌, ୨୦ ଆହତ

ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ଦୁର୍ଘଟଣା ଘଟିଛି।

୨୦ ଆହତଙ୍କୁ ଉଦ୍ଧାର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ଟି ରାୟଗଡ଼ା ଜିଲ୍ଲାରୁ ଯାତ୍ରୀଙ୍କୁ ଧରି ପୁରୀ ଅଭିମୁଖେ ଯାଉଥିଲା।

Nuakhai wishes