କନଷ୍ଟେବଲଙ୍କର ଦୁର୍ଘଟଣାରେ ମୃତ୍ୟୁ ପରେ ଶବ ପାଇଁ ମୃତକଙ୍କ ପ୍ରଥମ ସ୍ତ୍ରୀ ଓ ବାପା ମାଆଙ୍କ ମଧ୍ୟରେ ଟଣାଓଟରା ହୋଇଛି।
ଶବ ବ୍ୟବଚ୍ଛେଦ ଗୃହ ଆଗରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ମୃତକ ଖୋର୍ଦ୍ଧାର। ସେ ଫୁଲନଖରା ଟ୍ରାଫିକ ଥାନାରେ କନଷ୍ଟେବଲ ଥିଲେ। ପ୍ରଥମ ସ୍ତ୍ରୀଙ୍କ ସହ ମୃତକଙ୍କର ଛାଡ଼ପତ୍ର ମାମଲା ବିଚାରାଧୀନ ରହିଛି।