ମଧ୍ୟାହ୍ନ ଭୋଜନରେ ଝିଟିପିଟି, ୧୧ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ ଜିଲ୍ଲା ଏଲ୍‌ଖା ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି।

ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖାଇବା ବେଳେ ଖାଦ୍ୟରେ ଝିଟିପିଟି ଦେଖି ଶିକ୍ଷକଙ୍କୁ ଜଣାଇଥିଲେ ପିଲା।

ବିଜେପିରେ ଯୋଗଦେବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଆସନ୍ତା ୪ ତାରିଖରେ ବିଜେପିରେ ଯୋଗଦେବେ।

ଧାମନଗର ଉପନିର୍ବାଚନ ବେଳେ ଚର୍ଚ୍ଚାରେ ଥିଲେ ରାଜେନ୍ଦ୍ର ଦାସ। ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବାରୁ ବିଦ୍ରୋହୀ ସାଜିଥିଲେ। ପରେ ସ୍ୱାଧିନ ଭାବେ ନାମାଙ୍କନ କରିଥିଲେ, ବିଜେଡି ନିଲମ୍ବିତ କରିଥିଲା।

ହଷ୍ଟେଲରୁ +୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ ଜିଲ୍ଲା ଚାନ୍ଦିମାଳ ନବୋଦୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ଛାତ୍ରୀ ଜଣଙ୍କ ଧାମନଗରର ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଇଡିରେ ହାଜର ହେଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ

ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କୁ ହାଜର ହେବାକୁ ଇଡି ନୋଟିସ କରିଥିଲା।

ପୂର୍ବରୁ ପ୍ରଫୁଲ୍ଲ ଏବଂ ତାଙ୍କ ପୁଅଙ୍କ ଘରେ ରେଡ୍ କରିଥିଲା ଇଡି।

ବରପଦାରେ ବନ୍ଦ ପାଳନ

ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ବରପଦା ବିକାଶ ମଞ୍ଚ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।

ଜିଲ୍ଲା ପ୍ରଶାସନ କାହିଁକି ହାତକୁ ନେଉନି ଅଭିଯୋଗ କରି ବନ୍ଦ ଡାକରା ଦେଇଛି। ଭଦ୍ରକରୁ ଆଗରପଡ଼ା ଓ ଆନନ୍ଦପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଦୁର୍ନୀତି ଲିଙ୍କ୍‌ରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ରେଡ୍‌ କରିଥିଲା ଇଡି।

ସ୍କୁଲ ପିଅନ ନିର୍ଦ୍ଦିଷ୍ଟ ଜଣେ ପିଲାକୁ କପି ଦେଉଥିବା ଅଭିଯୋଗ

ଭଦ୍ରକ ଭଦ୍ରକାଳୀ ହାଇସ୍କୁଲରେ ସ୍କୁଲ ପିଅନ ନିର୍ଦ୍ଦିଷ୍ଟ ଜଣେ ପିଲାକୁ କପି ଦେଉଥିବା ଅଭିଯୋଗରେ ଉତ୍ତେଜନା ଦେଖାଦେଇଛି।

ପରୀକ୍ଷା ପରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ପରୀକ୍ଷାର୍ଥୀ। ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ବ୍ଲକ ଶିକ୍ଷା ଅଧିକାରୀ। ପିଅନଙ୍କୁ ଉଠାଇନେଇ ଗ୍ରାମାଞ୍ଚଳ ଥାନା ପୁଲିସ ପଚରାଉଚରା କରୁଛି।

ଡାକ୍ତରଙ୍କ ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ ଜିଲ୍ଲା ଗେଲପୁର ସ୍ଥିତ ନୂଆ ମେଡିକାଲରେ ରୋଗୀ ମୃତ୍ୟୁରୁ ଉତ୍ତେଜନା ଦେଖାଦେଇଛି।

ଆଗରପଡ଼ା ଥାନା ବିରିଡ଼ି ଗାଁର ପ୍ରସୂତୀ ରାତିରେ ମେଡିକାଲ ଆସିଥିଲେ। ବାରମ୍ବାର ଡାକ୍ତରଙ୍କୁ ଡାକିବା ସତ୍ତ୍ୱେ କେହି ଶୁଣିନଥିବା ଅଭିଯୋଗ ହୋଇଛି।

ଘର ଭିତରୁ ଦଶମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ

ଭଦ୍ରକ ଜିଲ୍ଲା ଧାମନଗର ଥାନା ଜାହାଙ୍ଗୀର ଶାସନ ଗାଁରେ ଘର ଭିତରୁ ମୃତଦେହ ଠାବ ହୋଇଛି।

ମାଉସୀ ଘରେ ରହି ପାଠ ପଢ଼ୁଥିଲେ ଛାତ୍ର। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।ଆଜି ଇଂରାଜୀ ପରୀକ୍ଷା ଥିଲା।

ବରପଦା ଇଞ୍ଜିନିୟରିଂ କଲେଜ ଆଗରେ ଉତ୍ତେଜନା

ଆନ୍ଦୋଳନରତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ଦେଖାଦେଇଛି।

ବକେୟା ଦରମା ପ୍ରଦାନ ଦାବିରେ ଆନ୍ଦୋଳନ ଚଳାଇଛନ୍ତି କର୍ମଚାରୀ।ଆନ୍ଦୋଳନରତ କର୍ମଚାରୀଙ୍କୁ ଅନ୍ୟ କର୍ମଚାରୀ ବିରୋଧ କରିଛନ୍ତି।

Nuakhai wishes