ଆୟୁଷ୍ମାନ ହେଲେ ୧୩ ବର୍ଷରୁ କମ ଚମ୍ପିୟାନ

କେନ୍ଦୁଝରର ଉଦୀୟମାନ ଚେସ୍ ତାରକା ମାଷ୍ଟର ଆୟୁଷ୍ମାନ କେନ୍ଦୁଝର ଟାଉନ ହଲ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ଥରୀୟ ଚେସ ଟୁର୍ଣ୍ଣାମେଣ୍ଟରେ ୧୩ ବର୍ଷରୁ କମ୍ ବିଭାଗରେ ଚମ୍ପିୟାନ ହୋଇ ରାଜ୍ୟ ସ୍ଥରୀୟ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଉତିର୍ଣ୍ଣ ହୋଇଛନ୍ତି।

ଏହି ପ୍ରତିଯୋଗିତାରେ ସମଗ୍ର ଜିଲ୍ଲାରୁ ସମୁଦାୟ ୫୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପିତା ମାତା, ଅଭିଭାବକ ତଥା ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ପିଲାଦିନରୁ ଚେସ ଖେଳ ପ୍ରତି ଆଗ୍ରହ ଥିବା ବେଳେ ଭବିଷ୍ୟତ ରେ ରାଜ୍ୟପାଇଁ ଖେଳି ପାଇଁ ଲକ୍ଷ ରଖିଥିବା ତାଙ୍କ ବାପା ଦେବାଶିଶ ମିଶ୍ର କହିଛନ୍ତି।

ଜିଲ୍ଲାପାଳଙ୍କ ବିରୋଧରେ ଜାରି ଗିରଫ ୱାରେଣ୍ଟ ଉପରେ ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ

ଜାତୀୟ ଜନଜାତି କମିଶନ କେନ୍ଦୁଝର ଜିଲ୍ଲାପାଳଙ୍କ ବିରୋଧରେ ଜାରି କରିଥିବା ଗିରଫ ୱାରେଣ୍ଟ ଉପରେ ଓଡ଼ିଶା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଜାରି କରିଛନ୍ତି।

ଅନ୍ୟପଟେ, ଜିଲ୍ଲାପାଳଙ୍କୁ କମିଶନଙ୍କ ନିକଟରେ ହାଜର କରାଇବାକୁ ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।ଉଲ୍ଲେଖଯୋଗ୍ୟ, ସମନ ସତ୍ତ୍ୱେ କେନ୍ଦୁଝର ଜିଲ୍ଲାପାଳ ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେଉନଥିବାରୁ ଗିରଫ ୱାରେଣ୍ଟ ଜାରି ହୋଇଥିଲା।

ପରିବହନ କାର୍ଯ୍ୟାଳୟରୁ 2.70 ଲକ୍ଷ ଲୁଟିନେଲେ

ଆଜି ଦ୍ବିପ୍ରହର ସମୟରେ ବଡ଼ବିଲରେ ଥିବା ଏକ ପରିବହନ କାର୍ଯ୍ୟାଳୟରୁ ତିନି ଜଣ ଲୁଟେରା 2.70 ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି l

ଲୁଟେରା ମାନେ ବାଇକରେ ଆସି କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇଥିଲେ ଏବଂ ଯିବ ପୂର୍ବରୁ ଲୋକଙ୍କୁ ଡରାଇବାକୁ ଫାଙ୍କା ଗୁଳି ଚାଳନା ମଧ୍ୟ କରିଥିଲେ l

ଆସନ୍ତାକାଲି ଜନଜାତି କମିଶନଙ୍କ ନିକଟରେ ହାଜର ହେବେ ଜିଲ୍ଲାପାଳ

ସମନ ସତ୍ତ୍ୱେ କେନ୍ଦୁଝର ଜିଲ୍ଲାପାଳ ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେଉନଥିବାରୁ ଜାରି ହୋଇଥିବା ୱାରେଣ୍ଟକୁ କାର୍ଯ୍ୟକାରୀ କରିବାକୁ ପୁଲିସ ଡିଜି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି l

ଜିଲ୍ଲାପାଳଙ୍କୁ କମିଶନଙ୍କ ନିକଟରେ ହାଜର କରାଇବାକୁ ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି l

ବଳାତ୍କାର ମାମଲାରେ ଦଶ ବର୍ଷ କାରାଦଣ୍ଡ

ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ ତଥା ସ୍ଵତନ୍ତ୍ର କୋର୍ଟ ଆଜି ଏକ ବଳାତ୍କାର ମାମଲାର ଶୁଣାଣି କରି ଗୋବିନ୍ଦ ସୋରେନ ନାମକ ଜଣେ ଅଭିଯୁକ୍ତକୁ ଦଶ ବର୍ଷ ଜେଲ ଦଣ୍ଡାଦେଶ କରିବା ସହ ପାଞ୍ଚ ହଜାର ଫାଇନ କରିଛନ୍ତି।

୨୦୧୭ ମସିହାରେ ବାମେବାରି ଥାନା ଅନ୍ତର୍ଗତ ଗଡତୁଆଁ ଗ୍ରାମରେ ଏହି ଘଟଣା ଘଟିଥିଲା । ସେତେବେଳ ଉଭୟ ଅଭିଯୁକ୍ତ ନାବାଳକ ଥିବା ବେଳେ ଏବେ ସାବାଳକ ହୋଇଛନ୍ତି। ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ଚାରି ଲକ୍ଷ ଟଙ୍କା ଦେବାକୁ କୋର୍ଟ ଆଦେଶ କରିଥିବା ସ୍ଵତନ୍ତ୍ର ପିପି ଗଣେଶ ମହାପାତ୍ର କହିଛନ୍ତି।

ଆଜି ପୂର୍ବାହ୍ନରେ କେନ୍ଦୁଝରରେ ୩୯.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

ଆଜି ଦିନ ୧୧.୩୦ ସୁଦ୍ଧା କେନ୍ଦୁଝରରେ ୩୯.୬ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

କେନ୍ଦୁଝର ବଜାରରେ କେନ୍ଦୁର ଆସର

କେନ୍ଦୁଝର ଜିଲ୍ଲାର ମିଠା କେନ୍ଦୁର ସ୍ଵାଦ ନିଆରା। ଏଣୁ ବନବାସୀମାନେ ବଣ ପାହାଡରୁ ସଂଗୃହିତ ଏହି କେନ୍ଦୁ ଆଣି ହାଟ ବଜାରରେ ବିକି ଦୁଇ ପଇସା ରୋଜଗାର କରି ସେଥିରେ ତେଲ ଲୁଣ ସଂସାର ଚଳାଇଥାନ୍ତି।

ଏହା ସବୁ ବୟସର ଲୋକଙ୍କ ପସନ୍ଦ। ପ୍ରାକୃତିକ ପରିବେଶରେ କେନ୍ଦୁ ଫଳୁ ଥିବାରୁ ଏହା ସ୍ବାସ୍ଥ୍ୟ ପକ୍ଷେ ହିତକର । ତେବେ ବିଭିନ୍ନ କାରଣରୁ ଜଙ୍ଗଲ କ୍ଷୟ ହେବାକୁ ବସିଥିବାରୁ ଶହଶହ ପରିବାରକୁ ଜୀବିକା ଦେଇ ଆସୁଥିବା ଏହି କେନ୍ଦୁ ଗଛର ସୁରକ୍ଷା ଦାବି ହେଉଛି।

Nuakhai wishes