ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସର ପ୍ରତିଭା

କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଆଜି ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ତାଙ୍କ ସହିତ ତାଙ୍କ ସ୍ଵାମୀ ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ସମେତ ଅନ୍ୟ ନେତା ଓ କର୍ମୀମାନେ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଓ ରାଜ୍ୟ ଲର ବିକାଶ ପାଇଁ କଂଗ୍ରେସର ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି ପ୍ରତିଭା କହିଛନ୍ତି।

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡ଼ିର ମାଧବ

ତେଲକୋଇ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାର ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏକ ବିଶାଳ ରାଲିରେ ସ୍ଥାନୀୟ କାଳି ପଡିଆରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଛନ୍ତି।

ରାଲିରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ୍, ପାଟଣା ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ନାୟକ, ଘଷିପୁରା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ବଦ୍ରି ପାତ୍ର ସମେତ ବହୁ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ।ବିଜେଡି ସରକାରରେ ହୋଇଥିବା ଜନକଲ୍ୟାଣ ଯୋଜନା ଓ ନବୀନଙ୍କ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ।

ବେଆଇନ ରାସ୍ତା ଡିଭାଇଡର ଅତିକ୍ରମ

ସଦର ଥାନା ଅଂଚଳରେ ବେଆଇନ ଟ୍ରକ୍ ପାର୍କିଂ ଓ ଆଇନ ଉଲଘଂନ କରି ଗାଡ଼ି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଥିଲେ ହେଁ ରୋକା ଯାଇପାରୁ ନାହିଁ। ସେହିପରି ବେଆଇନ ଭାବରେ ଏନ ଏଚ ୪୯ ର ଶୁଆକଟି ନିକଟରେ ରାସ୍ତା ଡିଭାଇଡରକୁ ଅତିକ୍ରମ କରି ବେଆଇନ ଭାବରେ ଅନ୍ୟ ପାର୍ଶ୍ଵକୁ ଯାଉଥିବା ଅଭିଯୋଗ ହେଉଛି।

ଅନେକ ଟ୍ରକ୍ ଲାଇନରେ ଲୋଡିଂ କରିବାକୁ ନ ଯାଇ ଅଧରାସ୍ତରେ ଡିଭାଇଡର କୁ ଚଢ଼ି ଅନ୍ୟ ପାର୍ଶ୍ୱକୁ ଯାଇ ଆଗ ଲୋଡ଼ିଙ୍ଗ ସୁବିଧା ଉଠାଉଛନ୍ତି। ତେବେ ଖଣି କତୃପକ୍ଷ, ପୋଲିସ ବିଭାଗ ଏ ନେଇ ପଦକ୍ଷେପ ନେଉ ନ ଥିବାରୁ ଏଭଳି ବେଆଇନ କାମ ଚାଲିଥିବା ଅଭିଯୋଗ ହେଉଛି।

ପୁଣି ଏକ ହାତୀ ମାଈ ମୃତ୍ୟୁ, ହାତୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ

କେନ୍ଦୁଝର ବନ ଖଣ୍ଡ ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଆଜି ଏକ ହାତୀର ମୃତ ଦେହ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁଁ ପ୍ରାଣ ହରାଇଥିବା ଡିଏଫଓ ଧନରାଜ ଏଚଡି ସୂଚନା ଦେଇଛନ୍ତି।

ଗତ କାଲି ପୂର୍ବାହ୍ନ ୧୧ ଟା ରୁ ଶାବକ ଜନ୍ମ ଦେବା ବେଳେ ହାତୀଟି ଯନ୍ତ୍ରଣା ପାଇବା ପରେ ଆଜି ସକାଳ ୯ ଟାରେ ମୃତ ଶାବକକୁ ବାହାର କରାଯାଇଥିଲା। ଏହା ସତ୍ତ୍ଵେ ହାତୀ ଟି ଛିଡା ହୋଇ ପାରିଲା ନାହିଁ। ଫଳରେ ଆଜି ମଧ୍ୟାହ୍ନ ୧୨ ଟାରେ ମୃତ୍ୟୁ ବରଣ କରିଥିଲା ବୋଲି ସୂଚନା ମିଳିଛି। ବନ ବିଭାଗ ମୃତ ଦେହ ଜବତ କରି ଅଧିକ ତଦନ୍ତ କରୁଛି।

