ଗୋଷ୍ଠୀ ସ୍ତରୀୟ ସ୍ଵାସ୍ଥ୍ୟ ମେଳା- ୨୦୨୨ ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମପଞ୍ଚାୟତ ଠାରେ ଆଜିବେଲଟିକିରି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ଵାସ୍ଥ୍ୟ ମେଳା- ୨୦୨୨ ଉଦଘାଟିତ ହୋଇଛି।

ଏହି ମେଳାରେ ସାଂସଦ ମହେଶ ସାହୁ ଓ ବିଧାୟକ ସୁଧିର କୁମାର ସାମଲ ଯୋଗଦେଇ ଥିଲେ।

ବ୍ରାହ୍ମଣୀ ସାହିତ୍ୟ ସଂସଦର ଶୁଭରାମ୍ଭ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଏକତାଳୀ ପଞ୍ଚାୟତର ବ୍ରାହ୍ମଣ ଶାସନ ପୁରୁଷୋତ୍ତମପୁର ମନ୍ଦିର ପରିସରରେ ଆଜି ବ୍ରାହ୍ମଣୀ ସାହିତ୍ୟ ସଂସଦର ଶୁଭରାମ୍ଭ ହୋଇଛି ।

ସଭାପତି ଶାନ୍ତୁନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଲୋକକଳା ସଂସ୍କୃତିର ରାଜ୍ୟ ଉପସଭାପତି ଅବନି ମିଶ୍ର ଯୋଗ‌ ଦେଇଥିଲେ ।

ଗୁଳିମାଡ଼ର ପ୍ରତିଶୋଧରେ ଅଭିଯୁକ୍ତଙ୍କ ପରିବାର ଉପରେ ଆକ୍ରମଣ (ଅପଡେଟ)

ଢେଙ୍କାନାଳର ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମରେ ପୋଖରୀଖୋଳାକୁ ନେଇ ଆଜି ସକାଳେ ହୋଇଥିବା ଗୁଳିମାଡ଼ରେ 56 ବର୍ଷର ଦଳାଇ ନାୟକଙ୍କ ମୃତ୍ୟୁ ହୋଇଥିଲା l

ଏହା ପ୍ରତିବାଦରେ ଫେରାର ଅଭିଯୁକ୍ତ ନୃପତିଙ୍କ ପତ୍ନୀ ଓ ତିନି ବର୍ଷର ଶିଶୁଙ୍କ ଉପରେ ଦଳାଇଙ୍କ ପରିବାର ଆକ୍ରମଣ କରିଛନ୍ତି l ମା ଓ ପୁଅଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି l ଗ୍ରାମରେ ପୋଡାଜଳା ହୋଇଥିବାରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ଅଧିକାରୀ କହିଛନ୍ତି l

ବୁଧ୍ୟେଶ୍ଵର ଶିବମନ୍ଦିର ପରିସରରେ ସ୍ୱଚ୍ଛତା ଅଭିଯାନ

ଢେଙ୍କାନାଳ ଜିଲ୍ଲା ଭୁବନରେ ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଭୁବନର ପ୍ରସିଦ୍ଧ ଶୈବପୀଠ ବୁଧ୍ୟେଶ୍ଵର ଶିବମନ୍ଦିର ପରିସରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି।

ଏହି ଅବସରରେ ନଗରପାଳଙ୍କ ସହ ସମସ୍ତ କାଉନସିଲରମାନେ ଯୋଗ ଦେଇଥିଲେ।

ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସରେ ତିଳତର୍ପଣ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ଦିବସ ପାଳନ ଅବସରରେ ବ୍ରାହ୍ମଣୀ ନଦୀ କୂଳରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ପଞ୍ଚାୟତ କନ୍ଧପାଳ ଗାଁରେ ଏହି ଘଟଣା ଘଟିଛି।

ମୃତକ କନ୍ଧପାଳ ଗାଁର ୫୬ ବର୍ଷୀୟ ଦଳେଇ ନାୟକ। ସକାଳ ୭ଟା ସମୟରେ ଘର ବାରଣ୍ଡାରେ ବସିଥିବା ସମୟରେ ଦଳେଇଙ୍କୁ ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।

@districtadmndkl @spdhenkanal https://t.co/ucMFmn0owi

କୈବର୍ତ୍ତ ମାନଙ୍କର ପାରମ୍ପରିକ ଚୈତ୍ର ପର୍ବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ମୁଖ୍ୟ ସହରରେ ଆଜି କୈବର୍ତ୍ତ ମାନଙ୍କର ପାରମ୍ପରିକ ଚୈତ୍ର ପର୍ବ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଏକ ଶୋଭାଯାତ୍ରାରେ ସୁସଜ୍ଜିତ ଘୋଡ଼ାନାଚକୁ ନଗର ପରିକ୍ରମା କରାଯାଇଛି।

ରାସୋଳ ମହୋତ୍ସବ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ଠାରେ ଆଜି ରାସୋଳ ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଛି।

ରାସୋଳ ବିକାଶ ପରିଷଦ ଆନୁକୁଲ୍ୟରେ ଆୟୋଜିତ ଏହି ଚାରି ଦିନ ବ୍ୟାପି ମହୋତ୍ସବର ଉଦଯପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ମୂଖ୍ୟ ବକ୍ତା ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ବିଶିଷ୍ଟ ଅତିଥି ଭାବେ ହିନ୍ଦୋଳ ବିଧାୟିକା ସୀମା ରାଣୀ ନାଏକ ଓ ସମ୍ମାନୀତ ଅତିଥି ଭାବେ ରଜ୍ୟ ମହିଳା ବିଜେଡ଼ି ସମ୍ପାଦିକା ନମିତା ନାଏକ ପ୍ରମୁଖ ଯୋଗ ଦେଇଥିଲେ।

ଅଭିରାମ ପରମହଂସ ଦେବଙ୍କ ୧୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ରଞ୍ଜା ଗ୍ରାମରେ ଆଜି ଠାକୁର ଅଭିରାମ ପରମହଂସ ଦେବଙ୍କ ୧୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଉପଲକ୍ଷେ ନଗର ପରିକ୍ରମା ଓ ହରିହର ଭେଟ ଅନୁଷ୍ଠିତ ହୋଇଯାଇଛି ।

ସାଂସଦଙ୍କ ଦ୍ଵାରା କଲ୍ୟାଣ ମଣ୍ଡପ ଉଦଘାଟନ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗଦାଶିଳା ଠାରେ ଆଜି ସାଂସଦ ମହେଶ ସାହୁଙ୍କ ଦ୍ଵାରା କଲ୍ୟାଣ ମଣ୍ଡପ ଉଦଘାଟନ ହୋଇଛି।

Nuakhai wishes