ଆସନ୍ତାକାଲି ସକାଳ 8 ଟାରୁ ନବଯୌବନ ଦର୍ଶନ

ଆସନ୍ତାକାଲି ସକାଳ 8 ଟାରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି l ପ୍ରଥମ ଏକ ଘଣ୍ଟା ପରିମାଣିକ ଦର୍ଶନ ହେବ l ସକାଳ 9 ରୁ ସାଢେ 19 ସର୍ବସାଧାରଣ ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି l
ଏହା ପରେ ଅପରାହ୍ନ 2 ଟାରୁ 3 ଟା, ସନ୍ଧ୍ୟା 6 ଟାରୁ ସାଢେ 6 ଟା, ରାତି 9 ଟାରୁ ସାଢେ 10 ଟା ଏବଂ ରାତି ସାଢେ 11 ରୁ ସାଢେ 12 ଟା ଦର୍ଶନ ହେବ l

ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଟିକା ଯୋଗାଇଦେବାକୁ ଗଣଶିକ୍ଷା ବିଭାଗର ଚିଠି

ସ୍କୁଲ ଓ ଗଣଶିକ୍ଷା ବିଭାଗ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଟିକା ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।

ରାଜ୍ୟରେ କୋଭିଡ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ୧୨ରୁ ୧୭ ବର୍ଷର ସମସ୍ତ ଛାତ୍ରଛାତ୍ରୀଙ୍କୁ ଟିକା ଦେବାକୁ ଅନୁରୋଧ କରିଛି ଗଣଶିକ୍ଷା ବିଭାଗ।

ଜରୁରୀକାଳୀନ ଚିକିତ୍ସା ପାଇଁ ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ୨୮୭ଟି ବେଡ୍ ବ୍ୟବସ୍ଥା

ପୁରୀରେ ରଥଯାତ୍ରା ପାଇଁ ୬୯ଟି ଫାଷ୍ଟଏଡ୍ କେନ୍ଦ୍ର ଖୋଲାଯାଇଥିବା ବେଳେ ୫୮ଟି ଆମ୍ବୁଲାନ୍ସ ସର୍ଭିସ୍, ୧୧୪ଟି ଷ୍ଟ୍ରେଚର ସର୍ଭିସ ବ୍ୟବସ୍ଥା ହୋଇଛି।

୧୪୫ ଡାକ୍ତର, ୭ ଫୁଡ୍ ସେଫ୍ଟି ଅଫିସର, ୪୦ ଫାର୍ମାସିଷ୍ଟ, ୩୦ ନର୍ସିଂ ଅଫିସର, ୪୫ ହେଲ୍‌ଥ ଅଫିସର ମୁତୟନ ହେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ପ୍ରବଳ ଗୁଳୁଗୁଳି ଦୃଷ୍ଟିରୁ ୨୬ଟି ଏସି ବେଡ୍ ବ୍ୟବସ୍ଥା କରାଯାଇଛି ଏବଂ ପୁରୀ ହସ୍ପିଟାଲରେ ୨୦୦ ୟୁନିଟ୍ ଲେଖାଏଁ ବିଭିନ୍ନ ଗ୍ରୁପର ବ୍ଲଡ୍ ପ୍ରସ୍ତୁତ ରହିଛି।

ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ଶପଥ ଗ୍ରହଣ ଉତ୍ସବ

କଳାହାଣ୍ଡି ଜିଲ୍ଲା ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ନୂତନ ଜିଲ୍ଲା କମିଟିର ଶପଥ ଗ୍ରହଣ ଉତ୍ସବ ଭବାନୀପାଟଣା ସ୍ଥିତ ରେଡ କ୍ରସ କଲ୍ୟାଣ ମଣ୍ଡପ ଠାରେ ଆଜି ଅନୁଷ୍ଟିତ ହୋଇଛି ।

ଏଥିରେ ଦିଲ୍ଲୀ ବିଧାୟକ ତଥା ଓଡ଼ିଶା ପ୍ରଭାରୀ ବିରେନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।ଆଗାମୀ ଦିନରେ ଶିକ୍ଷା,ସ୍ବାସ୍ଥ୍ୟ,ବିଜୁଳି ଆଦି ଅନେକ ସମସ୍ୟା ଉପରେ ସ୍ୱର ଉତ୍ତୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୧୨ଟି ସଂସଦୀୟ କ୍ଷେତ୍ର କର୍ମକର୍ତ୍ତାଙ୍କ ବୈଠକ

୨୦୨୪ ସାଧାରଣ ନିର୍ବାଚନ ଲାଗି ରାଜ୍ୟ ବିଜେପିର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ରାଜ୍ୟ କାର୍ଯ୍ୟାଳୟରେ ୧୨ଟି ସଂସଦୀୟ କ୍ଷେତ୍ର କର୍ମକର୍ତ୍ତାଙ୍କ ବୈଠକ ଚାଲିଛି।

