କୁମରକେଲି ଛକ ଠାରେ ଅମୃତ ଧାର ଶୁଭାରମ୍ଭ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ପଞ୍ଚାୟତ ଅନ୍ତର୍ଗତ କୁମରକେଲି ଛକ ନିକଟରେ ଆଜି ସ୍ଥାନୀୟ ସରପଞ୍ଚ ଅରବିନ୍ଦ ପାଣ୍ଡେଙ୍କ ତତ୍ତ୍ଵାବଧାନରେ ଅମୃତ ଧାରା ଶୁଭାରମ୍ଭ ହୋଇଛି।

ଖବର ପ୍ରକାଶିତ ପରେ ମରାମତି ହେଲା ନଳକୂପ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମର ରାସ୍ତା କଡ଼ରେ ଥିବା ଅଚଳ ନଳକୂପକୁ ନେଇ ଗତ ସପ୍ତାହରେ ‘ଓଡ଼ିଶା ଲୋକାଲ’ରେ ଖବର ପ୍ରକାଶିତ ହୋଇଥିଲା।‌

ଖବର ପ୍ରକାଶିତ ପରେ ଆଜି ପ୍ରସାଶନ ପକ୍ଷରୁ ନଳକୂପ ମରାମତି ହେଲା। ଏନେଇ ସ୍ଥାନୀୟ ଲୋକେ ‘ଓଡ଼ିଶା ଲୋକାଲ’ କୁ ଧନ୍ୟବାଦ ଜଣାଇଛନ୍ତି।

ରାଇପଦା ଗାଁରେ ବାଇକ୍ ଦୁର୍ଘଟଣାରେ ୨ ମୃତ୍ୟୁ

ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପଡ଼ିଆବେଡ଼ା ରାଇପଦା ଗାଁରେ ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ଆରୋହୀ ମଧ୍ୟ ପ୍ରାଣ ହରାଇଛନ୍ତି।

ଏଲେକ୍ଟ୍ରିପୋଲରୁ ଝୁଲନ୍ତା ଅବସ୍ଥାରେ ଅଜଣା ଯୁବକର ମୃତ ଦେହ ଉଦ୍ଧାର

ବଲାଙ୍ଗିର ସହର ମଧ୍ୟରେ ଥିବା କନ୍ଦପାଲି ବନ୍ଧ ନିକଟରେ ଥିବା ଇଲେକ୍ଟ୍ରିପୋଲରେ ଜଣେ ଯୁବକଙ୍କ ଶବ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ।

ପରେ ବଲାଙ୍ଗୀର ପୁଲିସର ପିସିଆର ଘଟଣାସ୍ଥଳରେ ପହଞ୍ଚି ଶବ ଓହ୍ଲାଇବା ସହ ଶବ ବ୍ୟବଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ ହସ୍ପିଟାଲକୁ ପଠାଇଛି।

ଅଗଷ୍ଟ ୨୮କୁ ଘୁଞ୍ଚିଲା ଜେଇଇ (ଆଡଭାନ୍ସଡ୍)-୨୦୨୨

ଆସନ୍ତା ଅଗଷ୍ଟ ୨୮ ତାରିଖରେ ଦୁଇଟି ସିଟିଂରେ ଜେଇଇ ପରୀକ୍ଷା ହେବ।

ପୂର୍ବରୁ ଜୁଲାଇ ୩ରେ ଜେଇଇ (ଆଡଭାନ୍ସଡ୍) ହେବାକୁ ସ୍ଥିର ହୋଇଥିଲା।

କ୍ରାଇମ ସିନ୍ ରିକ୍ରିଏସନ କରୁଛି ଅଭିଯୁକ୍ତ ଶିବ

କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗଣହତ୍ୟା ଘଟଣାରେ ଆଜି ଅଭିଯୁକ୍ତ ଶିବ ସାହୁ କ୍ରାଇମ ସିନ୍ ରିକ୍ରିଏସନ କରୁଛି।

ଏ ନେଇ ଘଟଣା ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କରିଛି ପୁଲିସ।

ହତ୍ୟାକାରୀ ଗୁରୁଚରଣ ଶବରକୁ ଆଜୀବନ କାରାଦଣ୍ଡ

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଖିଲେଇ ଗାଁର ଜିତେନ୍ଦ୍ର ସାହୁ ହତ୍ୟାକାଣ୍ଡ ଘଟଣାରେ ହତ୍ୟାକାରୀ ଗୁରୁଚରଣ ଶବରକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଦେବଗଡ ଜିଲ୍ଲା ଦୌରାଜଜ୍।

ସୂଚନା ଯୋଗ୍ୟ, ୨୦୧୭ ଅଗଷ୍ଟ ୧୭ରେ ଶାବଳରେ ଜିତେନ୍ଦ୍ର ସାହୁକୁ ଆକ୍ରମଣ କରି ହତ୍ୟା କରିଥିଲା ଗୁରୁଚରଣ ଶବର।

ଆସନ୍ତା ୧୮ରେ ସୁବଳୟାରେ ସ୍ବାସ୍ଥ୍ୟ ମେଳା

ଆସନ୍ତା ୧୮ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ଜନସାଧାରଣଙ୍କ ଅବଗତି ନିମନ୍ତେ ଅଂଚଳର ସମସ୍ତ ଗ୍ରାମ ବୁଲୁଛି ଡକାବାଜି ଯନ୍ତ୍ର ଲଗା ପ୍ରଚାର ଗାଡି l

ତେବେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ଏବଂ ଏହି ମେଳରେ ସମସ୍ତ ରୋଗର ପରୀକ୍ଷା ସହିତ ଉପଚାର ପାଇଁ ପରାମର୍ଶ ଦିଆଯିବାର ସୂଚନା ମିଳିଛି l

ନଳକୂପ ଅଚଳ, ମରାମତି ପାଇଁ ଦାବି

ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଗଡ଼ଭିତର କେଉଟପଡ଼ାରେ ଥିବା ନଳକୂପଟି ଦୀର୍ଘ ୨ ମାସରୁ ଅଧିକ ସମୟ ହେବ ଅଚଳ ହୋଇ ପଡ଼ିଥିବା ଯୋଗୁଁ, ପାନୀୟ ଜଳ ପାଇଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।

ତେଣୁ ଶୀଘ୍ର ଏହାର ମରାମତି ପାଇଁ ଦାବି କରିଛନ୍ତି ପଡା ବାସିନ୍ଦା l

ମା’ ହିଙ୍ଗୁଳାଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି।

ଏହା ପରେ ତାଳଚେରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ର ମନ୍ତ୍ରୀ।

Nuakhai wishes