ଥାନା ସମ୍ମୁଖରେ ଆତ୍ମାହୁତି ଘଟଣାରେ ଓଏଚଆରସିରେ ମାମଲା

କଟକ ଜିଲ୍ଲାର କିଶନନଗର ଥାନା ସମ୍ମୁଖରେ ଗତକାଲି ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କର ଆଜି ଏସସିବି ମେଡିକାଲରେ ମୃତ୍ୟୁ ହୋଇଯାଇଥିବା ବେଳେ ଏହି ଘଟଣାର ତଦନ୍ତ କରି ଆସନ୍ତା ଶୁଣାଣି ପୂର୍ବରୁ ରିପୋର୍ଟ ଦାଖଲ କରିବାକୁ ଓଡିଶା ମାନବାଧିକାର କମିଶନ ଆଜି ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l
ପୁଲିସ ତାଙ୍କ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ କରି ବ୍ୟକ୍ତି ଜଣଙ୍କ ଆତ୍ମାହୁତି ଦେଇଛନ୍ତି l

ମାହାଙ୍ଗା ଡବଲ ମର୍ଡର ମାମଲାର ତଦନ୍ତ ତୁରନ୍ତ ସାରିବାକୁ ନିର୍ଦ୍ଦେଶ

ତଦନ୍ତ ଅଧିକାରୀ ସାଲେପୁର ଏସଡିପିଓଙ୍କୁ ତଦନ୍ତ ତୁରନ୍ତ ସାରିବାକୁ‌ ନିର୍ଦ୍ଦେଶ ଦେଇଛନ୍ତି ଜେଏମ୍ଏଫସି କୋର୍ଟ।

ଦୈନିକ ଭିତ୍ତିରେ ତଦନ୍ତ କରି ଯଥାଶୀଘ୍ର ରିପୋର୍ଟ ଦେବାକୁ କହିଛନ୍ତି କୋର୍ଟ।

କିଶନନଗର ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ମୃତ

କଟକ କିଶନ ନଗରରେ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିବା ୫୩ ବର୍ଷୀୟ ଗୁଣନିଧି ବିଷୋୟୀଙ୍କ ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଗୁଣନିଧି ଗତକାଲି ଜମି ବିବାଦରେ ନ୍ୟାୟ ନପାଇ ଥାନା ଆଗରେ ନିଜ ଦେହରେ ନିଆଁ ଲଗାଇଥିଲେ। ଏହି ଘଟଣାରେ ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିଙ୍କୁ ସୁପାରିସ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସପି।

ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ ଦୁର୍ଭାଗ୍ୟଜନକ: କଟକ ଗ୍ରାମାଞ୍ଚଳ ଏସ୍‌ପି

କଟକ ଜିଲ୍ଲା କିଶନନଗର ଥାନା ସାମ୍ନାରେ ଆତ୍ମାହୁତି ଉଦ୍ୟମ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି।

ଏହି ଘଟଣାରେ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ସୁପାରିସ୍ ହୋଇଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ସମ୍ପୃକ୍ତ ବ୍ୟକ୍ତି ପାରିବାରିକ ବିବାଦକୁ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କାର୍ଯ୍ୟାନୁଷ୍ଠନ ନ ନେବାରୁ ସେ ଆତ୍ମାହୁତି ଉଦ୍ୟମ କରିଥିଲେ।

ଜଙ୍ଗଲରୁ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର

କଟକ ଜିଲ୍ଲା ଆଠଗଡ଼ ଜେନାପଦା ଗାଁ ନିକଟ ଶାଳବଣୀ ଜଙ୍ଗଲରୁ ମହିଳାଙ୍କ ଶବ ଉଦ୍ଧାର ହୋଇଛି।

ଘଟଣା ସ୍ଥଳରେ ଆଠଗଡ଼ ପୁଲିସ ପହଞ୍ଚି ତଦନ୍ତ କରୁଛି। ମହିଳାଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି।

କିଶନନଗର ଥାନା ସାମ୍ନାରେ ନିଜକୁ ଜାଳିଲେ ବ୍ୟକ୍ତି

କଟକ ଜିଲ୍ଲା କିଶନନଗର ଥାନା ସାମ୍ନାରେ ଜଣେ ବ୍ୟକ୍ତି ନିଜ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାରୁ ପୋଡ଼ିହୋଇ ଗୁରୁତର ହୋଇଛନ୍ତି।

ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏ ପର୍ଯ୍ୟନ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।

ଅନୁଭବ -ବର୍ଷା ମାମଲାରେ ତଳ କୋର୍ଟର ନିର୍ଦ୍ଦେଶରେ ରହିତାଦେଶ

ସାଂସଦ ଅନୁଭବ ମହାନ୍ତିଙ୍କ ଘର ଛାଡି ଅନ୍ୟତ୍ର ରହିବାକୁ ପତ୍ନୀ ବର୍ଷାଙ୍କୁ କଟକ ଏସଡ଼ିଜେଏମ କୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ଆଜି ଜିଲ୍ଲାକୋର୍ଟ ରହିତାଦେଶ ଜାରି କରିଛନ୍ତି l ବର୍ଷାଙ୍କୁ ମାସିକ 30 ହଜାର ଟଙ୍କା ପ୍ରଦାନ କରିବାକୁ ଅନୁଭବଙ୍କୁ ତଳକୋର୍ଟ ମଧ୍ୟ କହିଥିଲେ l ଏହା ଉପରେ ମଧ୍ୟ ରହିତାଦେଶ ଜାରି ହୋଇଛି l

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 4 ତାରିଖରେ ହେବ l

ବିଜେଡିରେରେ ମିଶିଲେ ମୀନତି

କୋଟିଏରୁ ଅଧିକ ଟଙ୍କାର ନିଜ ସମ୍ପତ୍ତି ରିକ୍ସା ଚାଳକଙ୍କ ନାମରେ ଲେଖି ଦେଇଥିବା କଟକ ସୁତାହାଟର ମହିଳା ମୀନତି ପଟ୍ଟନାୟକ ଆଜି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି।

ଏହି ଅବସରରେ ଓଡ଼ିଶା ମୋ ପରିବାର କଟକ ସିଟି ସଂଯୋଜକ ଉପସ୍ଥିତ ଥିଲେ।

କ୍ୟାନସର ବିଜେତାଙ୍କ ପର୍ବତାରୋହଣ

କ୍ୟାନସରକୁ ମାତ୍ ଦେଇ ଆଉ ଏକ ଜୀବନ ପାଇଥିବା କଟକର ଝିଅ ସ୍ୱାଗତିକା ଉତ୍ତରାଖଣ୍ଡର ଡେରାଡୁନରୁ ଦିନାରା ବୁଗିଆଲ ପର୍ଯ୍ୟନ୍ତ ୧୧୮୩୦ ଫୁଟ ଉଚ୍ଚତା ପର୍ବତକୁ ଯାତ୍ରା କରି ଚର୍ଚ୍ଚାରେ ଅଛନ୍ତି ।ସାଙ୍ଗରେ ବାପା ମନୋରଞ୍ଜନ ଆଚାର୍ଯ୍ୟ ଏବଂ କଟକର କର୍କଟ କେନ୍ଦ୍ରର ଡାକ୍ତର ସଞ୍ଜୟ ମିଶ୍ର ଥିଲେ ।

କର୍କଟ ରୋଗରୁ ମାତ୍ ଦେଇଥିବା ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଆଠଜଣ କ୍ୟାନସର ଯୋଦ୍ଧା ଏଥିରେ ସାମିଲ ଗୋଇଥିଲେ ।

ଅନୁଭବଙ୍କ ବିରୋଧରେ ହାଇକୋର୍ଟ ଗଲେ ପତ୍ନୀ ବର୍ଷା

ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି କୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଙ୍ଘନ କରି ସୋସିଆଲ ମିଡିଆରେ ମତ ରଖୁଥିବା ଦର୍ଶାଇ ଆଜି ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି l

Gayatri abasika sikhya niketana