ଘଡ଼ଘଡି, କୁଆପଥର, ବଜ୍ରପାତ ସହ ବର୍ଷା ସମ୍ଭାବନା

ନୟାଗଡ଼ ଜିଲ୍ଲାର ଓଡ଼ଗାଁ, ନୟାଗଡ଼ ଓ ନୂଆଗାଁ ବ୍ଲକ ଅଞ୍ଚଳରେ ଘଡ଼ଘଡ଼ି, କୁଆପଥର ସହ ଆଜି ଅପରାହ୍ନ ୪ଟା ୧୧ ସୁଦ୍ଧା ବଜ୍ରପାତ ଓ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ସତର୍କତା ଜାରି କରିଛନ୍ତି ।

ନୟାଗଡ଼ ଦଶପଲ୍ଲାରେ ମୃଦୁ ଭୂମିକମ୍ପ

ଆଜି ପୂର୍ବାହ୍ନ ୧୧ଟା ୨୦ ମିନିଟରେ ୫ ସେକେଣ୍ଡ ଲେଖାଏଁ ଦୁଇ ଥର ଭୂମିକମ୍ପ ଅନୁଭବ ହୋଇଥିବା ସୂଚନା ମିଳିଛି ।

ଲୋକେ ଭୟରେ ଘର ଛାଡି ପଦାକୁ ବାହାରି ଆସିଥିଲେ।

ନୀଳମାଧବ ମନ୍ଦିର ପରିଦର୍ଶନରେ ୫ଟି ସଚିବ

୫ଟି ସଚିବ ଆଜି ସକାଳେ ନୟାଗଡ ନୀଳମାଧବ ମନ୍ଦିର ପରିଦର୍ଶନ କରି ମନ୍ଦିର ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି।

୫ଟି ସଚିବଙ୍କ ସହିତ ଅଛନ୍ତି ନୟାଗଡ ଜିଲ୍ଲାପାଳ।

ଦଣ୍ଡ ଯାତ୍ରା ବେଳେ ଦୁଇ ଗାଁ ମୁହାଁମୁହିଁ, ଜଣେ ମୃତ

ନୟାଗଡ ଜିଲ୍ଲାରେ ଦଣ୍ଡଯାତ୍ରା ଅବସରରେ ଗତକାଲି ଦେଉଳପାଲି ଏବଂ ଦୁର୍ଗାପ୍ରସାଦ ଗ୍ରାମର ଲୋକେ ମୁହାଁମୁହିଁ ହୋଇଛନ୍ତି l ଗଣ୍ଡଗୋଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଲିସ ମୁତୟନ କରାଯାଇଛି l

Nuakhai wishes