ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କଲେ ଦିଲ୍ଲୀ ଏମ୍ସ ଡାକ୍ତର

କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାର କଟକ ଏସସିବି ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଦିଲ୍ଲୀ ଏମ୍ସର ଏକ ଡ଼ାକ୍ତରୀ ଟିମ।

ଦିଲ୍ଲୀ ଏମ୍ସରେ ପୂର୍ବରୁ ଜଗାର ଅସ୍ତ୍ରୋପଚାର କରିଥିବା ଡାକ୍ତର ଦୀପକ ଗୁପ୍ତ ଜଗାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି ।

ଚିଲିକାରେ ଯାତ୍ରୀ ପରିବହନ ବନ୍ଦ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ପଣାଯାତ୍ରା ଚାଲିଥିବା ବେଳେ ଆଳୁପାଟଣା ଗାଁ ଓ ତିତିପ ଗାଁ ର କିଛି ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ମାଡ଼ପିଟ ହୋଇଥିଲା ସେଥିପାଇଁ ୩୫ ମୌଜା ପରିଚାଳନା କମିଟି ଏକ ବୈଠକ କରି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଯାତ୍ରୀ ପରିବହନକୁ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି ।

ଏହି ଘଟଣାରେ ୩୫ମୌଜା ପରିଚାଳନା କମିଟି , ସ୍ଥାନୀୟ ପ୍ରଶାସନ ଓ ଉଭୟ ଗାଁ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ସମାଧାନ ହୋଇନଥିଲା ।

ରଥ କନା କାର୍ଯ୍ୟ ଆରମ୍ଭ

ତିନିରଥର ତୃତୀୟ ଭୁଇଁ ସଂଯୋଗ ପରେ ବଡ ଧରା ପୋଟଳ ଉଠିବା ସହ ପ୍ରଥମ ଭୁଇଁରେ ବସିବା ପାଇଁ କନକ ମୁଣ୍ଡି ନିର୍ମାଣ ହୋଇ ବିନ୍ଧ ଖୋଦେଇ ଚାଲିଛି ଏବଂ ରଥ କନା କାର୍ଯ୍ୟ ଆରମ୍ଭ ହୋଇଛି ।

ତିନିରଥର ଦୁଆର ବେଢାରେ ଫିଟିଙ୍ଗ ହେବା ପାଇଁ ଗାରେଡି ସହ ମଗର ମୁଖ ପଟା ସଂଯୋଗ ହୋଇ ରହିଅଛି । ଏଥି ସହ ତିନିରଥର ଚକ, କୋଣ ଗୁଜ ଆଦିରେ ଧଳା ରଙ୍ଗର ଆସ୍ତରଣ ଦେବା ପରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିବା ସହ ପାର୍ଶ୍ୱ ଦେବ ଦେବୀଙ୍କ ରଙ୍ଗ କାର୍ଯ୍ୟ ଜାରି ରହିଛି ।

ମକ୍‌ଡ୍ରିଲ୍ ପୂର୍ବରୁ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ଅନୁଷ୍ଠିତ

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ମତେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସକାଳେ ଜିଲ୍ଲାର ସମସ୍ତ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳୀରେ ଅନୁଷ୍ଠିତ ହେବାକୁ ଥିବା ମକ୍‌ଡ୍ରିଲ୍ ପୂର୍ବରୁ ପୂର୍ବାହ୍ନ ୧୧ଟାରେ ଜିଲ୍ଲା ସ୍ତରୀୟ ଓ ଅପରାହ୍ନ ୪ଟାରେ ପ୍ରତ୍ୟେକ ବ୍ଲକ୍‌ରେ ବ୍ଲକ୍ ସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସଂପୃକ୍ତ ବିଭାଗୀୟ ପ୍ରସ୍ତୁତିର ସମୀକ୍ଷା ଉଦ୍ଦେଶ୍ୟରେ ଆୟୋଜିତ ଏହି ଟେବୁଲ ଟପ୍ ଅଭ୍ୟାସ ସଦ୍‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା କରିଥିଲେ ।

ଭୁବନେଶ୍ୱରରେ ଆଉ 18 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 18 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 6 ଜଣ ସୁସ୍ଥ ହୋଇଛନ୍ତି l ଏବେ ରାଜଧାନୀରେ 177 ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି l

ରବିବାର ପ୍ରାଥମିକ ସମବାୟ ସମିତି ପ୍ରଥମ ପର୍ଯ୍ୟାୟ ନିର୍ବାଚନ

ରବିବାର ରାଜ୍ୟରେ ପ୍ରାଥମିକ ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ l ନିର୍ବାଚନ ହେବାକୁ ଥିବା ମୋଟ 3252 ପ୍ରାଥମିକ ସମବାୟ ସମିତିରୁ 2521ରେ ସଦସ୍ୟ, ସଦସ୍ୟା ନିର୍ଦ୍ବନ୍ଦ୍ୱରେ ନିର୍ବାଚିତ ହୋଇଥିବା କହିଛନ୍ତି ରାଜ୍ୟ ସମବାୟ ନିର୍ବାଚନ ଆୟୋଗ ସୁନ୍ଦରଲାଲ ସିଲ l
ଆସନ୍ତାକାଲି ସକାଳ 7 ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ 731 ପ୍ରାଥମିକ ସମବାୟ ସମିତିରେ ଭୋଟ ହେବ ଏବଂ ରାତି 8 ଟାରେ ଗଣତି ହେବ l

ଜିଲ୍ଲାସ୍ତରୀୟ ମ୍ୟାଲେରିଆ ନିରାକରଣ ସଚେତନତା ମାସ ପାଳନ

ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନିଜ ଏନସେଫାଲାଇଟିସ୍ ଭଳି ରୋଗର ପରୀକ୍ଷା ଓ ଚିକିତ୍ସା କରି ରୋଗ ନିରୂପଣ କରିବା ନିମନ୍ତେ ଚଳିତ ମାସକୁ ମ୍ୟାଲେରିଆ ନିରାକରଣ ସଚେତନତା ମାସ ଭାବେ ପାଳନ କରାଯାଉଥିବା ବେଳେ ଏହି ଉପଲକ୍ଷେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅଭିନବ ପନ୍ଥା ଅନୁସରଣ କରି ମ୍ୟାଲେରିଆର ପ୍ରକୋପ କମାଇବା ଓ ରୋଗୀର ଜୀବନ ରକ୍ଷା କରିବା ଉପରେ ଡା. ପ୍ରଧାନ ଗୁରୁତ୍ବାରୋପ କରିଥିଲେ ।

ବଜ୍ରପାତରେ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଭୁବନରେ ଆଜି ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ମୃତକ ହେଲେ ଭୁବନ ଥାନା ଏକତାଳୀ ପଞ୍ଚାୟତ ଅନ୍ତର୍ଗତ ଚନ୍ଦାର ଗ୍ରାମର ବାସୁଦେବ ସାହୁ । ବାସୁଦେଵ ଵିଲକୁ ଯାଇଥିବା ସମୟରେ ବଜ୍ରପାତର ଶିକାର ହୋଇଥିବା ସୂଚନା ମିଳିଛି।

ପିଇବା ପାଣି ସମସ୍ୟା ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଅନ୍ତର୍ଗତ ନନ୍ଦକାନ ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ଆଜି ଗ୍ରାମବାସୀ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲଙ୍କ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

Nuakhai wishes