ବଲଦେବଙ୍କ ପରିବର୍ତ୍ତନ ଯାତ୍ରା ଆରମ୍ଭ
ସୋନପୁର ଜିଲ୍ଲା ବିରାମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ବ୍ଲକର ତିକୁଡ଼ା ଗ୍ରାମର ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ବିଭିନ୍ନ ସମସ୍ୟା ନେଇ ‘ପରିବର୍ତ୍ତନ’ ଯାତ୍ରା ଆରମ୍ଭ କରିଛନ୍ତି ବିଜେପି ବରିଷ୍ଠ ନେତା ବଳଦେବ ବେଦବାକ୍।
Credible Local News of Odisha
ସୋନପୁର ଜିଲ୍ଲା ବିରାମହାରାଜପୁର ନିର୍ବାଚନ ମଣ୍ଡଳୀର ଉଲୁଣ୍ଡା ବ୍ଲକର ତିକୁଡ଼ା ଗ୍ରାମର ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି ବିଭିନ୍ନ ସମସ୍ୟା ନେଇ ‘ପରିବର୍ତ୍ତନ’ ଯାତ୍ରା ଆରମ୍ଭ କରିଛନ୍ତି ବିଜେପି ବରିଷ୍ଠ ନେତା ବଳଦେବ ବେଦବାକ୍।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ସିଣ୍ଢୋଳ ଠାରେ ହନୁମାନ ଜୟନ୍ତୀ ଅବସରରେ ବଜରଙ୍ଗ ଦଳ ପକ୍ଷରୁ ଆଜି ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଛି ।
ଏଥିରେ ବ୍ୟାସ ଭାବରେ ଦେବସ୍ମିତା ମହାପାତ୍ର କାର୍ଯ୍ୟ ତୁଳାଇଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ବିନିକା ଆମ୍ବେଦକର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ନଗରପାଳ ସୁବାସ ଚନ୍ଦ୍ର ଭୋଇ ମାଲ୍ୟାର୍ପଣ କରିବା ସହ ଅଖଣ୍ଡ ଭାରତ ଗଠନ ଦିଗରେ ତାଙ୍କର ଭୂମିକା ଉପରେ ଉଦବୋଧନ ଦେଇଥିଲେ ।
ଏହି ଅବସରରେ ଅନୁଷ୍ଠିତ ଶୋଭାଯାତ୍ରାରେ ଆମ୍ବେଦକର ପ୍ରେମୀ ସାମିଲ ହୋଇଥିଲେ ।
ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମହାନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ବାବା ଗୋଧନେଶ୍ଵର ଠାରେ ଆଜି ଚୈତ୍ର ବିଷୁବ ସଂକ୍ରାନ୍ତି ଅବସରରେ ସମସ୍ତ ଶ୍ରଦ୍ଧାଳୁମାନଙ୍କୁ ପିଇବା ପାଣି ଓ ଦହି ପାଣି ବଣ୍ଟନ କରୁଥିବା ଦେଖିବାକୁ ମିଳିଛି।
ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଳକ କେନଝିରିଆପାଲି ପଞ୍ଚାୟତ ଅଧୀନସ୍ଥ ବାଘରତୈଲା ଠାରେ ଆଜି କାଦୋଦର ମା’ ଉମାଦେଇଙ୍କ ଉପସ୍ଥିତିରେ ଭକ୍ତଗହଣରେ ପଣା ସଂକ୍ରାନ୍ତି ପାଳନ ହେଉଛି ବୋଲି ଜଣେ ଶ୍ରଦ୍ଧାଳୁ ରାଜେନ୍ଦ୍ର ଖେତି କହିଛନ୍ତି।
ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଗୋଧନେଶ୍ଵର ଶୈବପୀଠ ଠାରେ ଆଜି ମେରୁ ଯାତ୍ରା ଅବସରରେ ଜଟେସିଂହା ଭୀମଭୋଇ ସେବାସଂଘ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ପିଇବା ପାଣି ବଣ୍ଟନ କରୁଥିବା ଦେଖିବାକୁ ମିଳିଛି।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଖୁଣ୍ଟୁଲାପାଲିର ହନୁମାନ ଛକ ଠାରେ ଆଜି ହନୁମାନ ଜୟନ୍ତୀ ତଥା ମହାବିଷୁବ ପଣା ସଂକ୍ରାନ୍ତି ପାଳନ କରାଯାଇଛି ।
ଏହି ଅବସରରେ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହେଉଛି ।
ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ପ୍ରସିଦ୍ଧ ବାବା ଗୋଧନେଶ୍ଵର ଶୈବପୀଠ ଠାରେ ଆଜି ମେରୁ ଯାତ୍ରା ଅନୁଷ୍ଠିତ ହୋଇଛି।
ଏଥିରେ ବହୁ ସଂଖ୍ୟାରେ ମାନସିକଧାରୀମାନଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।
ଆଜି ବାବା ସହେବ ଭାରତରତ୍ନ ବି.ଆର. ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ତାଙ୍କର ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିର ଶୁଭ ଉନ୍ମୋଚନ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଅଗ୍ନିଶମ ସପ୍ତାହ ପାଳନ କରାଯାଇଛି ।
ଏହି ଅବସରରେ ସହରରେ ଏକ ସଚେତନତା ରାଲି କରାଯାଇଥିଲା ।