ଅନଲାଇନ୍ ଚିଟ୍‌ଫଣ୍ଡ: କେରଳରୁ ଜଣେ ଗିରଫ

ଅନଲାଇନ୍ ଚିଟ୍‌ଫଣ୍ଡ ମାମଲାରେ ଅଭିଯୁକ୍ତ ପି. ଦିଲ୍ଲୀପ କୁମାରଙ୍କୁ କେରଳରୁ ଧରିଛି ଇଓଡବ୍ଲୁ।

ଠକ କଂପାନୀ ମାଧ୍ୟମରେ ୧୯ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ କରିଥିଲା।ବ୍ରହ୍ମପୁର ଓପିଆଇଡି କୋର୍ଟରେ ହାଜର ପାଇଁ ଟ୍ରାଞ୍ଜିଟ ରିମାଣ୍ଡରେ ଅଣାଯାଉଛି।

ଘୁମୁସର ବିଜେପି ସଭାପତିଙ୍କୁ ଆକ୍ରମଣ ଅଭିଯୋଗ

ଗଞ୍ଜାମ ଜିଲ୍ଲା ଘୁମୁସର ବିଜେପି ସଭାପତିଙ୍କୁ ଆକ୍ରମଣ ସହ ଗାଡ଼ିର ନମ୍ବର ପ୍ଲେଟ ଭାଙ୍ଗିବା ଓ ମୋବାଇଲ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି।

ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବିରୋଧ ପାଇଁ ଛିଡ଼ା ହୋଇଥିବା ବେଳେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

ମାଙ୍ଗାନିଜ ଖଣି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଅପରାଜିତା

ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରେସମିଟ୍‌ରେ ୬ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଥିବା ଚିଠି ଦେଖାଇଛନ୍ତି।

ମାଙ୍ଗାନିଜ ଖଣିରେ ଚାଲିଥିବା ଭ୍ରଷ୍ଟାଚାର ଓ ଦୁର୍ନୀତି କଥା ଉଠାଇଥିଲେ।ବିଶେଷକରି ୫ଟି ମାଙ୍ଗାନିଜ ଖଣି କଥା ଉଠାଇ ସମାଲୋଚନା କରିଥିଲେ।

ସମ୍ବଲପୁର ଘଟଣାରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଧାରଣା ଓ ଦାବି ପତ୍ର

ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ଅବସରରେ ହିନ୍ଦୁମାନଙ୍କୁ ଆକ୍ରମଣ ଓ ହତ୍ୟା ଘଟଣା ପ୍ରତିବାଦରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିବା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହା ପଛରେ ଇସଲାମିକ ସଂଗଠନ ର ହାତ ଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରି ଦଣ୍ଡ ଦେବା ସହ ମସଜିଦ, ମଦ୍ରାସା ଆଦି ରେ ଯାଞ୍ଚ କରି ଅସ୍ତ୍ର ଶସ୍ତ୍ର ଜବତ କରିବା, ମୁସଲିମ ଅନୁପ୍ରବେଶ ରୋକିବା,ଗିରଫ କରାଯାଇଥିବା ନିରୀହ ହିନ୍ଦୁମାନଙ୍କୁ ଛାଡ଼ିବା ଆଦି ଦାବି କରିଛନ୍ତି।

୧୩ ତମ ବଳଦେବଜୀଉ ରାତ୍ରକାଳୀନ କ୍ରିକେଟ ପ୍ରତିଯୋଗିତା ଆରମ୍ଭ

କେନ୍ଦୁଝର ପୁରୁଣା ବଜାର ହାଟ ପଡିଆ ଠାରେ ଉଦଘାଟିତ ହୋଇଛି ଅଙ୍କୁଶ କ୍ଲବ୍ ପକ୍ଷରୁ ୧୩ ତମ ବଳଦେବଜୀଉ ରାତ୍ର କାଳୀନ କ୍ରିକେଟ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି ।

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର, ଏସଡିପିଓ ମହେନ୍ଦ୍ର ସ୍ୱାଇଁ, ପୌରାଧକ୍ଷା ନିକୁ ସାହୁ, ଇଂ ଦେବବ୍ରତ ସ୍ୱାଇଁ , ରାଜେନ୍ଦ୍ର ପଳେଇ, ସୂର୍ଯ୍ୟ ନାରାୟଣ କର, ସଚିଦା ନନ୍ଦ ଦାସ, ଦେବାଶିଷ ମିଶ୍ର ସମେତ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ପଥରରେ ଛେଚି ଜଣେ ଯୁବକଙ୍କୁ ତାଙ୍କ ସମ୍ପର୍କୀୟଙ୍କ ହତ୍ୟା

ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଫାଟକ ନିକଟରେ ପଥରରେ ଛେଚି ଜଣେ ଯୁବକଙ୍କୁ ତାଙ୍କ ସମ୍ପର୍କୀୟ ହତ୍ୟା କରିଛନ୍ତି।

ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ଅଭିଯୁକ୍ତକୁ ଅଟକ ରଖିଛି ପୁଲିସ।

ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଗିରଫ

ସମ୍ବଲପୁର ହିଂସା ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରିଛି ପୁଲିସ।

୧୨ ତାରିଖ ପଥରମାଡ଼ ପାଇଁ ୩, ୧୪ରେ ଦୋକାନ ଭଙ୍ଗାରୁଜା ପାଇଁ ୩ ଜଣ ଗିରଫ ହୋଇଛନ୍ତି। ଏଯାବତ୍ ମୋଟ୍ ଗିରଫଦାରୀ ସଂଖ୍ୟା ୮୫କୁ ବଢିଛି।

ଫେକର ପରିସରରେ ପୁଣି ବଢ଼ିଲା ୧୪୪ ଅବଧି

ଭଦ୍ରକ ଜିଲ୍ଲା ରାନ୍ଦିଆ ସ୍ଥିତ ଫେକର ପରିସରରେ ଆଜି ସକାଳ ୬ରୁ ୧୯ ତାରିଖ ସକାଳ ୬ଟା ଯାଏଁ ୧୪୪ ବଳବତ୍ତର ରହିବ।

ଫେକର ପରିସର ଓ ଏହାର ୨୦୦ ମିଟର ଅଞ୍ଚଳରେ ୧୪୪ ବଳବତ୍ତର ରହିବ। ଗତ ୧୧ ତାରିଖରେ କଂପାନୀ ପରିସରରେ ୨ ଶ୍ରମିକ ପୋଡ଼ି ଗୁରୁତର ହୋଇଥିଲେ। ଦୁର୍ଘଟଣାକୁ ନେଇ ପୂର୍ବରୁ ଦୁଇଥର ୧୪୪ ଅବଧି ବୃଦ୍ଧି କରାଯାଇଥିଲା।

Nuakhai wishes