ବିଦ୍ୟୁତ ଆଘାତରେ ମା, ପୁଅ ମୃତ

ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ସାନକୃଷ୍ଣପୁର ଗ୍ରାମରେ ଆଜି ବିଦ୍ୟୁତ ଆଘାତରେ ଜଣେ ମହିଳା ଏବଂ ତାଙ୍କର 14ବର୍ଷର ପୁଅର ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି l

ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଚଳଚଞ୍ଚଳ ମା’ ଆଙ୍କୁଡେଶ୍ୱରୀ ପୀଠ

ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ଠାରେ ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ମା’ ଆଙ୍କୁଡେଶ୍ଵରୀଙ୍କ ପୀଠ।

ବହୁ ପୁରାତନ କାଳରୁ ମା’ ଆଙ୍କୁଡେଶ୍ୱରୀଙ୍କ ପୀଠରେ ବିଷୁବ ସଂକ୍ରାନ୍ତି ଉପଲକ୍ଷେ ନୀତି ଅନୁସାରେ ମା’ଙ୍କ ପୂଜା ପାଠ କରାଯାଏ। ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ ସ୍ଥାନରୁ ଭକ୍ତମାନଙ୍କର ଭିଡ ଲାଗି ରହେ।

ବୈତରଣୀ ବ୍ରିଜ ଉପରୁ ଡେଇଁ କଲେଜ ଛାତ୍ରୀ ନିଖୋଜ

ଭଦ୍ରକ ଜିଲ୍ଲା ଚାନ୍ଦବାଲି-ରାଜକନିକାକୁ ସଂଯୋଗ କରୁଥିବା ବ୍ରିଜ ଉପରେ ବ୍ୟାଗ୍ ଓ ସାଇକେଲ ରଖି ଡେଇଁ ପଡ଼ିଛନ୍ତି ଛାତ୍ରୀ।

୨ଟି ଅଗ୍ନିଶମ ଟିମ୍ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରୁଛନ୍ତି।

ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଷୁବ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି ଅବସରରେ କବିତା ପାଠ ଉତ୍ସବ, ପତ୍ରିକା ଉନ୍ମୋଚନ ହୋଇଛି।

ଜମିବାଡ଼ି ବିବାଦରୁ ଘରେ ଅଗ୍ନିକାଣ୍ଡ

ଭଦ୍ରକ ସହରର ଗବସାହିରେ ଜମିବାଡ଼ି ବିବାଦକୁ ନେଇ କେତେକ ଘରେ ଗତକାଲି ରାତିରେ ପଡୋଶୀ ମାନେ ନିଆଁ ଲଗାଇଦେଇଛନ୍ତି l ତେବେ ସ୍ଥାନୀୟ ଲୋକମାନେ ଘର ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି l

ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି l

Nuakhai wishes