କେନ୍ଦ୍ରୀୟ ସଚିବ ହରିଶ ଦ୍ୱିବେଦୀ ଓ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତ ବୈଠକ ଚାଲିଛି। ୨୦୧୯ରେ ହାରିଥିବା ସଂସଦୀୟ କ୍ଷେତ୍ର ଉପରେ ଫୋକସ୍ ଦେଇଛି ଦଳ।

ଏକ ଘରୋଇ ଟିଭି ଚ୍ୟାନେଲ ସମ୍ପାଦକଙ୍କ ଘରେ ଇଓଡବ୍ଲୁର ଚଢ଼ାଉ

ଏକ ଘରୋଇ ଟିଭି ଚ୍ୟାନେଲ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ଭୁବନେଶ୍ବର ଘରେ ଗତକାଲି ରାତିରେ ଇଓଡବ୍ଲୁର ଚଢ଼ାଉ କରିଥିବା ସୂଚନା ମିଳିଛି।

୯୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ରେଡ୍ ହୋଇଛି। ଚଢ଼ାଉ ବେଳେ ସମ୍ପାଦକ ଘରେ ନଥିବା ସୂଚନା ମିଳିଛି। ତାଙ୍କୁ ପୂର୍ବରୁ ୨ ଥର ନୋଟିସ୍ କରାଯାଇଥିବା ଇଓଡବ୍ଲୁ ସୂଚନା ଦେଇଛି।

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ପୂର୍ବତନ ଚିକିତ୍ସାଧିକାରୀ ଡ଼. ସିବାନନ୍ଦ ମହାନ୍ତିଙ୍କୁ ଆଜି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି ।

ସେ ୨୦୧୮ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଉଦଳା ଡାକ୍ତରଖାନା କାର୍ଯ୍ୟରତ ଥିଲେ । ଏହି ସଭାରେ ନୂତନ ଚିକିତ୍ସାଧିକାରୀ ଡ଼. କମଳାକାନ୍ତ ନାୟକ ଏବଂ ଡାକ୍ତରଖାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲାରେ ଥାନା ଅଧିକାରୀ ନିଲମ୍ବିତ

କଟକ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ମାମଲାରେ ଥାନା ଅଧିକାରୀ ସସ୍ମିତା ରଣାଙ୍କୁ ନିଲମ୍ବନ କରିଛନ୍ତି ପୁଲିସ ଡିଜି।

କାର୍ଯ୍ୟରେ ଅବହେଳା ପାଇଁ ଡିଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପୁଲିସ ସହଯୋଗ କରୁନଥିବା ଅଭିଯୋଗ କରି ଗତ ୨୩ରେ ଥାନା ଆଗରେ ନିଜ ଦେହ ଜାଳି ଦେଇଥିଲେ ଗୁଣନିଧି ବିଷୋୟୀ । ଦିନକ ପରେ କଟକର ଏକ ଘରୋଇ ମେଡିକାଲରେ ତାଙ୍କର ମୃତ୍ୟୁ ଘଟିଥିଲା।

ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ କଳାକାର ଓ କର୍ମକର୍ତ୍ତା

କଳାହାଣ୍ଡି ଜିଲ୍ଲାପାଳ ଭାବେ ପି.ଅନ୍ନେଷା ରେଡ୍ଡୀ ଯୋଗଦେବା ପରେ ଆଜି ତାଙ୍କ ପ୍ରକୋଷ୍ଠ ରେ ମହାବୀର କଳାକାର ଅନୁଷ୍ଠାନ ଓ କର୍ମକର୍ତ୍ତା ମାନେ ସାକ୍ଷାତ କରି ଆଗାମୀ ଦିନରେ କଳା ଓ ସଂସ୍କୃତି କିପରି ବଞ୍ଚାଇ ହେବ,ତାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ ।

ଆନ୍ତର୍ଜାତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ କୋରିଆରେ ଓଡିଆ ପୁଅ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମୁଲ୍ୟମଣି ରାଣୀପୁର ଗାଁର ଯୁବ କ୍ରୀଡାବିତ ତଥା ଆନ୍ତର୍ଜାତୀୟ ତାଇକଣ୍ଡୋ ଖେଳାଳୀ ଏହେସାସ ହୋତା ଏବେ କୋରିଆ ପହଞ୍ଚିଛନ୍ତି ।

ଭାରତୀୟ ଟିମ ସହ ଭାରତ ଛାଡିଥିବା ଏହେସାସ ଏବେ କୋରିଆ ମାଟିରେ ପାଦ ଥାପି ସାରିଛନ୍ତି । ଦକ୍ଷଣ କୋରିଆର ଗାଙ୍ଗୱାନ ପ୍ରୋଭିନେନ୍ସ ରାଜ୍ୟର ରାଜଧାନୀ ଚାନଚିଓନର ହୋବନ ଜିମ ଷ୍ଟାଡିୟମରେ ୨୯ ତାରିଖରୁ ୧ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା ଜି-୨ ରେଂକିଙ୍ଗ ଆନ୍ତଜାର୍ତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।

Gayatri abasika sikhya niketana