ପଶ୍ଚିମାଝଡ଼ ପ୍ରଭାବରେ ଗଛ ପଡ଼ି ଏନ୍‌ଏଚ୍‌ ଅବରୋଧ

ନୟାଗଡ ଜିଲ୍ଲା ଦଶପଲ୍ଲା ଛକରେ ଗଛ ଭାଙ୍ଗି ପଡ଼ିବାରୁ ଏନ୍ଏଚ୍‌ ୫୭ ଅବରୋଧ ହୋଇଛି।

ଏନ୍‌ଏଚ୍‌ରେ ଶହ ଶହ ଗାଡ଼ି ଅଟକି ଥିବାବେଳେ ଅଗ୍ନିଶମ ବାହିନୀ ପହଞ୍ଚିଛି।

ନୟାଗଡ଼ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା

ଆସନ୍ତା ୩ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ନେଇ ନୟାଗଡ଼ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବର୍ଷା ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦କିମି ବେଗରେ ବହିବ ପବନ।

ନିଖୋଜ ପରୀକ୍ଷାର୍ଥୀ ଉଦ୍ଧାର

ନୟାଗଡ ଜିଲ୍ଲା ଭୂତପଲ୍ଲୀରେ ଏକ ଆମ୍ବ ଗଛ ମୂଳେ ବସିଥିବା ବେଳେ ନିଖୋଜ ମାଟ୍ରିକ ପରୀକ୍ଷାର୍ଥୀ ଉଦ୍ଧାର ହୋଇଛନ୍ତି ।

ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୁଲିସରେ ଜିମା ଦେଇଛନ୍ତି ଲୋକେ।

ବାଘମୁଣ୍ଡାରେ ମାଈ ହାତୀ ମୃତ

ସାତକୋଶିଆ ଅଭୟାରଣ୍ୟ ବାଘମୁଣ୍ଡାରେ ମାଈ ହାତୀର ମୃତ୍ୟୁ ଘଟିଛି।

ଗତ ୭ ଦିନ ତଳୁ ହାତୀ ମରି ପଡିଥିବା ସୂଚନା ମିଳିଛି । ହାତୀର ଗଳିତ ମୃତଦେହ ଠାବ ପରେ ବନ ବିଭାଗର ତଦନ୍ତ ଆରମ୍ଭ କରିଛି।

ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ

ଆଜି ଭୋର ସମୟରେ ନୟାଗଡ ଜିଲ୍ଲା ଚାନ୍ଦପୁର ବାଇପାସ୍ ନିକଟ ଗୌରଚନ୍ଦ୍ର ପୁର ଛକରେ ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ୍।

ପିକଅପ୍ ଭ୍ୟାନରେ ଥିବା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଅଛନ୍ତି।

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା, ଆଉ ଜଣେ ଗୁରୁତର

ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା କାଦୁଆପଡ଼ା ଗାଁରେ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ ହୋଇଛି।

ଗୁରୁତର ଯୁବକଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା, ଆଉ ଜଣେ ଗୁରୁତର

ନୟାଗଡ ଜିଲ୍ଲା ଫତେଗଡ଼ ଥାନା କାଦୁଆପଡ଼ା ଗାଁରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଛି।

ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଗୁରୁତର ଯୁବକଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

୩୫ ବର୍ଷୀୟ ଦିବ୍ୟାଙ୍ଗ ପୁତ୍ରକୁ ପିଟି ମାରିଦେଲା ସାବତ ମା’

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସିମିଳିସାହି ଗାଁରେ ରାତିରେ ପୁତ୍ରକୁ ସାବତ ମା’ପିଟି ମାରିବାଥିବା ଅଭିଯୋଗ ହୋଇଛି।

ପିଟି ମାରିବାରେ ବାପା ମଧ୍ୟ ସହଯୋଗ କରିଥିବା ମାମୁଁ ଓ ଗାଁ ଲୋକେ ଅଭିଯୋଗ କରିଛନ୍ତି।

ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା

ଆଜି ରାତିରୁ କାଲି ସକାଳ ପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାରେ ଘନ କୁହୁଡ଼ି ହେବା ସମ୍ଭାବନା ଅଛି।

ଏ ନେଇ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରିଛି ପାଣିପାଗ ବିଭାଗ।

ରଥଯାତ୍ରା ପାଇଁ ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ଶ୍ରୀମନ୍ଦିରକୁ ପ୍ରଥମ ପର୍ଯ୍ୟାୟରେ ୩ଟି ଗାଡ଼ିରେ ୧୦୪ ଖଣ୍ଡ କାଠ ପଠାଯାଇଛି।

ଅସନ କାଠ ୭୧ ଖଣ୍ଡ, ଧଉରା କାଠ ୩୩ ଖଣ୍ଡ ପଠାଗଲା।

Nuakhai wishes