ଖଣି ସଂସ୍ଥାରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଜୁଏଲଙ୍କ ଗୁରୁତ୍ଵ

ସାଂସଦ ଜୁଏଲ ଓରାମ ଆଜି ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ଅଞ୍ଚଳ ଗସ୍ତ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଖଣି ସଂସ୍ଥା ଗୁଡିକରେ ଅଧିକ ସ୍ଥାନୀୟ ନିଯୁକ୍ତି ଦେବା ଉପରେ ଗୁରୁତ୍ବ ଆରୋପ କରିଥିଲେ।

ସେ ସ୍ଥାନୀୟ ବିଜେପି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।

ଆଇପିଏଲ ବେଟିଂ ରାକେଟର ନଅ ସଦସ୍ୟ ଗିରଫ

ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଯମୁନାନାକୀ ଠାରେ ପୁଲିସ ଏକ ଆଇପିଏଲ ବେଟିଂ ରାକେଟର ନଅ ଜଣ ସଦସ୍ୟଙ୍କୁ ଗିରଫ କରିଛି l

ସେମାନଙ୍କ ଠାରୁ 18 ଟି ମୋବାଇଲ ଫୋନ, ଏକ ଲାପଟପ ଓ ଏକ ଟାବଲେଟ ଜବତ କରାଯାଇଛି l

ତେଲେନପାଲି ଏ.ଡବ୍ଳ୍ୟୁ.ସି ବିଲଡିଙ୍ଗ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଳକ ରାଜବାହାଲ ପଞ୍ଚାୟତ ତେଲେନପାଲି ଠାରେ ଏକ ଏ.ଡବ୍ଳ୍ୟୁ.ସି ବିଲଡିଙ୍ଗ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ‐୧୩,୮୩,୮୦୮ଟଙ୍କା ରହିଛି,ବିଡ ଆବେଦନର ଶେଷ ଦିନ ଅପ୍ରେଲ ୨୧ ରହିଛି।

ସରଦା ଏ.ଡବ୍ଳ୍ୟୁ.ସି ବିଲଡିଙ୍ଗ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଳକ ହୁରମେଇ ପଞ୍ଚାୟତ ସରଦା ଠାରେ ଏକ ଏ.ଡବ୍ଳ୍ୟୁ.ସି ବିଲଡିଙ୍ଗ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ‐୧୩,୮୩,୮୦୫ଟଙ୍କା ରହିଛି,ବିଡ ଆବେଦନର ଶେଷ ଦିନ ଅପ୍ରେଲ ୨୧ ରହିଛି।

ବରପଡା ଏ.ଡବ୍ଳ୍ୟୁ.ସି ବିଲଡିଙ୍ଗ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଳକ କୁଲାବିରା ପଞ୍ଚାୟତ ବରପଡା ଠାରେ ଏକ ଏ.ଡବ୍ଳ୍ୟୁ.ସି ବିଲଡିଙ୍ଗ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ‐୧୩,୮୬,୭୮୪ଟଙ୍କା ରହିଛି,ବିଡ ଆବେଦନର ଶେଷ ଦିନ ଅପ୍ରେଲ ୨୧ ରହିଛି।

ଜୟନ୍ତିପଡା ଏ.ଡବ୍ଳ୍ୟୁ.ସି ବିଲଡିଙ୍ଗ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ

ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଳକ ଗିରିଙ୍ଗକେଲା ପଞ୍ଚାୟତ ଜୟନ୍ତିପଡା ଠାରେ ଏକ ଏ.ଡବ୍ଳ୍ୟୁ.ସି ବିଲଡିଙ୍ଗ ନିର୍ମାଣକୁ ନେଇ ଟେଣ୍ତର ବିଜ୍ଞପ୍ତି ପ୍ରକାଶ ପାଇଛି।

ଯାହାର ଅଟକଳ ପରିମାଣ‐୧୩,୮୩,୮୨୭ଟଙ୍କା ରହିଛି,ବିଡ ଆବେଦନର ଶେଷ ଦିନ ଅପ୍ରେଲ ୨୧ ରହିଛି।

ସୁନ୍ଦରଗଡ଼ ଜିଲ୍ଲାରେ ‘ସୋପାନ’କାର୍ଯ୍ୟକ୍ରମ ସମ୍ପ୍ରସାରଣ

ସୁନ୍ଦରଗଡ଼ସ୍ଥିତ ସଂସ୍କୃତି ଭବନଠାରେ ଜିଲ୍ଲା ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ‘ସୋପାନ’ର ଏହି ସମ୍ପ୍ରସାରଣ ଘୋଷଣା କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ୭ଟି ବ୍ଲକକୁ ‘ସୋପାନ’ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ସାମିଲ କରିଛନ୍ତି।

ଓଡ଼ିଶାର ୨୨ଟି ଜିଲ୍ଲାର ୧୨୫ଟି ଦୁର୍ଗମ ବ୍ଲକରେ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ଙ୍କ ତ୍ୱରାନ୍ୱିତ ପୋଷଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ସୋପାନ’ କାର୍ଯ୍ୟକ୍ରମ।

ବିଜେଡ଼ିରେ ଯୋଗଦେଲେ ସାମ୍ବାଦିକ ମିହିର ରାୟ

ରାଉରକେଲାର ଜଣାଶୁଣା ସମାଜସେବୀ, ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ମିହିର ରାୟ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି।

ରାୟ ବୁଧବାର ବିଜେଡ଼ିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିବା ହେଲେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ସ୍ଵାଗତ କରିଥିଲେ।

Nuakhai wishes