ପରୀ ମାମଲା: ହାଇକୋର୍ଟଙ୍କ ରେକର୍ଡ ତଲବ

ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ନାବାଳକ ଅଭିଯୁକ୍ତର ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ।

ବିଚାର ପାଇଁ ଗ୍ରହଣ କରିବା ସହ ନିମ୍ନ ଅଦାଲତଙ୍କୁ ରେକର୍ଡ ତଲବ କରିଛନ୍ତି। ନୟାଗଡ଼ ପୋକ୍ସୋ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ଅଭିଯୁକ୍ତ।

ଦଶପଲ୍ଲା ଏନଏସିର ପୌର ଯନ୍ତ୍ରୀଙ୍କୁ ଉପାଧ୍ୟକ୍ଷ ମାଡ଼ ମାରିବା ଅଭିଯୋଗ

ପୌର ଯନ୍ତ୍ରୀ ଅଶୋକ ଦଳବେହେରା ଲୋକଙ୍କୁ ପରିକ୍ରମା ପ୍ରକଳ୍ପ ବୁଲାଇ ଫେରିଲା ବେଳେ ତାଙ୍କୁ ମାଡ଼ ହୋଇଥିବା ଅଭିଯୋଗ କରିଛନ୍ତି।

ଜଙ୍କିଆ ରାମେଶ୍ୱରରେ ରାତିରେ ବସ୍‌ ଭିତରେ ଟଙ୍କା ମାଗି ମାଡ଼ ମାରିଛନ୍ତି।ଏନେଇ ଜଙ୍କିଆ ଥାନାରେ ଉପାଧ୍ୟକ୍ଷଙ୍କ ନାଁରେ ଏତଲା କଲେ ଯନ୍ତ୍ରୀ।ଯନ୍ତ୍ରୀଙ୍କ ମାଡ଼ ଅଭିଯୋଗ ନେଇ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିନି।

ସ୍ୱାମୀକୁ ହତ୍ୟା କରି ଘର ଭିତରେ ପୋତି ଦେଲା ସ୍ତ୍ରୀ

ନୟାଗଡ଼ ଜିଲ୍ଲା ଓଡ଼ଗାଁ କୋମଣ୍ଡ ଗାଁରେ ସ୍ୱାମୀ ଶୋଇଥିବା ବେଳେ ଶିଳପୁଆରେ ମୁଣ୍ଡ ଓ ମୁହଁକୁ ଛେଚି ହତ୍ୟା କରିଥିଲା ସ୍ତ୍ରୀ, ଏହା ପରେ ମୃତଦେହକୁ ଘର ଭିତରେ ପୋତି ଦେଇଥିଲା ବୋଲି ସୂଚନା ଦେଇଛନ୍ତି ଏସଡିପିଓ।

ପ୍ରମାଣ ନଷ୍ଟ ପାଇଁ ରକ୍ତ ଭିଜା କପଡ଼ାକୁ ଘର ପଛ ପଟେ ପୋଡିଥିଲା।ହତ୍ୟାରେ ବ୍ୟବହୃତ ଶାବଳ, ଶିଳପୁଆ ଓ ଅନ୍ୟ ମାରଣାସ୍ତ୍ର ଜବତ କରିଛି ପୁଲିସ।

ଘରେ ପଶି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍‌

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସିମିଳିସାହିରେ ଘରେ ପଶି ଦୁର୍ବୃତ୍ତ ଲୁଟ କରିଛନ୍ତି।

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ୪ ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ପୁରୀ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ରଥଯାତ୍ରା ପାଇଁ ପ୍ରଥମ ପର୍ଯ୍ୟାୟ ରଥକାଠ ବାହାରିଲା।

୩ଟି ଟ୍ରକ୍‌ ଯୋଗେ ଶ୍ରୀମନ୍ଦିରକୁ ଆସୁଛି ୧୦୨ ଖଣ୍ଡ ରଥକାଠ। ୫୦ ଖଣ୍ଡ ଅସନ ଓ ଧଉରା କାଠ ୫୨ ଖଣ୍ଡ ରହିଛି।

ଟ୍ରକ୍‌ ଧକ୍କାରେ ଜଣେ କବାଡ଼ିଆ ମୃତ, ଆଉ ଜଣେ ଗୁରୁତର

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଡିହଗାଁ ଛକରେ ଏହି ଦୁର୍ଘଟଣା ଘଟିଛି।

କବାଡ଼ିଆ ବ୍ୟବସାୟୀଙ୍କୁ ଧକ୍କା ଦେଲା ମଦ ବୋଝେଇ ଟ୍ରକ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବାବେଳେ ହେଲ୍‌ପରକୁ ଧରିଛନ୍ତି ଲୋକେ।
ମୃତାହତଙ୍କ ପରିଚୟ ମିଳିଛି।

ଟ୍ରକ୍‌ ଧକ୍କାରେ ଜଣେ କବାଡ଼ିଆ ମୃତ, ଆଉ ଜଣେ ଗୁରୁତର

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଡିହଗାଁ ଛକରେ ଏହି ଦୁର୍ଘଟଣା ଘଟିଛି।

କବାଡ଼ିଆ ବ୍ୟବସାୟୀଙ୍କୁ ଧକ୍କା ଦେଲା ମଦ ବୋଝେଇ ଟ୍ରକ। ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବାବେଳେ ହେଲ୍‌ପରକୁ ଧରିଛନ୍ତି ଲୋକେ।
ମୃତାହତଙ୍କ ପରିଚୟ ମିଳିଛି।

ଦନ୍ତାହାତୀ ମୃତ୍ୟୁ ଘଟଣାରେ ୬ ଗିରଫ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବାଇସିପଲ୍ଲୀ ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୫ ଶିକାରୀ, ଜଣେ ହାତୀ ଦାନ୍ତ ବେପାରୀଙ୍କୁ ଗିରଫ କରାଯାଇଥିବା ଡିଏଫ୍ଓ ସୂଚନା ଦେଇଛନ୍ତି।

ବାର୍‌ହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ଲାଗି ମୃତ୍ୟୁ ଘଟିଥିଲା। ଦନ୍ତାର ମୃତ୍ୟୁ ପରେ ୨ଟି ଯାକ ଦାନ୍ତ ନେଇ ୧୨ ହଜାରରେ ବିକ୍ରି କରିଥିଲେ, ବର୍ତ୍ତମାନ ବି ଆଉ ୨ ଜଣ ଫେରାର ଅଛନ୍ତି, ଖୋଜାଖୋଜି ଜାରି ରହିଥିବା କହିଛନ୍ତି ଡିଏଫ୍ଓ।

ପିକନିକ୍‌ ଯିବା ବେଳେ ଦୁର୍ଘଟଣା; ୩ ଛାତ୍ର ମୃତ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

ପିକନିକ୍‌ ଯିବା ବେଳେ ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଦଶମ ଶ୍ରେଣୀର ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଅଛନ୍ତି।

Nuakhai wishes