ସରକାରୀ କ୍ୱାର୍ଟରରେ ଫି ନେଇ ରୋଗୀ ଦେଖୁଥିଲେ ଡାକ୍ତର, ଚଢ଼ାଉ କଲେ ସିଡିଏମ୍ଓ

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ରୋଗ ବିଶେଷଜ୍ଞ ଆଶିଷ ଦୀକ୍ଷିତ ସରକାରୀ କ୍ୱାର୍ଟରରେ ୩ଶହ ଟଙ୍କା ଫି ନେଇ ରୋଗୀ ଦେଖୁଥିବା ଅଭିଯୋଗ ହେବାରୁ ଆଜି ସିଡିଏମ୍ଓ ଚଢ଼ାଉ କରିଛନ୍ତି।

ଅନ୍ୟପଟେ ଡାକ୍ତରଙ୍କ ୨ ସହଯୋଗୀଙ୍କୁ ଅଟକ ରଖିଛି ମେଡିକାଲ ଫାଣ୍ଡି ପୁଲିସ।

୨୪ରୁ ଆରମ୍ଭ ହେବ ଭୁବନେଶ୍ବର-ମହିପୁର ପାସେଞ୍ଜର ଟ୍ରେନ

ଚଳିତ ମାସ ୨୪ତାରିଖରୁ ଆରମ୍ଭ ପ୍ରଥମ ଥର ପାଇଁ ଆରମ୍ଭ ହେବ ଭୁବନେଶ୍ୱରରୁ ମହିପୁରକୁ ସ୍ୱତନ୍ତ୍ର ପାସେଞ୍ଜର ଟ୍ରେନ ।

ତେବେ ସମୟ ସାରଣୀକୁ ନେଇ ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।ଉଭୟ ଯିବା ଆସିବା କ୍ଷେତ୍ରରେ ନୟାଗଡ଼ ଟାଉନରେ ମାତ୍ର ୧ମିନିଟ ରହଣି ଧାର୍ଯ୍ୟ କରାଯାଇଛି ଏଥିପାଇଁ ନୟାଗଡ଼ ନାଗରିକ ମଞ୍ଚ ଆପତ୍ତି ଉଠାଇଛନ୍ତି ।

ଆଜି ଦଶପଲ୍ଲାରେ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା, ସୁରକ୍ଷା ବ୍ୟବସ୍ଥା କଡାକଡି

ନୟାଗଡ଼ ଦଶପଲ୍ଲାର ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା ପାଇଁ ୨ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି।

ଶ୍ରୀରାମନବମୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ୩୫ ଫୁଟର କାଠ ନିର୍ମିତ ରାବଣ । ଆଜି ରାତିରେ ବ୍ରହ୍ମସର ଓ ରାବଣ ଵଧ ହେବ।

Nuakhai wishes