ପରିବହନ ବିଭାଗ ପକ୍ଷରୁ ଧରପଗଡ, ୩୦୨ ବିରୁଦ୍ଧରେ ଇ-ଚାଲାଣ

କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗତ ୧୯ ତାରିଖରୁ କେନ୍ଦୁଝର ଜିଲା ବିଭିନ୍ନ ରାସ୍ତାରେ ବେଆଇନ ଚଳାଚଳ ଟ୍ରାଫିକ ଉଲଘଂନ ଆଦି ନେଇ ଚଢାଇ କରାଯାଇଛି।

ତିନି ଦିନରେ ୩୦୨ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଇ-ଚାଲାଣ କଟା ଯାଇ ୪୨ ଜଣ ଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଛି । ସେଥି ମଧ୍ୟରୁ ୧୦୮ ଜଣ କ୍ଷୀପ୍ର ଗତିରେ ଗାଡି ଚାଳନା, ୧୪ ଜଣ ମଦ୍ୟପାନ କରି ଗାଡ଼ି ଚାଳନା, ୬୯ ବିନା ହେଲମେଟ, ୧୦ ଜଣ ନାବାଳକ ଗାଡ଼ି ଚାଳନା, ୫ ଓଭର ଲୋଡ ଓ ୫ ଜଣ ମୋବାଇଲ ଧରି ଗାଡ଼ି ଚାଳନା ପାଇଁ କେସ ହୋଇଥିବା ଆର ଟି ଓ ଗୋପାଳ କୃଷ୍ଣ ଦାସ ସୂଚନା ଦେଇଛନ୍ତି।

ଜଣା ଶୁଣା ଇଂରାଜୀ ଶିକ୍ଷକଙ୍କ ଅକାଳ ବିୟୋଗ

କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଂଚାୟତ ବ୍ରାହ୍ମଣୀ ଦେଓ ଉଛ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ତଥା ଓଷ୍ଟାର ବ୍ଲକ ସମ୍ପଦକ ଅନୀଲ ବାରିକଙ୍କ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ଧୀନ ଅବସ୍ଥାରେ ୬୧ ବର୍ଷ ବୟସରେ ଦେହାନ୍ତ ଘଟିଛି।

ଜନ୍ମ ଭୂଇଁ ସାହାରପଡା ବ୍ଲକ ମଲାର ପଦା ପଞ୍ଚାୟତ ଅର୍ଜୁନ ପଶି ଗାଁ ସ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ପୁଅ ପ୍ରସିଦ୍ଧ ଚିରଞ୍ଜୀବ କୁମାର ମୁଖାଗ୍ନି ଦେଇଛନ୍ତି। ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ରୋଗୀ କଲ୍ୟାଣ ସମିତି ବୈଠକରେ ଆଲୋଚନା

କେନ୍ଦୁଝର ଜିଲା ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସାହାରପଡା ବ୍ଲକର ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭାଗୃହ ଠାରେ ଶୁକ୍ରବାର ରୋଗୀ 
କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆୟୋଜିତ ବୈଠକ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ଲକ୍ଷ୍ମଣ ମହାନ୍ତଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧକ୍ଷ ଜଗନ୍ନାଥ ନାଏକ, ବ୍ଲକ ଅଧକ୍ଷା ଶୁକାନ୍ତି ନାଏକ,ବିଡ଼ିଓ ଶିବ ଶଙ୍କର ମୁର୍ମୁ , ଯନ୍ତ୍ରୀ ସସ୍ମିତା ନାଏକ ବି,ପି,ଏମ ଦୀପକ ନାଏକ,ବିଜେଡି ବ୍ଲକ ସଭାପତି ମାଧବା ନନ୍ଦ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

ବିଲ ରୁ ଯୁବକ ଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର

କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗାଁ ରଏକ ବିଲରୁ ଗୁରୁବାର ଜଣେ ୨୮ ବର୍ଷୀୟ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ଡଳଙ୍ଗ ଗ୍ରାମର ବିରେନ୍ଦ୍ର ନାଏକ ।

ବିରେନ୍ଦ୍ର ଙ୍କ ଡାହାଣ ଗୋଡ଼ ,ନାକ ରୁ ରକ୍ତ ଶ୍ରାବ ଚିହ୍ନ ଲାଗିଥିବା ବେଳେ ମୁହଁ ରେ ଅନେକ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି। ପରିପାର୍ଶିକ ସ୍ଥିତି କୁ ଦେଖି ବିରେନ୍ଦ୍ରଙ୍କୁ କେହି ହତ୍ୟା କରିଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣା ପଡିବ ବୋଲି ତୁରୁମୁଙ୍ଗା ଥାନା ଧିକାରୀ ମଦନ ମୋହନ ନାଏକ କହିଛନ୍ତି।

