୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଜଳେଶ୍ବର, ବରୀ, ଆଠମଲ୍ଲିକ, ଆଠଗଡ଼, ପୁରୀରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ।

ଜଳେଶ୍ବରରେ ସୁଦର୍ଶନ ଦାସ, ବରୀରୁ ଦେବାଶିଷ ନାୟକ, ଆଠମଲ୍ଲିକରୁ ହିମାଂଶୁ ଚାଉଳିଆ, ଆଠଗଡ଼ରୁ ସୁଦର୍ଶନ ସାହୁ ଏବଂ ପୁରୀରୁ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କଲା କଂଗ୍ରେସ।

ମେ ୮ରେ ଓଡ଼ିଶା ଆସିବେ ରାଜନାଥ ସିଂ, ୧୨ରେ ଅମିତ ଶାହ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୮ରେ ରାୟଗଡ଼ା ଆସିବେ ଏବଂ ୧୨ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

୬ ଓ ୮ ତାରିଖ ଦୁଇ ଦିନ ସମୁଦ୍ର ନଯିବାକୁ ଆଇଏମଡି ପରାମର୍ଶ ଦେଇଛି।

ଉତ୍ତର ଓଡ଼ିଶା ଉପକୂଳରେ ଝଡ଼ ବର୍ଷା ନେଇ ସତର୍କତା ଜାରି ହୋଇଛି। ୪୦ରୁ ୫୦ କିମି ବେଗରେ ପବନ ସହ ବଡ଼ ଜୁଆର ଆସିବା ସମ୍ଭାବନା ରହିଛି।

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା

ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ଓଡିଶା ଆସିବେ।

ପ୍ରଧାନମନ୍ତ୍ରୀ ମୋଦି ରାତିରେ ଭୁବନେଶ୍ବରରେ ପହଞ୍ଚିବେ। ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ଜନସଭାରେ ଯୋଗଦେବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଆଜି ଓଡ଼ିଶା ଆସିବେ।

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଦେଲା କଂଗ୍ରେସ

ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ, ରାହୁଲ, ପ୍ରିୟଙ୍କା, ଖଡ୍‌ଗେ, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟଙ୍କ ନାଁ ରହିଛି।

ଅଳକା ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନଙ୍କ ନାଁ ମଧ୍ୟ ତାଲିକାରେ ଅଛି।

ଆସନ୍ତା ସପ୍ତାହରେ ପୁଣି ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ

ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ରୋଡ୍‌ ସୋ କରିବେ ଏବଂ ୧୧ ତାରିଖରେ ବଲାଙ୍ଗିର ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି।

ଦଶମ ପାସ୍ କରି ନାହାନ୍ତି ୩ ପ୍ରାର୍ଥୀ, ଜଣେ ଯାଇ ନାହାନ୍ତି ସ୍କୁଲ୍

୭ ଜଣ ଦଶମ, ୫ ଜଣ ଦ୍ୱାଦଶ, ୧୦ ସ୍ନାତକ ଓ ୨ ଡକ୍ଟରେଟ୍ ପାସ୍ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ମୋଟ ପ୍ରାର୍ଥୀରୁ ୧୯ ପ୍ରତିଶତ ଅର୍ଥାତ ୭ ଜଣ ମହିଳା ଅଛନ୍ତି। ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟରେ ଏହା ପ୍ରକାଶ ପାଇଛି।

୭ ଜଣ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

୪ ସଂସଦୀୟ କ୍ଷେତ୍ରରେ ୩୭ ପ୍ରାର୍ଥୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ୬ ଜଣଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଠକେଇ, ଲାଞ୍ଚ ନେବା ମାମଲା ରହିଛି।

ପ୍ରଥମ ପର୍ଯ୍ୟାୟ ଭୋଟ୍ ନେଇ ଏଡିଆର ଓ ଓଡ଼ିଶା ଇଲେକ୍ସନ୍ ୱାଚର ରିପୋର୍ଟରେ ଏହା ପ୍ରକାଶ ପାଇଛି।

ଓଡ଼ିଆ ମହିଳା ହେଲେ ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି

ନାଇମା ଖାତୁନ ଗୁଲରେଜ୍‌ ହୋଇଛନ୍ତି ଆଲିଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତି ।

ନାଇମା ଖାତୁନ ଜଣେ ଓଡ଼ିଆ। ତାଙ୍କ ଘର ଯାଜପୁର ଜିଲ୍ଲାରେ । ସେ କୁଳପତି ପଦରେ ୫ ବର୍ଷ ରହିବେ।

Nuakhai wishes