ଯବାନ ବୈକୁଣ୍ଠ ନାଥ ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ

ନୟାଗଡ଼ ଜିଲ୍ଲା ରଣପୁର ଅନ୍ତର୍ଗତ କୁଞ୍ଜବନ ଗାଁରେ ବିଏସଏଫ ଯବାନ ବୈକୁଣ୍ଠ ନାଥ ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଯବାନଙ୍କ ପୁଅ ମୁଖାଗ୍ନି ଦେଇଥିଲେ। ସେ ତ୍ରିପୁରା ସୀମାରେ କାର୍ଯ୍ୟରତ ଥିଲା ବେଳେ ସହିଦ ହୋଇଥିଲେ।

ଗାଁରେ ପହଞ୍ଚିଲା ସହିଦ ଯବାନ ବୈକୁଣ୍ଠଙ୍କ ମରଶରୀର

ନୟାଗଡ଼ ଜିଲ୍ଲା ରଣପୁର ଅନ୍ତର୍ଗତ କୁଞ୍ଜବନ ଗାଁର ବିଏସଏଫ ଯବାନ ବୈକୁଣ୍ଠ ନାଥ ପ୍ରଧାନ ତ୍ରିପୁରା ସୀମାରେ କାର୍ଯ୍ୟରତ ଥିଲା ବେଳେ ସହିଦ ହୋଇଥିଲେ ଆଜି ତାଙ୍କ ମରଶରୀର ନିଜ ଗାଁରେ ପହଞ୍ଚିଥିବା ସୂଚନା ମିଳିଛି ।

ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିବେଶ ଦେଖାଦେଇଛି । ଗାର୍ଡ ଅଫ୍ ଅନର ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ।

ଫ୍ଲାଟ ଦେବା ନାମରେ 1.16 କୋଟି ଠକେଇ, ବିଲଡର ଗିରଫ

ଭୁବନେଶ୍ୱର ଉପକଣ୍ଠ ସିଜୁଆ ଠାରେ ଫ୍ଲାଟ ଦେବା ନାମରେ 1.16 କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା -ଇଓଡବ୍ଲୁ ଅମରେଶ ଚନ୍ଦ୍ର ପଣ୍ଡା ନାମକ ବିଲଡରଙ୍କୁ ଗିରଫ କରିଛି l

ଅମରେଶଙ୍କ ଘର ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅନ୍ତର୍ଗତ ନୂଆଗାଁ ବାରବାଟୀ ଗ୍ରାମରେ l ଅମରେଶ ଏବଂ ତାଙ୍କର ଅନ୍ୟ ତିନି ସାଥୀ ଅନେକ ଲୋକଙ୍କୁ ଏଭଳି ଠକିଥିବା ଅଭିଯୋଗ ହୋଇଛି l

Nuakhai wishes