ଅଙ୍ଗନବାଡ଼ିକୁ ଆସି ବୁଡ଼ିଗଲେ ୨ ଶିଶୁ

କେନ୍ଦୁଝର ଜିଲ୍ଲା ମହୁଲଡିହା ଥାନା ଖେଡ଼ିଆପଶି ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।

ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀରେ ବୁଡ଼ିଯାଇ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

ଅଙ୍ଗନବାଡ଼ିକୁ ଆସି ବୁଡ଼ିଗଲେ ୨ ଶିଶୁ

କେନ୍ଦୁଝର ଜିଲ୍ଲା ମହୁଲଡିହା ଥାନା ଖେଡ଼ିଆପଶି ଗାଁରେ ଏହି ଦୁଃଖଦ ଘଟଣା ଘଟିଛି।

ଅଙ୍ଗନବାଡ଼ି ପାଖରେ ଥିବା ଏକ ପୋଖରୀରେ ବୁଡ଼ିଯାଇ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି।

ସୂଚନା ଅଧିକାର ଅଧିନିୟମ ଫଳକରେ ଭୁଲ ସୂଚନା

ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଅଧିନିୟମ ସୂଚନାଫଳକରେ ଭୁଲ ସୂଚନା ଥିଲେ ହେଁ ସଂଶୋଧନ କରାଯାଉନାହିଁ। ବଦଳି ହୋଇ ଯାଇଥିବା ଡିଇଓ କପିଳେନ୍ଦ୍ର ମିଶ୍ର ଓ ସଂଗ୍ରାମ ସାହୁ ଉଭୟଙ୍କ ନାମ ପ୍ରଥମ ଅପିଲ କତୃପକ୍ଷ ଭାବରେ ଏବେ ମଧ୍ୟ ଲେଖା ଯାଇଛି।

ଫଳରେ ଏହାକୁ ନେଇ ସୂଚନା ଅଧିକାର କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ସଂଶୋଧନ କରିବାକୁ ଏବେ ଥିବା ଡି ଇ ଓ ପୂର୍ଣ୍ଣଚନ୍ଦ୍ର ସେଠୀ ଙ୍କୁ ଦାବି କରିଛନ୍ତି। ଅଫିସ ସମ୍ମୁଖରେ ଏହି ସୂଚନା ଲେଖା ଯାଇଥିଲେ ହେଁ ଅଧିକାରୀ ଓ ଅନ୍ୟ କର୍ମଚାରୀ ଜାଣି ପାରୁନାହାନ୍ତି ନା ଜାଣି ଅଜଣା ରହୁଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଅଣ୍ଡର ପାସରେ ଜମି ରହିଛି ବର୍ଷା ପାଣି, ଯାତାୟାତ ବ୍ୟାହତ

କେନ୍ଦୁଝର ସହର ପ୍ରବେଶ ପଥ ବାଲିଆ ଗୁଡ଼ା ଛକ (ଏନ ଏଚ ୨୦ ସର୍ଭିସ୍ ରୋଡ) ନିକଟରେ ବର୍ଷା ପାଣି ନିଷ୍କାସନ ହୋଇ ପାରି ନ ଥିବାରୁ ଯାତାୟାତ ବ୍ୟାହତ ହେଉଛି। ଏହାକୁ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ରଥ ମୁଣ୍ଡା ଅଭିଯୋଗ ପରେ ଆଜି କ୍ରେନ ସହାୟତାରେ ସଫେଇ ଓ ଜଳ ନିଷ୍କାସନ କରାଯାଇଛି।

ସେ ନିଜେ ଉପସ୍ଥିତ ରହି ସଫେଇ କରୁଛନ୍ତି। ସାମାନ୍ୟ ବର୍ଷା ହେଲେ ଯାତାୟତ ରେ ବହୁତ୍ ସମସ୍ୟା ହେଉଛି । ସ୍ଥାୟୀ ସମାଧାନ କରାଯାଇ ବୋଲି ରାଇସୁଆଁ ନିବାସୀ ଜଲାଲୁଦ୍ଦିନ ଅହମଦ କହିଛନ୍ତି।

Nuakhai wishes