ଖେରୁଣା ଗ୍ରାମରେ ହନୁମାନ ଜୟନ୍ତୀ ପାଳିତ
ମୟୂରଭଞ୍ଜ ଜିଲ୍ଲା ସାରସକଣା ନିକଟସ୍ଥ ଖରୁଣା ଗ୍ରାମରେ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି ।
ଗ୍ରାମର ଶତାଧିକ ଲୋକ ଗାଁ ମୁଣ୍ଡ ବଡ଼ ପୋଖରୀ ନିକରରୁ ଘୋଟ ଉତ୍ତୋଳନ କରିଥିଲେ ।
Credible Local News of Odisha
ମୟୂରଭଞ୍ଜ ଜିଲ୍ଲା ସାରସକଣା ନିକଟସ୍ଥ ଖରୁଣା ଗ୍ରାମରେ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି ।
ଗ୍ରାମର ଶତାଧିକ ଲୋକ ଗାଁ ମୁଣ୍ଡ ବଡ଼ ପୋଖରୀ ନିକରରୁ ଘୋଟ ଉତ୍ତୋଳନ କରିଥିଲେ ।
ଆଜି ପ୍ରବିତ୍ର ପଣା ସଂକ୍ରାନ୍ତି, ନବ ବର୍ଷର ଏବଂ ଡ. ଆମ୍ବେଦକର ଜନ୍ମ ଜୟନ୍ତୀ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏସି କାର୍ଯ୍ୟାଳୟରେ ପାଳିତ ହୋଇଛି ।
ଏନଏସିର ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉପାଧ୍ୟକ୍ଷା ଲିଲି ଭୋଳ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ଶେଷ କରିଥିଲେ ।
ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ସାନଖୁଣ୍ଟା ପଞ୍ଚାୟତର କଲୋନୀ ସାହିରେ ଥିବା ନଳକୂପ ଗୁଡ଼ିକ ଅଚଳ ହୋଇ ପଡ଼ିଥିବା ଯୋଗୁଁ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଦେଖାଦେଇ ଥିଲା ।
ସମସ୍ୟା ସମ୍ପର୍କରେ ସୂଚନା ପାଇ ସରପଞ୍ଚ ସୁମୀ ହାଁସଦାଃଙ୍କ ଦ୍ଵାରା ଆଜିଠାରୁ ଟ୍ୟାଙ୍କର ଯୋଗ ବିଶୁଦ୍ଧ ପାନୀୟ ଜଳ ପ୍ରଦାନର ଶୁଭାରମ୍ଭ କରିଥିବା ଜଣାଯାଇଛି ।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡରେ ଥିବା ଖଡ଼ିଆ, ମାନ୍କିଡ଼ିଆ, ଲୋଧା, ଆଦିମ ଜନଜାତିର ମହିଳା, ପିଲାଙ୍କୁ ଅନୁଏସଣ ପକ୍ଷରୁ ବସ୍ତ୍ର ବଣ୍ଟନ ଅଭିଯାନ କରାଯାଇଛି ।
ଆଜି ଉଠାଣସାହି ଓ ବାଲିପୋଷି ଠାରେ ୮୫ଜଣକୁ ବସ୍ତ୍ର ପ୍ରଦାନ କରାଯାଇଛି ବୋଲି ଅନୁଏସଣ କୋଷାଧ୍ୟକ୍ଷ ଗଜେନ୍ଦ୍ର ବେହେରା କହିଛନ୍ତି।
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଲବନ୍ୟଦେଇପୁର ପଞ୍ଚାୟତ ହୁଡିସାହିରେ ବାପା ମୃତ୍ୟୁ ହେବା ପରେ ଏବଂ ମା’ କେଉଁଆଡ଼େ ପଳାଇ ଯାଇଥିବାବେଳେ ଦୁଃଖ କଷ୍ଟରେ ଜେଜେମା ସାକ୍ର ସରେନ ତିନି ଶିଶୁଙ୍କ ଯତ୍ନ ନେଉଛନ୍ତି ।
ବିଭିନ୍ନ ଗଣମାଧ୍ୟରେ ଖବର ପ୍ରକାଶ ପରେ ଆଜି ସକାଳେ ଉଦଳାରୁ ଦୁଇ ଜଣ ବ୍ୟକ୍ତି ତାଙ୍କ ଗୃହରେ ପହଞ୍ଚି ସରପଞ୍ଚ ତୁରାମ ସିଂ ଉପସ୍ଥିତିରେ ରାସନ ସାମଗ୍ରୀ ଏବଂ ୩୫୦୦ଟଙ୍କା ପ୍ରଦାନ କରିଥିଲେ । ଏଥିପାଇଁ ତାଙ୍କୁ ପରିବାର ଓ ଗ୍ରାମବାସୀଙ୍କ ତରଫରୁ ପ୍ରସଂଶା କରାଯାଇଛି ।
ଭାରତର ସମ୍ବିଧାନ ପ୍ରଣେତା ତଥା ମହାନ ରାଷ୍ଟ୍ରନାୟକ ଭାରତରତ୍ନ ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଆଜି ବାରିପଦା ସହରସ୍ଥିତ ପୂର୍ଣଚନ୍ଦ୍ରପୁର ୱାର୍ଡ ନମ୍ବର ୧୫ ଠାରେ ଥବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପାଳନ କରାଯାଇଛି।
ଏହି ସମାରୋହରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଡିପିଆରଓ ରବୀନ୍ଦ୍ର କୁମାର ନାୟକ,ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ମୋରୋଡା ବିଧାୟକ ରାଜକିଶୋର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଆଜି ବାରିପଦାରେ ତାପମାତ୍ରା ରହିଛି 37 ଡିଗ୍ରୀ l