ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ଉପଜିଲ୍ଲାପାଳ ଅଫିସରେ ନିଜ ସମର୍ଥକଙ୍କ ସହ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।
ଏହା ପୂର୍ବରୁ ଦିନ ୯ଟାରେ ମନମୋହନ ସ୍କୁଲ ପଡିଆରୁ ଏକ ଦଳୀୟ ଶୋଭାଯାତ୍ରା ବାହାରିଥିଲା। ସହରର ମୁଖ୍ୟ ରାସ୍ତା ଦେଇ ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲା ।