ନୟାଗଡ଼ ଜିଲ୍ଲା ଦଶପଲ୍ଲା ବାଇସିପଲ୍ଲୀ ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୫ ଶିକାରୀ, ଜଣେ ହାତୀ ଦାନ୍ତ ବେପାରୀଙ୍କୁ ଗିରଫ କରାଯାଇଥିବା ଡିଏଫ୍ଓ ସୂଚନା ଦେଇଛନ୍ତି।
ବାର୍ହା ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ଲାଗି ମୃତ୍ୟୁ ଘଟିଥିଲା। ଦନ୍ତାର ମୃତ୍ୟୁ ପରେ ୨ଟି ଯାକ ଦାନ୍ତ ନେଇ ୧୨ ହଜାରରେ ବିକ୍ରି କରିଥିଲେ, ବର୍ତ୍ତମାନ ବି ଆଉ ୨ ଜଣ ଫେରାର ଅଛନ୍ତି, ଖୋଜାଖୋଜି ଜାରି ରହିଥିବା କହିଛନ୍ତି ଡିଏଫ୍ଓ।