ପୁଣି ଡିଲ ବେଳେ ଜବତ ହେଲା ହନୁମାନ ପଇସା, ଜଣେ ଗିରଫ

ଦେବଗଡ଼ ଆଦର୍ଶ ଥାନା ଅଞ୍ଚଳରେ ଗତକାଲି ଦୁଇଟି ହନୁମାନ ପଇସା ଜବତ ହୋଇଥିବା ବେଳେ ଆଜି ପୁଣି ଏକ ହନୁମାନ ପଇସା ଦୁଇ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଡିଲ ହେଉଥିବା ସମୟରେ ପୁଲିସ ଚଢ଼ାଉ କରି ତାହା ଜବତ କରିବା ସହ ଜଣଙ୍କୁ ଗିରଫ କରିଛି l
ଜବତ ହନୁମାନ ପଇସାଟି 1818 ମସିହାର ଏକ ଅଧ ଅଣା ମୁଦ୍ରା ବୋଲି ଜଣାପଡିଛି l

ହନୁମାନ ପଇସା ଡିଲ୍ ବେଳେ ଧରିଲା ପୁଲିସ

ଦେବଗଡ଼ ଜିଲ୍ଲା ରିଆମାଳ ଥାନା କତ୍ରାପାଲ୍ଲୀ ଗାଁରେ ହନୁମାନ ପଇସା ଡିଲ୍ ବେଳେ ଗ୍ରାହକ ସାଜି ଦେବଗଡ଼ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି।

୫ ଲକ୍ଷ ଟଙ୍କାର ଡିଲ୍ ବେଳେ ଗିରଫ କରିଛି ଛଦ୍ମବେଶୀ ପୁଲିସ।

ବୋହୂ ମାନ୍ୟତା ଦାବିରେ ଯୁବତୀଙ୍କ ଧାରଣା

ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମରେ ଜଣଙ୍କ ଘର ସମ୍ମୁଖରେ ଆଜି ଜଣେ ଯୁବତୀ ବୋହୂ ମାନ୍ୟତା ଦାବିରେ ଧାରଣା ଦେଇଛନ୍ତି
ଜନୈକ ଯୁବକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଯୁବତୀ ଅଭିଯୋଗ କରିଛନ୍ତି l

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ

ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କାଲକାଠ ଗ୍ରାମରେ ଜଣେ 62 ବର୍ଷୀୟା ବୃଦ୍ଧାଙ୍କ ମୃତ୍ୟୁ ହୋଇଛି l ବୃଦ୍ଧାଙ୍କ ଘର ଫଟାଟାଙ୍ଗର ଗ୍ରାମରେ l
ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଛନ୍ତି l

ଦେବଗଡ଼ ଦିନ ତାପମାତ୍ରା ୩୩.୩ ଡିଗ୍ରୀ ରେକର୍ଡ

ଦୁର୍ବଳ ମୌସୁମୀ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ଦେବଗଡ଼ରେ ୩୩.୩ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଛି ।

ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଦେବଗଡରେ ଚାଷୀଙ୍କ 12 ଘଣ୍ଟିଆ ବନ୍ଦ ଡାକରା

କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ ଦାବିରେ ଆଜି ଦେବଗଡ଼ ଜିଲ୍ଲାରେ ସକାଳ 6 ଟାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ 11 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l
କୃଷକ ସଂଘର୍ଷ ସଙ୍ଘ ପକ୍ଷରୁ ଏହି ଡାକରା ଦିଆଯାଇଛି l

ବଜ୍ରପାତରେ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ

ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ଆଜି ବଜ୍ରପାତରେ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ମହୁଲ ଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଲା ଥାନା ଅନ୍ତର୍ଗତ ଆଉଁଳି ଗ୍ରାମ ନିକଟରେ ଏକ ମହୁଲ ଗଛରୁ ଆଜି ଜଣେ ଯୁବକ ଓ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି l
ଯୁବକଙ୍କ ଘର ଆଉଁଳି ଗ୍ରାମରେ ହୋଇଥିବା ବେଳେ ଯୁବତୀଙ୍କ ଘର ଅନୁଗୁଳ ଅଞ୍ଚଳରେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି l

Nuakhai wishes