ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗରେ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତି ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ବହୁ ବିଜେଡି ଓ ବିଜୁ ଜନତା ଦଳର କର୍ମୀ ମାନେ ବିଜେପିରେ ଯୋଗଦାନ କରିଥିଲେ

ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ

ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଠାରେ ଆଜି ଭାରତୀୟ ସମ୍ବିଧାନର ନିର୍ମାତା ଓ ସାମାଜିକ ନ୍ୟାୟର ପ୍ରଣେତା ଭାରତରତ୍ନ ବାବାସାହେବ ଡକ୍ଟର ବି.ଆର୍ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦଳିତ ଘରେ ମଧ୍ୟାହ୍ନ ଭୋଜନ କଲେ କେନ୍ଦ୍ରମନ୍ତ୍ରୀ

ଢ଼େଙ୍କାନାଳ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପର୍ଜଙ୍ଗ ବ୍ଲକ ଜହ୍ନାପଡ଼ା ଗ୍ରାମର ଦଳିତ ପରିବାର ଶରତ ନାଏକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି।

ଜଳିଗଲ ଦୋକାନ ଘର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍.ଏ.ସି ଟାଉନ ହନୁମାନ ବଜାର ସ୍ଥିତ ଯଦୁ ମହାକୁଡ଼ଙ୍କ ଦୋକାନ ଘରଟି ବିଜୁଳି ସର୍ଟ ସର୍କିଟ ଯୋଗୁଁ ଆଜି ଜଳିପୋଡି ଛାରଖାର ହୋଇଯାଇଥିବା ସେ କହିଛନ୍ତି।

ଖବର ପାଇ କାମାକ୍ଷାନଗର ଏନ୍.ଏ.ସି ନଗରପାଳ ପହଞ୍ଚି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି।

ସନ ସାଇନ କ୍ଳବ ପକ୍ଷରୁ ଥଣ୍ଡା ପାନୀୟ ଜଳ ବଣ୍ଟନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନବକିଶୋରପୁର ଠାରେ ଆଜି ଗ୍ରାମର ସନ ସାଇନ କ୍ଳବ ପକ୍ଷରୁ ଗୋବିନ୍ଦପୁର ଠାରେ ଥଣ୍ଡା ପାନୀୟ ଜଳ ବଣ୍ଟନ କରାଯାଇଛି।

ସ୍ୱତନ୍ତ୍ର ଆରକ୍ଷୀ ବାହିନୀ ପକ୍ଷରୁ ଜଳଛତ୍ର

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରଖିଆ ଠାରେ ଓଡିଶା ସ୍ୱତନ୍ତ୍ର ଆରକ୍ଷୀ ବାହିନୀ ପ୍ରଥମ ଦୁର୍ଗ ପକ୍ଷରୁ ଜଳଛତ୍ର ଖୋଲାଯାଇଛି।

ପ୍ରସିଦ୍ଧ ସୁନାଦଣ୍ଡ ଉଦଯାପିତ

ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ପଂଚାୟତରେ ଆଜି ତେର ଦିନ ଧରି ଚାଲିଥିବା ପ୍ରସିଦ୍ଧ ସୁନାଦଣ୍ଡ ଉଦଯାପିତ ହୋଇଯାଇଛି ।

ଆଜି ଠାରୁ ମାନସିକ ଧାରୀମାନେ ସେମାନଙ୍କର ବ୍ରତବିଧି ସାରି ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ହନୁମାନ ଜୟନ୍ତୀ ଅବସରରେ କଳସ ଶୋଭାଯାତ୍ରା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ନୟା କୁଆଳୋ ଠାରେ ଆଜି ମହା ବିଷୁବସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅବସରରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ମହାପାଟ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଧର୍ମେନ୍ଦ୍ର

ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗର ଗ୍ରାମଦେବତୀ ମା’ ମହାପାଟ ଠାକୁରାଣୀ ଓ ହନୁମାନ ମନ୍ଦିରରେ ଆଜି ଅନୁଷ୍ଠିତ ପୂଜା ବିଧି ପାଳନରେ ଯୋଗ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଅତିଣ୍ଡା ଗ୍ରାମରେ ମେରୁ ଓ ପଣା ସଂକ୍ରାନ୍ତି ଅନୁଷ୍ଠିତ

ଆଜି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତର ଅତିଣ୍ଡା ଗ୍ରାମରେ ମା’ କାମନା କାଳୀଙ୍କ ମନ୍ଦିରରେ ଧୂମ ଧାମରେ ମେରୁ ଓ ପଣା ସଂକ୍ରାନ୍ତି ଅନୁଷ୍ଠିତ ହୋଇଛି।

ଏଥିରେ ଚିତ୍ତରଞ୍ଜନ ପ୍ରଧାନ ଓ ହରଗୌରୀ ଦଣ୍ଡର ମ୍ୟାନେଜର ପ୍ରଫୁଲ୍ଲ ମହାନ୍ତି, ନାରାୟଣ ଦେହୁରୀଙ୍କ ନେତୃତ୍ୱରେ ଧୁମଧାମରେ ପାଳନ କରାଯାଇଛି।

Nuakhai wishes