ଏପ୍ରିଲ ୬ରୁ ବିଜେପି ଓବିସି ମୋର୍ଚ୍ଚାର ଗାଁ ଗାଁ ଚାଲ ଅଭିଯାନ

ଏପ୍ରିଲ ୬ ପ୍ରତିଷ୍ଠା ଦିବସରୁ ବିଜେପିର ୯ ଦିନିଆ ଅଭିଯାନରେ ୧ ଲକ୍ଷ ଗାଁ, ୧୦ ଲକ୍ଷ ଘରେ ପହଞ୍ଚିବା ପାଇଁ ଦଳ ଯୋଜନା କରିଛି।

ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ ବୋଲି ବିଜେପି ଓବିସି ମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି।

ପ୍ରଧାନସାହିରେ ବିଳମ୍ବିତ ରାତିରେ ବୋମାମାଡ଼

ଭୁବନେଶ୍ବର ଲକ୍ଷ୍ମୀସାଗର ଷ୍ଟେସନ ବଜାର ପ୍ରଧାନସାହିରେ ବିଳମ୍ବିତ ରାତିରେ ଜଣଙ୍କ ଘରକୁ ଟାର୍ଗେଟ୍‌ କରି ବୋମାମାଡ଼ ହୋଇଛି।

କିଏ ଓ କାହିଁକି ରାତିରେ ବୋମାମାଡ଼ କଲା ସ୍ପଷ୍ଟ ହୋଇନି। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ପୁଲିସ ପହଞ୍ଚି ଛାନଭିନ୍‌ କରୁଛି।

ଦଶଦିନବ୍ୟାପୀ ଚାଲିଥିବା ଡବଲଙ୍ଗ ଝାମୁଯାତ୍ରା ଉଦଯାପିତ

ସୋନପୁର ବ୍କକ ଅନ୍ତର୍ଗତ ଡବଲଙ୍ଗ ଠାରେ ଚାଲିଥିବା ଦଣ୍ତ ଝାମୁଯାତ୍ରା ରବିବାର ମେରୁଦଣ୍ତ ସହ ଉଦଯାପିତ ହୋଇଯାଇଛି।

ମହିଳା ମାନଙ୍କ ବିକାଶ ନେଇ ସରକାର କର୍ଯ୍ୟ କରୁଛି:ମନ୍ତ୍ରୀ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚିନାମାଳି ପଶି ପଡ଼ିଆରେ ରବିବାର ୧୦୭ ତମ ବିଜୁ ଜୟନ୍ତୀ ଅବସରରେ ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଛି।

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ରମ, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ଜଗନ୍ନାଥ ନାଏକ, ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦାର,ସାଗରିକା ସାହୁ ପ୍ରମୁଖ ଯୋଗ ଦେଇ ବିଜେଡି ସରକାର ମହିଳାଙ୍କ ବିକାଶ ନେଇ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ।

ଲଗାଣ ବର୍ଷାରେ କାନ୍ଥ ପଡ଼ି ଶିଶୁକନ୍ୟା ମୃତ

ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ମେଟାଗୁଡ଼ା ଗାଁରେ ଶୋଇଥିବା ବେଳେ ଅଘଟଣ ଘଟିଛି।

୪ ମାସର ଶିଶୁ କନ୍ୟା ମୃତ ସହ ମାଆ, ବାପା ଗୁରୁତର ଅଛନ୍ତି।

ଭୁବନେଶ୍ବରର ବିଭିନ୍ନ ନାଇଟ୍‌ କ୍ଲବ, ଡ୍ୟାନ୍ସ ବାର୍‌ରେ ରେଡ୍‌

ନିୟମ ଓ ସର୍ତ୍ତ ଉଲ୍ଲଙ୍ଘନ ଅଭିଯୋଗରେ ପିଓପିଡି କଟକ ରୋଡ୍‌ ଓ ରସୁଲଗଡ଼ରେ ବଡ଼ ଧରଣର ରେଡ୍‌ କରିଛି।

ଠିକ୍‌ ସମୟରେ କ୍ଲବ ଓ ଡ୍ୟାନ୍ସ ବାର୍‌ ଖୋଲିବା ଓ ବନ୍ଦ ପାଇଁ ତାଗିଦ୍ କରିଛି ପିଓପିଡି।

ଡିଜେ ଆଜେକ୍ସ ଅକ୍ଷୟ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ

ଅକ୍ଷୟ କୁମାରଙ୍କbମୃତଦେହ କ୍ୟାପିଟାଲ ହସ୍ପିଟାଲ ଶବାଗାରରେ ଥିବାବେଳେ କିପରି ମୃତ୍ୟୁ ହୋଇଛି ଅସ୍ପଷ୍ଟ ରହିଛି।

ପୁଲିସ ଘଟଣାର ଖୋଳତାଡ଼ କରୁଛି।

ବିଦ୍ୟୁତ୍ ଆଘାତ ରେ ଦନ୍ତା ହାତୀ ମୃତ

ଚମ୍ପୁଆ ରେଞ୍ଜ, ବାମେବାରି ସେକ୍ସନ ବସନ୍ତ ପୁର ନିକଟ ଜଡ଼ିପଦା ସାହି ନିକଟରେ ବିଦ୍ୟୁତ୍ ଆଘାତରେ ଏକ ଦନ୍ତାହାତୀର ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଅସନ୍ତୋଷ ଦେଖାଦେଇଛି। ବିଦ୍ୟୁତ୍ ଓ ବନ ବିଭାଗ ର ଦାୟିତ୍ଵ ହୀନତା ପାଇଁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ଆଜି ଭୋର ସକାଳେ ଏହି ଘଟଣା ଘଟିଥିବା ବେଳେ ଗ୍ରୁପ ରେ ଥିବା ଅନ୍ୟ ଦୁଇ ହାତୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହାତୀ ର ବୟସ ପାଖାପାଖି ୨୦ ହେବ ବୋଲି ଡି ଏଫ୍ ଓ ଧନରାଜ ଏଚ ଡି ସୂଚନା ଦେଇଛନ୍ତି।

ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପରଲୋକ

ଝାରସୁଗୁଡାର ପୂର୍ବତନ ବିଧାୟକ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କର ପରଲୋକ ହୋଇଯାଇଥିବା ରବିବାର ତାଙ୍କ ପରିବାର ପକ୍ଷରୁ କୁହାଯାଇଛି l

ପୂର୍ବତନ ବିଧାୟକ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କ ପରଲୋକ

ଝାରସୁଗୁଡାର ପୂର୍ବତନ ବିଧାୟକ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେଙ୍କର ପରଲୋକ ହୋଇଯାଇଥିବା ରବିବାର ତାଙ୍କ ପରିବାର ପକ୍ଷରୁ କୁହାଯାଇଛି l

Nuakhai wishes