ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ବ୍ରିଜରୁ ତଳକୁ ଖସିଲା ଟ୍ରକ୍‌

୧୬ନଂ ଏନଏଚ୍‌ ଗେଲପୁର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ସହ ହେଲପର ଗୁରୁତର ଅଛନ୍ତି। କଦଳୀ ବୋଝେଇ କରି କଟକରୁ ବାଲେଶ୍ବର ଯାଉଥିଲା ଟ୍ରକ୍‌।

ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କର 79 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଗତକାଲି ରାତିରେ ପରଲୋକ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ପ୍ରକାଶ l ସେ 1990, 1995 ଓ 2000 ମସିହାରେ ଭୋଗରାଇରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ l

ଖାଇ ସାରି ବାରଣ୍ଡାରେ ବସିଥିଲେ ଟଳି ପଡିଲେ

କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଭାଲୁପାହାଡ଼ି ଗ୍ରାମରେ ଗୁରୁବାର ସକାଳେ ଜଣେ ବ୍ୟକ୍ତି ଖାଇସାରି ଘର ବାରଣ୍ଡାରେ ବିଶ୍ରାମ ନେଉଥିବା ସମୟରେ ଖସି ପଡିଥିଲେ । ପରିବାର ଲୋକେ ତୁରନ୍ତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତକ ଜଣକ ହେଉଛନ୍ତି ବିଜୟ ମହାନ୍ତ (୪୮) । ଖବର ପାଇ ତୁରୁମୁଙ୍ଗା ଥାନା ଏସ୍ ଆଇ ତାପସ କୁମାର ଦାସ ଚିକିତ୍ସାଳୟରେ ପହଁଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

କାରକୁ ଧକ୍କା ଦେଲା ଟ୍ରକ୍: କାର ଚାଳକ ଗୁରୁତର

କେନ୍ଦୁଝର ଜିଲ୍ଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ ନମ୍ୱର୍ ରାଞ୍ଚି ବିଜୟ ୱାଡା ଜାତୀୟ ରାଜପଥର ବିଜାନାଳୀ ନିକଟରେ ଏକ କାରକୁ ଟ୍ରକ୍ ଧକ୍କା ଦେବା ଫଳରେ କାର ଚାଳକ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା ଯୁବକ ଜଣକ ହେଉଛନ୍ତି ପାଟଣା ବ୍ଲକ ବଡ ପାଟଣା ଅଞ୍ଚାୟତ ସ୍ଵାମ ଶାସନର କ୍ଷୀରୋଦ ଚନ୍ଦ୍ର ଦାଶ(୫୧)।

ଦୁର୍ଘଟଣାରେ କାରଟି ଚୁରମାର ହୋଇଯାଇଥିବା ବେଳେ କ୍ଷୀରୋଦଙ୍କ ମୁଣ୍ଡ , ଡାହାଣ ପାର୍ଶ୍ଵ ପେଟ ଓ ଗୋଡରେ ଗଭୀର କ୍ଷତ ହୋଇଥିଲା।

ଅତାବିରା ଠାରେ ଖଇର କାଠ ବୋଝେଇ ଟ୍ରକ ଜବତ

ଗୁରୁବାର ସନ୍ଧ୍ଯା ୫ଟା ସମୟରେ ସମ୍ବଲପୁର ବନମଣ୍ଡଲ ଆଞ୍ଚଳିକ ବନସଂରକ୍ଷକ ଟି ଅଶୋକ କୁମାରଙ୍କ ନିର୍ଦ୍ଦେଶକ୍ରମେ ଓ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ତତ୍ବାବଧାନରେ ବରଗଡ ବନାଞ୍ଚଳ ଅଧିନ ୫୩ ନମ୍ବର ଜାତୀୟ ରାଜପଥ ଅତାବିରା ଠାରେ ଏକ ଖଇର କାଠ ବୋଝେଇ ଟ୍ରକ ନଂ G04LB8706 ବନବିଭାଗ କର୍ମଚାରୀମାନେ ଜବତ କରିଛନ୍ତି।

ଉକ୍ତ ଖଇର କାଠ ସୋନପୁର ଜିଲ୍ଲା ଡୁଂଗୁରିପାଲି ଠାରେ ଲୋଡ ହୋଇ ସମ୍ବଲପୁର ଝାରସୁଗୁଡା ଦେଇ ହିମାଚଳ ପ୍ରଦେଶ ଯାଉଥିଲା। ଏହି ଟ୍ରକରେ ୧୮ ଟନ ଖଇର କାଠ ଥିଲା। ଯାହାର ଅନୁମାନିକ ମୂଲ୍ଯ ୧୮ ଲକ୍ଷ ଟଙ୍କା ହେବ।

ଭୁବନେଶ୍ବର ମଧ୍ୟରୁ ନିର୍ବାଚନ ଲଢ଼ିବେ ଅନନ୍ତ ନାରାୟଣ ଜେନା

ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ, ନର୍ଲାରୁ ମନୋରମା ମହାନ୍ତି, ରେଢ଼ାଖୋଲରୁ ରୋହିତ ପୂଜାରୀ, ପାରାଦୀପରୁ ଗୀତାଞ୍ଜଳି ରାଉତରାୟ, ଲକ୍ଷ୍ମୀପୁରରୁ ପ୍ରଭୁ ଜାନି, ବାଲିଗୁଡ଼ାରୁ ଚକ୍ରମଣି କହଁର, ତାଳଚେରରୁ ବ୍ରଜକିଶୋର ପ୍ରଧାନ, ତେଲକୋଇରୁ ମାଧବ ସର୍ଦ୍ଦାର ନିର୍ବାଚନ ଲଢ଼ିବେ।

ଆଜି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ୯ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

ବାଲେଶ୍ବରରୁ ନିର୍ବାଚନ ଲଢ଼ିବେ ଲେଖାଶ୍ରୀ

ବାଲେଶ୍ବର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାର ଲଢ଼ିବେ।

କିଛିଦିନ ତଳେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ଲେଖାଶ୍ରୀ।

ପ୍ରଥମ ଥର ପାଇଁ ଶିକାରୀଙ୍କୁ ଧରାଇଲେ ଗ୍ରାମବାସୀ

ମୟୂରଭଞ୍ଜ ଜିଲ୍ଲା ପିଠାବଟା ରେଂଜ କେନ୍ଦୁଆ ଗାଁରୁ ୨ ଶିକାରୀ ଗିରଫ ହୋଇଛନ୍ତି।

ପୁଲିସ ୨ ବନ୍ଧୁକ ଜବତ କରିଛି। ୨ ଶିକାରୀଙ୍କୁ ଧରି ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ।

୧ ଲୋକସଭା ସହ ୫ରୁ ୮ ବିଧାନସଭାରେ ଲଢ଼ିବ ସିପିଆଇ

ଜଗତସିଂହପୁର ଲୋକସଭା ସହ ୫ରୁ ୮ ବିଧାନସଭା ଆସନରେ ଦଳ ଲଢିବ ନେଇ ବରିଷ୍ଠ ସିପିଆଇ ନେତା ରାମକୃଷ୍ଣ ପଣ୍ଡା ସୂଚନା ଦେଇଛନ୍ତି।

ପିସିସି ସଭାପତିଙ୍କ ସହ ଇଣ୍ଡିଆ ମେଣ୍ଟର ବୈଠକରେ ପ୍ରସ୍ତାବ ଦିଆଯାଇଛି ଶ୍ରୀ ପଣ୍ଡା କହିଛନ୍ତି।

Nuakhai wishes