ଅଙ୍ଗନବାଡ଼ି କେନ୍ଦ୍ରରୁ ଦିଦିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାଲେଶ୍ବର ହଂସୀପାଟଣା ଅଙ୍ଗନବାଡ଼ି କେନ୍ଦ୍ରରୁ ମୃତଦେହ ଉଦ୍ଧାର ହୋଇଛି।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ କିଛି ଦିନ ତଳେ ତାଙ୍କ ସାନପୁଅ ଆତ୍ମହତ୍ୟା କରିଥିଲେ।

ଗାଁ ପୋଖରୀରେ ବୁଡ଼ି ଯୁବତୀ ମୃତ

ବାଲେଶ୍ଵର ଜିଲ୍ଲା କମର୍ଦା ଥାନା ବଡ଼ମନ୍ଦାରୁଣୀ ଗାଁ ପୋଖରୀରେ ଏହି ଘଟଣା ଘଟିଛି।

ଗାଧୋଇବା ବେଳେ ଯୁବତୀ ଜଣଙ୍କ ବୁଡ଼ିଯାଇଥିବା ସୂଚନା ମିଳିଛି।

ସାବତ ମାଆ-ବାପାକୁ ଆଜୀବନ କାରାଦଣ୍ଡ

ନାବାଳକ ପୁଅକୁ ହତ୍ୟା ମାମଲାରେ ବାପା ଗଣେଶ ଜେନା, ମାଆ ପ୍ରତିମା ଜେନାଙ୍କୁ ଆଜୀବନ ଜେଲ୍‌ ସହ ୫ ହଜାର ଟଙ୍କା ଜରିମାନା କଲେ ସ୍ୱତନ୍ତ୍ର OPID କୋର୍ଟ।

ଅଗଷ୍ଟ ୨୦୨୨ରେ ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ପୁଅକୁ ହତ୍ୟା କରିଥିଲେ ବାପା, ମାଆ।

ଅଜଣା ଗାଡ଼ି ଧକ୍କାରେ ମାଆ ଓ ୧୨ ବର୍ଷର ପୁଅ ମୃତ

ବାଲେଶ୍ଵର ଜିଲ୍ଲା ରେମୁଣା ନୂଆଗାଁ ଛକରେ ସ୍କୁଟିକୁ ଧକ୍କା ଦେଇ ଚାଲିଗଲା ଅଜଣା ଗାଡ଼ି।

ମୃତକଙ୍କ ପରିଚୟ ମିଳିନ ଥିବାବେଳେ ଉତ୍ତ୍ୟକ୍ତ ଲୋକ ଏନ୍ଏଚ୍ ୧୬ ଅବରୋଧ କରିଛନ୍ତି।

ଗୋଚର ଜମିକୁ କେନ୍ଦ୍ର କରି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ବାବନ୍ଧ ଗାଁରେ ଏହି ଘଟଣା ଘଟିଛି।

ଦମ୍ପତିଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଗୋଚର ଜମିରେ ବାଡ଼ ଭଙ୍ଗାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପହଞ୍ଚିଲା।

ବାଲେଶ୍ବରରୁ ନିର୍ବାଚନ ଲଢ଼ିବେ ଲେଖାଶ୍ରୀ

ବାଲେଶ୍ବର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାର ଲଢ଼ିବେ।

କିଛିଦିନ ତଳେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ଲେଖାଶ୍ରୀ।

ସ୍କୁଲ କ୍ଲାସରୁମ୍‌ରେ ତାଲା ପକାଇ ଠିକାଦାରଙ୍କ ଧାରଣା

ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଦହପଡ଼ା ଚିନ୍ତାମଣି ଉଚ୍ଚ ବିଦ୍ୟାଳୟରେ ଏହି ଘଟଣା ଘଟିଛି।

ସ୍କୁଲ ରୂପାନ୍ତରୀକରଣ ପରେ ବକେୟା ଟଙ୍କା ପାଇ ନଥିବା ଅଭିଯୋଗ ହୋଇଛି। ତାଲା ପଡ଼ିଥିବାରୁ କ୍ଲାସ ରୁମ୍‌କୁ ଯାଇପାରୁନାହାନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ।

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ଦୋଷୀ ଅଜୟ ବେହେରାକୁ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ।

୨୦୨୩ ଖନ୍ତାପଡ଼ା ଥାନା ଅଞ୍ଚଳରେ ଦୁଷ୍କର୍ମ ମାମଲା ହୋଇଥିଲା।

ରାସ୍ତାରୁ ୩୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ; ୫ ଆହତ

ବାଲେଶ୍ବର ଜିଲ୍ଲା ରାଜଘାଟ ଫରେଷ୍ଟ ଚେକ୍‌ ପୋଷ୍ଟକୁ ପିଟି ରାସ୍ତାରୁ ତଳକୁ ଖସିଲା ଭ୍ୟାନ୍‌।

୫ ଆହତଙ୍କ ମଧ୍ୟରୁ ୩ ଜଣ ଗୁରୁତର ହୋଇଥିବା ବେଳେ ସମସ୍ତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି।

ଚୋରି ଶିଶୁପୁତ୍ର ଦୁର୍ଗାଦେବୀରୁ ଉଦ୍ଧାର

ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରୁ ଶିଶୁପୁତ୍ର ଚୋରି ଘଟଣାରେ ବିଳମ୍ବିତ ରାତିରେ ଦୁର୍ଗାଦେବୀରୁ ଶିଶୁପୁତ୍ର ଉଦ୍ଧାର କଲା ପୁଲିସ।

ଶିଶୁପୁତ୍ର ଉଦ୍ଧାର ସହ ଚୋରି କରିଥିବା ମହିଳାଙ୍କୁ ଥାନାରେ ଅଟକ ରଖିଛି। କାଲି ମହିଳା ଜଣଙ୍କ SNCUରୁ ଶିଶୁପୁତ୍ରକୁ ଚୋରିକରି ନେଇଥିଲେ। ଚୋରି ନେଇ ବାଲିଆପାଳ ଆଠବାଟିଆର ଦମ୍ପତି ଅଭିଯୋଗ କରିଥିଲେ।

Nuakhai wishes