ନାମାଙ୍କନ ପତ୍ର ଦାଖଲ କଲେ ସନାତନ

ଆଜି ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ସନାତନ ମହାକୁଡ ଏକ ବିଶାଳ ରାଲିରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ସହିତ ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ୍ ତଥା ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ ସମେତ ସାମିଲ ହୋଇଥିଲେ।

ହଜାର ହଜାର ସଂଖ୍ୟାରେ ସମର୍ଥକ ବାଣ ଫୁଟାଇ, ଜିନ୍ଦାବାଦ କରି ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଣିଥିଲେ। ବିଜେଡି ସରକାର ଜିଲ୍ଲାରେ କରିଥିବା ଜନକଲ୍ୟାଣ କାମକୁ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି।

ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ମୀନା ମାଝି

କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୀନା ମାଝି ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କ ସମର୍ଥକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ରାଜ୍ୟରେ ନବୀନ ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି।

କେନ୍ଦୁଝର : ଚମ୍ପୁଆରେ ନାମାଙ୍କନ ପତ୍ର ଦାଖଲ କଲେ ମୂରଲୀ

ଆଜି ନାମାଙ୍କନ ପତ୍ର ଦାଖଲର ଆଜି ତୃତୀୟ ଦିନରେ ଭାଜପାର ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମୂରଲୀ ଶର୍ମା ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ସେ ତାଙ୍କ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସ୍ଥାନୀୟ ସମସ୍ୟା ଏବଂ ମୋଦି ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ତଥା ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି। ଜିଲା ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେ , ଦିଲୀପ ମିଶ୍ର, ପ୍ରକାଶ ମଲ୍ଲିକ ସମେତ ବହୁ ନେତା ଉପସ୍ଥିତ ଥିଲେ।

ପଦ୍ମଶ୍ରୀ ମାଗୁଣି କୁଅଁର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଆଜି ଅସୁସ୍ଥ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅତ୍ୟଧିକ ଗରମ ହେଉଥିବାରୁ ସକାଳେ ହଠାତ ତାଙ୍କ ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ।

ତେଣୁ ଘର ଲୋକେ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଚିକିତ୍ସା କରିଥିଲେ। ଏହା ସତ୍ତ୍ଵେ ସେ ବିଛଣାରୁ ଉଠି ପାରି ନଥିଲେ। ଆଜି ଅଧିକ ଦୁର୍ବଳ ମନେ କରିବାରୁ ଘର୍ ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ପଦ୍ମଶ୍ରୀ ମାଗୁଣି କୁଅଁର ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଆଜି ଅସୁସ୍ଥ ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅତ୍ୟଧିକ ଗରମ ହେଉଥିବାରୁ ସକାଳେ ହଠାତ ତାଙ୍କ ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ।

ତେଣୁ ଘର ଲୋକେ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଚିକିତ୍ସା କରିଥିଲେ। ଏହା ସତ୍ତ୍ଵେ ସେ ବିଛଣାରୁ ଉଠି ପାରି ନଥିଲେ। ଆଜି ଅଧିକ ଦୁର୍ବଳ ମନେ କରିବାରୁ ଘର୍ ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ଉଦ୍ଧାର ହରିଣକୁ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ସେକ୍ସନ ରାଇଡିହା ବିଟ୍ ଭଣ୍ଡାରୀବିଲା ଗ୍ରାମର ଭୀମସେନ ମହାନ୍ତଙ୍କ ପରିବା ବଗିଚାରୁ ସୋମବାର ସକାଳୁ ଏକ ଅଣ୍ଡିରା ହରିଣ ପଶି ଆସିଥିଲା।

କ୍ଷତାକ୍ତ ଅବସ୍ଥାରେ ବନ ବିଭାଗ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡିଦେଇଛି। ହରିଣଟି ପରିବା ବଗିଚାରେ ଘେରା ଯାଇଥିବା ଜାଲରେ ଫସି ରହିଥିବା ବେଳେ ବନପାଳ ଭୂପତି ସେଠୀ ଗାର୍ଡ ଓ ପାରା ଷ୍ଟାଫ୍ ସହ ପହଞ୍ଚି ହରିଣକୁ ଉଦ୍ଧାର କରି ସୁରକ୍ଷିତ ଛାଡି ଦେଇଛନ୍ତି।

Nuakhai wishes